ଆଜିଠାରୁ ରାଜ୍ୟରେ ଟ୍ରାଫିକ ନିୟମ କଡାକଡି – ନୂଆ ନିୟମ ଅନୁସାରେ ଆଦାୟ ହେଉଛି ଜରିମାନା

Published By : Prameya-News7 Bureau | December 01, 2019 IST

ଭୁବନେଶ୍ୱର ୧।୧୨-  ଟ୍ରାଫିକ ନିୟମ ଖିଲାପକାରୀଙ୍କୁ ଆଉ ଛାଡ଼ ନାହିଁ । ଆଜିଠୁ ସାରା ରାଜ୍ୟରେ କଡ଼ାକଡ଼ି ହୋଇଛି ଟ୍ରାଫିକ୍ ନିୟମ। ଆସନ୍ତା ୩ ମାସ ଯାଏଁ କେବଳ ଗାଡ଼ି କାଗଜପତ୍ର ଯାଞ୍ଚରେ କୋହଳ ନୀତି ଆପଣାଯିବ । ହେଲେ ଟ୍ରାଫିକ ନିୟମ ଉଲ୍ଲଂଘନକାରୀଙ୍କ ଠାରୁ ନୂଆ ନିୟମ ଅନୁସାରେ ଫାଇନ୍ ଆଦାୟ କରାଯିବ।

{"id":192602,"sizeSlug":"large"}

କଡ଼ାକଡ଼ି ହେଲା ଟ୍ରାଫିକ୍ ନିୟମ । ନିୟମ ଉଲ୍ଲଂଘନକାରୀଙ୍କୁ ଆଉ ମିଳିବନି ତ୍ରାହି। କେବଳ କାଗଜପତ୍ର ଯାଞ୍ଚ ତିନିମାସ ପାଇଁ ହୋଇଛି କୋହଳ ।କିନ୍ତୁ ଆଜିଠୁ ଟ୍ରାଫିକ ନିୟମ ପାଳନକୁ କଡ଼ାକଡ଼ି କରାଯାଇଛି ।ପ୍ରଥମ ଦିନରୁ ଅନେକ ଗାଡ଼ି ଚାଳକ ଜାଣତ ହେଉ କି ଅଜାଣତରେ ଟ୍ରାଫିକ ନିୟମ ଭାଙ୍ଗି ଫାଇନ୍ ଗଣିଛନ୍ତି ।ଟ୍ରାଫିକ ଡିସିପି ସାଗରିକା ନାଥ ଆଜି ରାଜଧାନୀର ବିଭିନ୍ନ ଛକ ସ୍ଥାନ ବୁଲି ତଦାରଖ କରିଛନ୍ତି। ନୂଆ ମୋଟର ଯାନ ଆଇନ ଅନୁସାରେ ୧୦ଟି ଦିଗକୁ ଗୁରୁତ୍ବ ଦିଆଯାଇଛି। ଦ୍ରୁତ ଗତିରେ ଗାଡି ଚଲାଇବା, ଟ୍ରାଫିକ ସିଗ୍ନାଲ୍ ନମାନିବା, ମଦ ପିଇ ଗାଡି ଚଳାଇବା, ରଙ୍ଗରୁଟ୍ରେ ଗାଡ଼ି ଚଲାଇବା, ଗାଡ଼ି ଚଳାଇବା ବେଳେ ମୋବାଇଲରେ କଥା ହେବାକୁ ବିଲକୁଲ ମାଫ୍ କରାଯାଉ ନାହିଁ। ସେହିପରି ବିପଦପୂର୍ଣ୍ଣ ଭାବେ ଗାଡ଼ି ଚଳାଇବା, ଦୁଇଚକିଆ ଗାଡିରେ ତିନିଜଣ ବସିବା, ହେଲମେଟ ନ ପିନ୍ଧିବା, ସିଟ୍ ବେଲ୍ଟ ନବାନ୍ଧିବା ସାଙ୍ଗକୁ ଗାଡିରେ ଓଭଲଲୋଡିଂ ମାଲ ପରିବହନ କରୁଥିବା ଚାଳକଙ୍କ ଠାରୁ ଆଦାୟ ହେବ ମୋଟା ଅଙ୍କର ଫାଇନ୍ ।…

{"id":192604,"sizeSlug":"large"}

ନିୟମ ଉଲ୍ଲଂଘନକାରୀଙ୍କୁ ଚିହ୍ନଟ କରିବା ପାଇଁ ରୂପାଲି ଛକରେ TVDS ବ୍ୟବସ୍ଥା କରାଯାଇଛି। ଅମାନିଆ ହୋଇ ଜେବ୍ରା କ୍ରସିଂ କଲେ ସିସିଟିଭିରେ ଅଟୋମେଟିକ୍ କଏଦ ହେବ ଟ୍ରାଫିକ ଉଲ୍ଲଂଘନକାରୀଙ୍କ ନମ୍ବର ପ୍ଲେଟ। ଏହାପରେ ଗାଡ଼ିଚାଳକଙ୍କ ଘରକୁ ପଠାଯିବ ଚାଲାଣ, ଜରିମାନା ନଦେଲେ ବକେୟା RTO ଖାତାରେ ଚଢ଼ିବ। ଆଜି ନାଲକୋ ଛକ, ଏଜି ଓ ରାଜମହଲରେ ଚେକିଙ୍ଗ ବେଳେ ଧରାପଡ଼ି ତଣ୍ଡ ଗଣିଛନ୍ତି ନିୟମ ଉଲଘଂନକାରୀ। ରୁପାଲି ଛକ ପରେ ଆଉ ୮ଟି ଛକରେ ଲାଗୁ ହେବାକୁ ଯାଉଛି TVDS ସିଷ୍ଟମ।…

{"id":192606,"sizeSlug":"large"}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.