Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଅଗସ୍ତି ନୂଆଗାଁ ଓ ଚମାଖଣ୍ଡି ପଞ୍ଚାୟତର ସରପଞ୍ଚ ଏବଂ ସମିତି ସଭ୍ୟ ପ୍ରାର୍ଥୀ ନିର୍ଦ୍ବନ୍ଦରେ ନିର୍ବାଚିତ
  • ||
  • ରାଜ୍ୟରେ ବୁଧବାର ସୁସ୍ଥହେଲେ ଆଉ ୧୦ହଜାର ୭୮ଜଣ କରୋନା ଆକ୍ରାନ୍ତ, ଖୋର୍ଦ୍ଧାରୁ ସର୍ବାଧିକ ୨୮୭୩ ଜଣ ଡିସଚାର୍ଜ
  • ||
  • ପାଟ୍ରୋଲିଂ ଗାଡିକୁ ଚକ୍‌ମା ଦେଇ ଖସିଯିବା ବେଳେ ଗୋଡାଇ ଗୋଡାଇ କାବୁ କଲା ପୋଲିସ: ଅଟୋରୁ ବିପୁଳ ଗଞ୍ଜେଇ ଜବତ, ୫ ଗିରଫ
  • ||
  • ମାତ୍ର ୬୦ ସେକେଣ୍ଡରେ ଜଣାପଡିବ ଶରୀରର ରକ୍ତ ସର୍କରା, ଛୁଞ୍ଚିର ଭୟ ରହିବନି… ଆସିଗଲା ନୂଆ ମେସିନ୍
  • ||
  • ଖଲ୍ଲିକୋଟ : ପଞ୍ଚାୟତ ନିର୍ବାଚନ ପାଇଁ ଗଞ୍ଜାମ ଜିଲ୍ଲାର ଚୂଡାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ, ମୈଦାନରେ ୧୩ ହଜାର ୬୭୫ ପ୍ରାର୍ଥୀ
  • ||
  • ସମ୍ବଲପୁର : ଭୀମସାର ଡାକ୍ତରୀ ଛାତ୍ରୀଙ୍କ ଆତ୍ମହତ୍ୟା ଉଦ୍ୟମ, ଗୋଡ ଭାଙ୍ଗିବା ସହ ଶରୀରରେ ଲାଗିଛି ଆଘାତ
  • ||
  • ଭୁବନେଶ୍ବର : ଜାଲ୍‌ ପ୍ରମାଣପତ୍ର ଦେଇ ୩କୋଟି ୬୮ଲକ୍ଷ ଟଙ୍କା ଠକେଇ ଅଭିଯୋଗ, ପିଏନବି ପୂର୍ବତନ ମୁଖ୍ୟ ପରିଚାଳକ ସମେତ ୩ ଗିରଫ
  • ||
  • ଭୁବନେଶ୍ବର : କୋଭିଡ୍‌ର କେବେ ବି ଅନ୍ତ ହେବନାହିଁ : ସ୍ଵାସ୍ଥ୍ୟ ନିର୍ଦ୍ଦେଶକ
  • ||
  • ଭୁବନେଶ୍ବର : ରାଜ୍ୟରେ କରୋନା ସଂକ୍ରମଣ କମିବା ନେଇ ମିଳିଲାଣି ସଂକେତ : SRC
  • ||
  • ପୁରୀ : ମହିଳାଙ୍କ ଅଶ୍ଳୀଳ ଫଟୋ ଓ ଭିଡିଓ ଭାଇରାଲ୍ ପଡିଲା ମହଙ୍ଗା, ଅଭିଯୁକ୍ତ ଗିରଫ
  • ||

ମୋଦି ସରକାର ଆଜିଠାରୁ ବିକ୍ରି କଲେ ଶସ୍ତାରେ ସୁନା, ଜାଣନ୍ତୁ ବଜାର ମୂଲ୍ୟଠାରୁ କେତେ ରହିଛି କମ୍…

9/09/2019 at 7:39 PM

ନୂଆଦିଲ୍ଲୀ୯|୯: ଦିନକୁ ଦିନ ସୁନା ଦର ହୁହୁ ହୋଇ ବୃଦ୍ଧି ପାଉଛି। ବର୍ତ୍ତମାନ ସୁନାର ବଜାର ମୂଲ୍ୟ ୧୦ ଗ୍ରାମ ପ୍ରତି ୪୦ ହଜାର ଟଙ୍କାରେ ପହଞ୍ଚିଛି। କିନ୍ତୁ ଆଜି (ସେପ୍ଟେମ୍ବର ୯ ତାରିଖ) ଠାରୁ ମୋଦି ସରକାର ଶସ୍ତାରେ ସୁନା ବିକ୍ରି କରିବା ଆରମ୍ଭ କରିଦେଇଛନ୍ତି। ଚଳିତ ଆର୍ଥିକ ବର୍ଷର ସୋଭରିନ୍ ଗୋଲ୍ଡ ବଣ୍ଡ(Sovereign Gold Bond) ର ଚତୁର୍ଥ ତଥା ଶେଷ ପର୍ଯ୍ୟାୟରେ ବିକ୍ରି ସେପ୍ଟେମ୍ବର ୯ ତାରିଖରୁ ଆରମ୍ଭ ହୋଇଛି।

ସୋଭରିନ୍ ଗୋଲ୍ଡ ବଣ୍ଡରେ ପୁଞ୍ଜି ନିବେଶର ଶେଷ ସୁଯୋଗ ସେପ୍ଟେମ୍ବର ୯ରୁ୧୩ ତାରିଖ ମଧ୍ୟରେ ପର୍ଯ୍ୟନ୍ତ ରହିଛି। ସରକାରଙ୍କର ଏହି ଗୋଲ୍ଡ ସ୍କିମରେ ନିବେଶ କରିବା ପାଇଁ ନିବେଶକଙ୍କ ନିକଟରେ ୫ ଦିନର ସମୟ ଅଛି ।ଏଥିସହ ଗ୍ରାହକମାନେ ମଧ୍ୟ ଏହି ୫ ଦିନ ମଧ୍ୟରେ ଫାଇଦା ଉଠାଇ ପାରିବେ। ଆର୍ବିଆଇର ସୋଭରିନ୍ ଗୋଲ୍ଡ ବଣ୍ଡ ସ୍କିମ୍ ଅନୁସାରେ ସୁନାର ବଜାର ମୂଲ୍ୟ କେତେ ରହିଛି ଆସନ୍ତୁ ଜାଣିବା…

ଗତ ସପ୍ତାହରେ ପ୍ରତିଗ୍ରାମ ସୁନା ୩,୯୬୬ ଟଙ୍କା ରହିଥିଲା । ତେବେ ଆପଣ ୩,୪୯୯ ଟଙ୍କାରେ ଏବେ ଏକ ଗ୍ରାମ ସୁନା କିଣି ପାରିବେ । ଡିଜିଟାଲ୍ ମୋଡ୍ରେ ପେମେଣ୍ଟ କଲେ ଗ୍ରାମପ୍ରତି ଅତିରିକ୍ତ ୫୦ ଟଙ୍କା ରିହାତି ମିଳିବ । ସୋଭରିନ୍ ଗୋଲ୍ଡ ସ୍କିମ୍‌ରେ ଆପଣଙ୍କୁ ସୁନାର ବଜାର ମୂଲ୍ୟଠାରୁ ଗ୍ରାମପ୍ରତି ୫୦୯ ଟଙ୍କା ରିହାତି ମିଳିବ।
ସୋଭରିନ୍ ଗୋଲ୍ଡ ବଣ୍ଡରେ ଅତି ବେଶୀରେ ଜଣେ ବ୍ୟକ୍ତି ଏକ ଆର୍ଥିକ ବର୍ଷରେ ୫୦୦ ଗ୍ରାମ ସୁନାର ବଣ୍ଡ କିଣି ପାରିବେ। ଏଥିରେ ଟଙ୍କା ଲଗାଇଲେ ଆୟକରରେ ରିହାତି ମିଳିବ ।

   Related Posts