Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କାମେଶ୍ୱର ମନ୍ଦିରରୁ ଚୋରି, ଦାନବାକ୍ସ ଭାଙ୍ଗି ଟଙ୍କା ଲୁଟିନେଲେ ଦୁର୍ବୃତ୍ତ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୩ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୩୫୮ କୋଭିଡ୍ ପଜିଟିଭ୍
  • ||
  • ନବୀନ @ ୭୬, ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ମୋଦୀ
  • ||
  • ୭୬ ବର୍ଷରେ ପାଦ ଦେଲେ ନବୀନ, କରୋନା ମହାମାରୀ ପାଇଁ ପାଳିବେନି ଜନ୍ମଦିନ
  • ||
  • ଶାରଦୀୟ ଦୁର୍ଗାପୂଜା ଶେଷ, ଶନିବାର ଧରାପୃଷ୍ଠରୁ ବିଦାୟ ନେବେ ମା
  • ||
  • ହାଟରୁ ଫେରୁଥିବା ବେଳେ ବୃଦ୍ଧାଙ୍କୁ ଗଣଦୁଷ୍କର୍ମ, ଘରେ ଛାଡିଦେବେ କହି ଇଜ୍ଜତ ଲୁଟିଲେ ୮ ସଇତାନ
  • ||
  • କଟକ : କଟକରେ ଏନ୍‌କାଉଣ୍ଟର, ଦୁର୍ଦ୍ଦାନ୍ତ ଅପରାଧୀ ରାକେଶ ଆହତ
  • ||

ଆଜିଠୁ ଭୁବନେଶ୍ବରରେ କଲ୍ୟାଣ ମଣ୍ଡପ ସିଲ୍ ଅଭିଯାନ : ପ୍ରଥମ ଦିନରେ ୫ଟି ମଣ୍ଡପ ସିଲ୍ କରିବ ବିଏମସି

3/02/2020 at 9:20 AM

ଭୁବନେଶ୍ବର ୩/୨: ସରିଲା ଡେଡଲାଇନ୍ ! ଆଜିଠୁ ରାଜଧାନୀ ଭୁବନେଶ୍ବରରେ କଲ୍ୟାଣମଣ୍ଡପ ସିଲ୍  ଅଭିଯାନ । ପ୍ରଥମ ଦିନରେ ୫ଟି କଲ୍ୟାଣ ମଣ୍ଡପ ସିଲ୍ କରିବ ବିଏମସି । ବିନା ବିଲଡିଂ ପ୍ଲାନ୍ ଅନୁମୋଦନରେ କୋଠା ନିର୍ମାଣ, ବିନା ଟ୍ରେଡ୍ ଲାଇସେନ୍ସରେ ବ୍ୟବସାୟ କରୁଥିବା, ହୋଲ୍ ଡିଂ ଟିକସ ଫାଙ୍କୁଥିବା, ପାର୍କିଂ ସୁବିଧା ନ ଥିବା ୯୪ଟି କଲ୍ୟାଣ ମଣ୍ଡପ ବା ବିବାହ ମଣ୍ଡପକୁ ବିଏମ୍ ସି କାରଣ ଦର୍ଶାଅ ନୋଟିସ୍  କରିଥିଲା ।

ଯାହାର ଯାହା ଭିତ୍ତିଭୂମି ଅଭାବ ଅଛି ତାକୁ ସଜାଡ଼ିବାକୁ ମାସେ ମହଲତ ଦିଆଯାଇଥିଲା । ଜାନୁଆରି ୩୧ରେ ଏହି କଣ୍ଟ ପୂରିଥିବାବେଳେ ବେଆଇନ୍ ଭାବେ ନିର୍ମାଣ ହୋଇଥିବା ଏବଂ ଚାଲିଥିବା କଲ୍ୟାଣ ମଣ୍ଡପଗୁଡ଼ିକୁ ବନ୍ଦ କରିବାକୁ ବିଏମ୍ ସି ଆଜି ଠାରୁ ଅଭିଯାନ ଆରମ୍ଭ କରୁଛି ।

ପ୍ରଥମ ଦିନରେ ବିଏମ୍ ସିର ତିନିଟି ଜୋନ୍ ରେ ପ୍ରାୟ ୫ଟି କଲ୍ୟାଣ ମଣ୍ଡପ ସିଲ୍  କରିବାକୁ ଯୋଜନା ହୋଇଛି । ଏଥିରେ ଦକ୍ଷିଣ ପୂର୍ବ ଜୋନ୍ ରେ ସହିଦନଗର ଥାନା ଅଞ୍ଚଳରେ ଗୋଟିଏ, ଉତ୍ତର ଜୋନ୍ ରେ ଚନ୍ଦ୍ରଶେଖରପୁର ଓ ଇନ୍ ଫୋସିଟି ଥାନା ଅଧୀନରେ ତିନିଟି ଏବଂ ଦକ୍ଷିଣ ପଶ୍ଚିମ ଜୋନ୍ ରେ ଖଣ୍ଡଗିରି ଥାନା ଅଧୀନରେ ଗୋଟିଏ କଲ୍ୟାଣ ମଣ୍ଡପ ସିଲ୍ ହେବ ।

   Related Posts