ଆଜିଠୁ ଭାରତ ଓ ଅଷ୍ଟ୍ରେଲିଆ ଟି-ଟ୍ବେଣ୍ଟି ସିରିଜ୍

Published By : Prameya-News7 Bureau | February 24, 2019 IST

୨୪/୨: ଆଜିଠୁ ଭାରତ ଓ ଅଷ୍ଟ୍ରେଲିଆ ଟି-ଟ୍ବେଣ୍ଟି ସିରିଜ୍ । ୨ ମ୍ୟାଚ୍ ବିଶିଷ୍ଟ ଟି-ଟ୍ବେଣ୍ଟି ସିରିଜର ପ୍ରଥମ ମ୍ୟାଚ୍ ଆଜି ବିଶାଖାପଟ୍ଟନମରେ ଖେଳାଯିବ । ଆସନ୍ତା ମେ ମାସରେ ଇଂଲଣ୍ଡରେ ହେବାକୁ ଥିବା ବିଶ୍ୱକପ୍ ପୂର୍ବରୁ ଭାରତ ପାଇଁ ଏହା ଶେଷ ସିରିଜ୍ । ତେଣୁ ଏହି ସିରିଜ୍ ଜିତି ଭାରତ ବିଶ୍ୱକପ୍ ପ୍ରସ୍ତୁତିରେ ମୋହର ଲଗାଇବାକୁ ଚେଷ୍ଟା କରିବ ।

କଙ୍ଗାରୁ ଦଳକୁ ହରାଇବା ପାଇଁ ଭାରତୀୟ କ୍ରିକେଟ୍ ଖେଳାଳି ଜୋରସୋରରେ ପ୍ରସ୍ତୁତି ଚଳାଇଛନ୍ତି। ଏହାସହ ଅଷ୍ଟ୍ରେଲିଆ ବିପକ୍ଷରେ ଭାରତ ୫ଟି ଦିନିକିଆ ମ୍ୟାଚ୍ ମଧ୍ୟ ଖେଳିବ । ମ୍ୟାଚ୍ ପାଇଁ ଧୋନୀ ଜୋରଦାର୍ ଅଭ୍ୟାସ କରିଛନ୍ତି । ସେପଟେ କୋହଲି ୩ ସପ୍ତାହର ବ୍ରେକ୍ ପରେ ଟିମ୍ କୁ ଫେରିଛନ୍ତି ।ଏହା ପରେ ଫେବୃଆରୀ ୨୭ରେ ଦ୍ଵିତୀୟ ଟି-୨୦ ମ୍ୟାଚ୍ ଖେଳାଯିବ। ଏହା ପରେ ଦୁଇ ଦଳ ମଧ୍ୟରେ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ୍ ଆରମ୍ଭ ହେବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.