ଆଜିଠାରୁ ଖୋଲିଲା ବାଙ୍କେ ବିହାରୀ ମନ୍ଦିର, ନୂଆ ନିୟମ ସହ ଭକ୍ତ କରିବେ ଦର୍ଶନ

Published By : Prameya-News7 Bureau | October 25, 2020 IST

ନୂଆଦିଲ୍ଲୀ ୨୫/୧୦: ବୃନ୍ଦାବନର ଠାକୁର ବାଙ୍କେବିହାରୀ ମନ୍ଦିର ଆଜି ଠାରୁ ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିଛି। ଦର୍ଶନ ପାଇଁ ଅନଲାଇନ୍ ରେଜି​ଷ୍ଟେସନ ଅନିବାର୍ଯ୍ୟ। ଅକ୍ଟୋବର ୨୪ରୁ ଦର୍ଶନ ପାଇଁ ଅନଲାଇନ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି। ଗୋଟିଏ ଦିନରେ କେବଳ ୫୦୦ ଭକ୍ତ ଦର୍ଶନର ସୁଯୋଗ ପାଇବେ। ମନ୍ଦିର ଗେଟ୍ ନମ୍ବର ଦୁଇ ଓ ତିନିରୁ ପ୍ରବେଶ ଗେଟ ନମ୍ବର ଚାରି ଦେଇ ବାହାରକୁ ବାହାରିବେ। ମନ୍ଦିରରେ ମାସ୍କ ଓ ସାନିଟାଇଜର ବ୍ୟବହାର ବାଧ୍ୟତାମୂଳକ।

ମାର୍ଭିଚରୁ କରୋନା ପାଇଁ ବନ୍ଦ ଥିଲା ଏ ମନ୍ଦିର। ତେବେ ସିଭିଲ ଜଜ ଜୁନିଅର ଡିଭିଜନ ଗଜେନ୍ଦ୍ର ସିଂହ ଅକ୍ଟୋବର ୧୫ରେ ବାଙ୍କେବିହାରୀ ମନ୍ଦିର ଖୋଲିବା ପାଇଁ ନିର୍ଦେଶ ଦେଇଥିଲେ। ଅକ୍ଟୋବର ୧୭ ଓ ୧୮ରେ ମନ୍ଦିର ଖୋଲିବାରୁ ଭିଡକୁ ନିୟନ୍ତ୍ରଣ ନ କରି ହେବାରୁ୧୯ ତାରିଖରେ ମନ୍ଦିର ବନ୍ଦ କରି ଦିଆଗଲା। ଏହି ମାମଲା ଯାଇ କୋର୍ଟରେ ପହଞ୍ଚିଲା। ଅକ୍ଟୋବର ୨୩ରେ ସିଭିଲ ଜଜ ପୂର୍ବ ଆଦେଶ ପାଳନ କରିବାକୁ କହିଛନ୍ତି। ଏହା ପରେ ମନ୍ଦରି ପ୍ରଶାସନ ଆଜି ଅର୍ଥାତ ଅକ୍ଟୋବର ୨୫ରେ ମନ୍ଦିର ଖୋଲିବା ନିଷ୍ପତ୍ତି ନେଲେ।

{"id":350338,"sizeSlug":"large"}

କୋଭିଡ ଗାଇଡଲାଇନ୍ ଅନୁସାରେ ହିଁ ଭକ୍ତ ଦର୍ଶନ କରିବେ। ଥରକରେ ମନ୍ଦିରକୁ ପାଞ୍ଚ ଜଣ ଭକ୍ତ ଠାକୁରଙ୍କୁ ଦର୍ଶନ କରିବେ। ସକାଳ ୮ରୁ ୧୨ ପର୍ଯ୍ୟନ୍ତ ୨୫୦ ଭକ୍ତ ଓ ସନ୍ଧ୍ୟା ୫ରୁ ରାତି ସାଢ଼େ ୯ଟା ପର୍ଯ୍ୟନ୍ତ ୨୫୦ ଶ୍ରଦ୍ଧାଳୁ ଦର୍ଶନ କରିବେ। ତେବେ ଏ ପାଇଁ ଶ୍ରଦ୍ଧାଳୁଙ୍କୁ ମନ୍ଦିର ପ୍ରବେଶ ପାଇଁ ଅନୁମତି ମିଳିବ। ଅକ୍ଟୋବର ୨୪ ସୁଦ୍ଧା ମନ୍ଦିର ଓ୍ବେବସାଇଟରେ ସକାଳ ୧୧ଟା ସୁଦ୍ଧା ୫୦୦ ଜଣ ପଞ୍ଜିକରଣ କରିଥିଲେ। ଏହା ସହ ଭକ୍ତ ନିଜ ସୁବିଧା ପାଇଁ ଆଧାର କାର୍ଡ ନଚେତ ଅନ୍ୟ କୌଣସି ପରିଚୟ ପତ୍ର ଆଣିପାରିବେ। ସେହିପରି ମନ୍ଦିର ବାହାରେ ସାମାଜିକ ଦୂରତ୍ବ ପାଳନ କରିବା ପାଇଁ ବ୍ୟବସ୍ଥା କରାଯାଇଛି। ଏହା ସହ ପୋଲିସ ଓ ପିଏସି ଯବାନ ସୁରକ୍ଷା ବ୍ୟବସ୍ଥାକୁ ସମ୍ଭାଳିବେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.