ଆଜିଠୁ ୪ଦିନ ବନ୍ଦ ରହିବ ବ୍ୟାଙ୍କ ସେବା

Published By : Prameya-News7 Bureau | January 30, 2020 IST

ଭୁବନେଶ୍ବର ୩୦/୧: ଆଜିଠୁ ୪ ଦିନ ପାଇଁ ବ୍ୟାଙ୍କ ବନ୍ଦ । ୮ ଦଫା ଦାବିରେ ଆସନ୍ତା ୩୧ ତାରିଖରେ  ଧର୍ମଘଟ ଡାକରା ଦେଇଛି ସର୍ବ ଭାରତୀୟ  ବ୍ୟାଙ୍କ ଏମପ୍ଲଇଜ ଫେଡେରେସନ ।  ଜାନୁୟାରୀ ୩୧ ତାରିଖ ଓ ଫେବୃଆରୀ ୧ ତାରିଖ ଧର୍ମଘଟ ଯୋଗୁଁ   ଦୁଇ ଦିନ ବ୍ୟାଙ୍କ ବନ୍ଦ ରହିବ । ଧର୍ମଘଟ ପୁର୍ବରୁ  ଅର୍ଥାତ ୩୦  ତାରିଖ  ଶ୍ରୀପଞ୍ଚମୀ ଛୁଟି ପଡୁଛି ।  ଜାନୁୟାରୀ ୩୧ ତାରିଖ ଶୁକ୍ରବାର, ଫେବୃୟାରୀ ୧  ଶନିବାର  ବ୍ୟାଙ୍କ ଧର୍ମଘଟ ହେବ । 

ଫେବୃଆରୀ ୨ ତାରିଖ ରବିବାର ପଡୁଥିବାରୁ ବ୍ୟାଙ୍କ ଛୁଟି । ଫଳରେ ବ୍ୟାଙ୍କ ୪ ଦିନ ବନ୍ଦ ରହିବ । ଯାହା ଫଳରେ ବ୍ୟାଙ୍କ ସେବା ପ୍ରଭାବିତ ହୋଇପାରେ ।   ନଭେମ୍ବର ୨୦୧୭ ଠାରୁ ୱେଜ ସେଟଲମେଣ୍ଟ, ପେନସନ  ଅପଡେଟ, ଫ୍ୟାମିଲି ପେନସନ ଅପଡେଟ,  ସପ୍ତାହକୁ ୫ ଦିନ ବ୍ୟାଙ୍କିଙ୍ଗ, ସମାନ କାମକୁ ସମାନ ଦରମା  ଭଳି ୮ ସଫା ଦାବିରେ  ସର୍ବ ଭାରତୀୟ ବ୍ୟାଙ୍କ ଏମ୍ଲଇଜ  ଫେଡେରେସନ  ସର୍ବ ଭାରତୀୟ ସ୍ତରରେ ବ୍ୟାଙ୍କ ଧର୍ମଘଟ ଡାକରା ଦେଇଛି । ୪ ଦିନ ବ୍ୟାଙ୍କିଙ୍ଗ ସେବା ପ୍ରଭାବିତ ହେବାକୁ ଯାଉଥିବାରୁ ଗ୍ରାହକମାନେ ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.