ଏହି ଦିନ କରୋନା କବଳରୁ ମୁକ୍ତ ହେବ ଭାରତ, ଜ୍ୟୋତିଷଙ୍କ ଭବିଷ୍ୟବାଣୀ

Published By : Prameya-News7 Bureau | March 25, 2020 IST

ନୂଆଦିଲ୍ଲୀ, ୨୪|୦୩: ବିଭିନ୍ନ ପୁରାଣରେ ମା' ଦୁର୍ଗାଙ୍କୁ ପୂଜା କଲେ ରୋଗ ଭଲ ହୋଇଯାଏ ବୋଲି ଉଲ୍ଲେଖ ରହିଛି । ଦୁର୍ଗାଙ୍କ ମନ୍ତ୍ର ପଠ କରିବା ଦ୍ୱାରା କରୋନା ଭାଇରସ ମଧ୍ୟ ଲୋପ ପାଇବ । ବିଶ୍ୱକୁ ଏହି ମାରାତ୍ମକ ରୋଗରୁ ମୁକ୍ତି ମିଳିବ । ଦୁର୍ଗା ସପ୍ତଶତୀର ଦ୍ୱାଦଶ ଅଧ୍ୟାୟର ଅଷ୍ଟମ ମନ୍ତ୍ର ପାଠ କଲେ ଏହି ଭାଇରସ ସଂକ୍ରମିତ ହେବ ନାହିଁ ବୋଲି ଜ୍ୟୋତିଷ ଯୋଗେଶ ଶର୍ମା କହିଛନ୍ତି ।

{"id":243877,"width":749,"height":562,"sizeSlug":"large"}

ପଣ୍ଡିତ ଯୋଗେଶ ଶର୍ମା କହିଛନ୍ତି ଯେ, ୨୬ ଡିସେମ୍ବର ୨୦୧୯ ଅର୍ଥାତ ଧନୁ ରାଶି ମୂଳ ନକ୍ଷତ୍ର ସୂର୍ଯ୍ୟ ପରାଗ ପଡିଥିବା ଗୁରୁବାର ଦିନ ଏହି ରୋଗ ଆରମ୍ଭ ହୋଇଥିଲା । ସେହିଦନ ଧନୁ ରାଶିରେ ୬ଟି ଗ୍ରହ ସହ ପୂର୍ବ ଦିଗରେ କେତୁ ଥିବାରୁ ଏହି ଭାଇରସର ସୃଷ୍ଟି ହୋଇଥିଲା । ରାହୁ ଅତ୍ରା ନକ୍ଷତ୍ରରେ ପ୍ରବେଶ କରିବା ପରେ ଏହା ସାରା ବିଶ୍ୱରେ ବ୍ୟାପିଥିଲା । ରାହୁ ଓ କେତୁକୁ ଏହି ଭାଇରସର ମୁଖ୍ୟ କାରଣ ବୋଲି କୁହାଯାଉଛି । ଭାରତର ଜାତକ ଦେଖିଲେ ମାର୍ଚ୍ଚ ୨୨, ୨୦୨୦ରେ ମଙ୍ଗଳ ମକର ରାଶିରେ ପ୍ରବେଶ କରି ସାରିଛି । ଦେବ ଗୁରୁ ବୃହସ୍ପତି ମଧ୍ୟ ମାର୍ଚ୍ଚ ୩୦ରେ ମକର ରାଶିରେ ପ୍ରବେଶ କରିବେ ।

ଏପ୍ରିଲ ୧୪ରେ ସୂର୍ଯ୍ୟ ମେଷ ରାଶିରେ ପ୍ରବେଶ କରିବ । ଯାହା ଶୁଭ ସଙ୍କେତ ଅଟେ । ଏପ୍ରିଲ ୨୪ରେ ବୁଧ ମଧ୍ୟ ମେଷ ରାଶିରେ ପ୍ରବେଶ କରୁଛି । ବୁଧ ଓ ସୂର୍ଯ୍ୟ ହେଉଛନ୍ତି ଭଲ ବନ୍ଧୁ । ତେଣୁ ଭାରତରେ ମହାମାରୀର ଯାହା ପ୍ରକୋପ ରହିଛି ତାହା ଧିରେଧିରେ ଉଭେଇ ଯିବ । ଏପ୍ରିଲ ପରେ ଭାରତରୁ କରୋନା ଭାଇରସ ଧ୍ୱଂସ ପାଇବ ବୋଲି ଯୋଗେଶ ଶର୍ମା କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.