Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ହୁ ହୁ ହୋଇ ବଢୁଛି ତୈଳଦର, ମୁମ୍ବାଇରେ ୯୧ ଟଙ୍କା ଉପରେ ପେଟ୍ରୋଲ ଦାମ୍
  • ||
  • ରାଉରକେଲା : ନିଆଁ ପୁଇଁବା ହେଲା କାଳ, ଦଳିଦେଲା ଦନ୍ତା, ଚାଲିଗଲା ଜୀବନ
  • ||
  • ଝଲସିବ ଅର୍କ କ୍ଷେତ୍ର : ନୂଆ ରୂପ ପାଇବ କୋଣାର୍କ ସୂର୍ଯ୍ୟ ମନ୍ଦିର, ପର୍ଯ୍ୟଟକଙ୍କୁ ମିଳିବ ବିଶ୍ୱସ୍ତରୀୟ ସୁବିଧା
  • ||
  • ଆଜି ବସୁଛି କଂଗ୍ରେସର ସିଡବ୍ଲ୍ୟୁସି ବୈଠକ, ଅଧ୍ୟକ୍ଷ ନିର୍ବାଚନ ନେଇ ହେବ ଆଲୋଚନା !
  • ||
  • ଏଥର ନିଜ ସ୍କୁଲରେ ଛାତ୍ରଛାତ୍ରୀ ଦେବେ ମାଟ୍ରିକ ପରୀକ୍ଷା, ୨ ଘଣ୍ଟାରେ ଲେଖିବାକୁ ପଡିବ ଉତ୍ତର
  • ||
  • ଶୀତ ଖେଳୁଛି ଲୁଚକାଳି : ଆଜି ବଢିବ ଥଣ୍ଡା, କିନ୍ତୁ କାଲି କମିଯିବ
  • ||
  • ମହାପ୍ରଭୁ ଜଗନ୍ନାଥଙ୍କୁ ଦର୍ଶନ କଲେ ମୁଖ୍ୟ ଶାସନ ସଚିବ
  • ||
  • ଜି.ଉଦୟଗିରି: ମିନିବସରେ ଲାଗିଲା ନିଆଁ
  • ||
  • ଟାଙ୍ଗୀ: ବାଲିନାଶିରେ ୨ ଭାଇଙ୍କୁ ଗୋଡ଼େଇ ଗୋଡ଼େଇ ହାଣିଲେ ଦୁର୍ବୃତ୍ତ, ଗୁରୁତର ଅବସ୍ଥାରେ ଏମ୍ସରେ ଭର୍ତ୍ତି
  • ||
  • ବଲାଙ୍ଗୀର: ବେଆଇନ୍ ବାଲି ବୋଝେଇ ଟ୍ରାକ୍ଟର ଜବତ, ମାଲିକଙ୍କ ଉପରେ ୨୦ ହଜାର ଟଙ୍କାର ଫାଇନ୍ ଲଗାଇଲେ ତହସିଲଦାର
  • ||

ଓଡ଼ିଶାରେ ପ୍ରଥମ ଶ୍ରେଣୀରୁ ଆରମ୍ଭ ହେବ ଇଂରାଜୀ ଶିକ୍ଷା- ଶିକ୍ଷାମନ୍ତ୍ରୀ ସମୀର ଦାଶ

20/01/2020 at 6:44 PM

ଭୁବନେଶ୍ବର୨୦/୧: ପ୍ରଥମ ଶ୍ରେଣୀରୁ ଆରମ୍ଭ ହେବ ଇଂରାଜୀ ଶିକ୍ଷା। ରାଜ୍ୟର ସ୍କୁଲ ଗୁଡ଼ିକରେ ପ୍ରଥମ ଶ୍ରେଣୀରୁ ଆରମ୍ଭ ହେବ ସ୍ପୋକନ୍‌ ଇଂଲିଶ ଶିକ୍ଷା। ଏଥିପାଇଁ ଖୁବଶୀଘ୍ର ରାଜ୍ୟ ସରକାରଙ୍କର ପ୍ରଥମ ଶ୍ରେଣୀରୁ ସ୍ପୋକନ୍‌ ଇଂଲିଶ କାର୍ଯ୍ୟକ୍ରମ ଆରମ୍ଭ ହେବ। ଏହି ସୂଚନା ଦେଇଛନ୍ତି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ। ମନ୍ତ୍ରୀ ପୁରୀ ଜିଲ୍ଲା ନିମାପଡ଼ାରେ ଏକ କାର୍ଯ୍ୟକ୍ରମରେ ଯୋଗଦେବା ଅବସରରେ ମନ୍ତ୍ରୀ ସମୀର ରଞ୍ଜନ ଦାଶ କହିଛନ୍ତି।

ସରକାରୀ ସ୍କୁଲରେପ୍ରଥମ ଶ୍ରେଣୀରୁ ପିଲା କହିବେ ଇଂରାଜୀ । ସେମାନଙ୍କୁ ଶିକ୍ଷା ଦିଆଯିବ ସ୍ପୋକନ୍ ଇଂଲିଶ। ରାଜ୍ୟ ସରକାର ଶିକ୍ଷା କ୍ଷେତ୍ରରେ ବିକାଶ ପାଇଁ ଏପରି ଏକ ବୈପ୍ଲବିକ ପଦକ୍ଷେପ ନେବାକୁ ଯାଉଛନ୍ତି।

ଏ ସଂପର୍କରେ ସୂଚନା ଦେଇଛନ୍ତି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ। ପୁରୀ ଜିଲ୍ଲା ନିମାପଡ଼ାବ୍ଲକ୍‌ରେ ସ୍କୁଲ ପ୍ରଧାନଶିକ୍ଷକ, ସିଆର୍‌ସି, ବ୍ଲକ୍‌ ଶିକ୍ଷା ଅଧିକାରୀ ଓ ମଣ୍ଡଳ ଅଧିକାରୀଙ୍କୁ ନେଇ ସମୀକ୍ଷା ବୈଠକରେ ମନ୍ତ୍ରୀ ସମୀର ଦାଶ ଏହା କହିଛନ୍ତି। ରାଜ୍ୟର ବିଭିନ୍ନ ଜିଲ୍ଲାରେ ଥିବା ୧୦୦ଟି ସ୍କୁଲ ଅଫ୍ ଏକ୍ସଲେନ୍ସିରେ ସ୍ବତନ୍ତ୍ର ସେକ୍ସନ କରାଯାଇ ଇଂରାଜୀ ମାଧ୍ୟମରେ ପାଠପଢ଼ା ଆରମ୍ଭ ହେବ।

ସେହିପରି ସ୍କୁଲରେ ଛାତ୍ରଛାତ୍ରୀ ଓ ଶିକ୍ଷକଙ୍କ ଆଟେଣ୍ଡାନ୍ସ ଅନ୍‌ଲାଇନ୍‌ରେ ନିଆଯିବ। ତେବେ ପ୍ରଥମ ଶ୍ରେଣୀରୁ ସ୍ପୋକନ୍‌ ଇଂଲିଶ୍‌ ଶିକ୍ଷା ଦିଆଯିବାକୁ ଛାତ୍ର ଛାତ୍ରୀ ଓ ଅଭିଭାବକ ସ୍ବାଗତ କରିଛନ୍ତି। ପୂର୍ବରୁ ରାଜ୍ୟ ସରକାର ଶିକ୍ଷାର ବିକାଶ ପାଇଁ ଅନେକ ପଦକ୍ଷେପ ନେଇଥିବା ବେଳେ ଏବେ ପ୍ରଥମରୁ ସ୍ପୋକନ୍ ଇଂଲିଶ ଶିକ୍ଷା ଦେବା ଏକ ବଡ଼ ପଦକ୍ଷେପ।

   Related Posts