ଓଡ଼ିଆ ପୁଅ ଶିବାଜୀ ଲଣ୍ଡନରୁ ଚାକିରି ଛାଡି କରୁଛନ୍ତି ଚାଷ କାମ -ଗ୍ରାମରେ କରୁଛନ୍ତି ଏପରି ଉନ୍ନତ ଉପାୟରେ ଚାଷକାମ

Published By : Prameya-News7 Bureau | December 26, 2019 IST

ସୁବର୍ଣ୍ଣପୁର ୨୬।୧୨ - ବିଦେଶରେ ମୋଟା ଅଙ୍କରେ ଚାକିରି ଛାଡି ଏବେ ଚାଷକାମକୁ ଆପଣେଇ ନେଇଛନ୍ତି  ।  ଲଣ୍ଡନରୁ ଫେରି ଜନ୍ମମାଟିରେ ବିନା ରାସାୟନିକ ପଦାର୍ଥ ବ୍ୟବହାରରେ ଚାରି ଏକର ଜମିରେ  ପ୍ରତିଷ୍ଠା କରିଛନ୍ତି  ଇକୋ ଭିଲେଜ  ।ଯେଉଁଠି ଜୈବିକ ଉପାୟରେ ହେଉଛି ଶହେ ପ୍ରକାର ଫଳ ଏବଂ ପନିପରିବା ଚାଷ  । ନିଜେ କଥା କହି ପାରନ୍ତି ନାହିଁ ,କି ଶୁଣି ପାରନ୍ତି ନାହିଁ ହେଲେ ଆଜି ଅନ୍ୟମାନଙ୍କ ପାଇଁ ଏକ ଉଦାହରଣ ପାଲଟିଛନ୍ତି ସୁବର୍ଣ୍ଣପୁର ସିନ୍ଦୁରପୁର ଗାଁର ଶିବାଜୀ ପଣ୍ଡା ।

{"id":202974,"sizeSlug":"large"}

ଲଣ୍ଡନରୁ ଗାଁ । ଅଧ୍ୟାପକ ଚାକିରୀରୁ ଚାଷୀ । ବିଦେଶର ଚାକଚକ୍ୟ ତାଙ୍କୁ ବାନ୍ଧି ରଖିପାରି ନଥିଲା । ଗାଁର ସ୍ବଚ୍ଛ ପରିବେଶ, ଖେ।ଲା ପବନ ତାଙ୍କୁ ଟାଣି ଆଣିଥିଲା ଜନ୍ମାମଟିକୁ । ଆମେ କହୁଛୁ ସୁବର୍ଣ୍ଣପୁର ଜିଲ୍ଲା ସିନ୍ଦୁରପୁର ଗାଁର ଶିବାଜୀ ପଣ୍ଡାଙ୍କ କଥା । ଯିଏ କଥା କହି ପାରନ୍ତି ନାହିଁ  ।କି ଶୁଣି ପାରନ୍ତି ନାହିଁ  ।ହେଲେ  ନିଜ କର୍ମ ବଳରେ ସମାଜକୁ ଦେଇଛନ୍ତି ଏକ ମହାନ ବାର୍ତ୍ତା । ପ୍ରଦୂଷଣ ଯୁଗରେ ଜୈବିକ ପ୍ରଣାଳୀରେ ଚାଷ କରି ସୃଷ୍ଟି କରିଛନ୍ତି ପ୍ରଥମ ଇକୋ ଭିଲେଜ । ଜିଲ୍ଲାର ଉଲୁଣ୍ଡା ବ୍ଲକ ଲକ୍ଷ୍ଣଣପୁର ଗାଁରେ  ୪ ଏକର ଜମିରେ ଗୋବର ଖତ ବ୍ୟବହାର କରି ଫଳାଇଛନ୍ତି ସୁନାର ଫସଲ । ଶିବାଜୀଙ୍କ ଇକୋ ଭିଲେଜ ବିଜୁଳି ଶକ୍ତି ପାଇଁ କାହା ଉପରେ ନିର୍ଭର କରିବାକୁ ପଡେନାହିଁ  ।  ସୌରଶକ୍ତି ଚାଳିତ ଘରୋଇ ଉପକରଣ ବ୍ୟବହାର କରି ଶହେ ପ୍ରକାର ଫଳ ଏବଂ ପନିପରିବା କରୁଛନ୍ତି ଶିବାଜୀ । 

{"id":202975,"sizeSlug":"large"}

ଶିବାଜୀ ସୁଦୂର ଇଂଲଣ୍ଡର ଲେଣ୍ଡ କେୟାର ବିଶ୍ବବିଦ୍ୟାଳୟରେ  ଅଧ୍ୟାପକ ଚାକରି କରୁଥିଲେ । ହେଲେ ବିଦେଶରେ ଚାକିରି ପଛରେ ନ ପଡି ନିଜ ଗାଁରେ କିଛି କରିବା ପାଇଁ ମନ ବଳାଇଥିଲେ । ଏହି ଇକୋ ଭିଲେଜରେ ସକାଳୁ  ସନ୍ଧ୍ୟା ପର୍ଯ୍ୟନ୍ତ ନିଜେ କାମ କରନ୍ତି  । ଖାଲି ନିଜେ ଚାଷ କରୁଛନ୍ତି ତାହାନୁହେଁ ଅନ୍ୟ ଯୁବ ଚାଷୀଙ୍କୁ ଜୈବିକ ଚାଷ ବିଷୟରେ ତାଲିମ ମଧ୍ୟ ଦେଉଛନ୍ତି  ।  ତା ସହିତ ବିନା ସରକାରୀ ସହାୟତାରେ ୫୦ ଜଣ ଛାତ୍ରଛାତ୍ରୀଙ୍କୁ ଶିକ୍ଷା ପ୍ରଦାନ କରୁଛନ୍ତି  । ଭବିଷ୍ୟତରେ ଏଠାରେ ଏକ ଇଙ୍ଗିତ ଭାଷା ବିଶ୍ବବିଦ୍ୟାଳୟ ପ୍ରତିଷ୍ଠା କରି ମୂକ ବଧିର ଛାତ୍ରଛାତ୍ରୀମାନଙ୍କୁ ଉଚ୍ଚତର ଶିକ୍ଷା ପ୍ରଦାନ କରିବାକୁ ଲକ୍ଷ୍ୟ ରଖିଛନ୍ତି ଶିବାଜୀ ।

{"id":202976,"sizeSlug":"large"}

ଅଧ୍ୟାପକରୁ ସଫଳ ଉଦ୍ୟାନ ଚାଷୀ ପାଲଟି ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟିଛନ୍ତି ଶିବାଜୀ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.