ପ୍ୟାଣ୍ଟରୁ ଧରା ପଡିଲା ହତ୍ୟାକାରୀ -ଧର୍ମ ବାପାକୁ ଖଣ୍ଡ ଖଣ୍ଡ କରି କାଟି ସମୁଦ୍ରରେ ଫିଙ୍ଗିଥିଲା ଝିଅ

Published By : Prameya-News7 Bureau | December 08, 2019 IST

ମୁମ୍ବଇ - ପ୍ୟାଣ୍ଟରୁ ଏକ ହତ୍ୟା ଘଟଣାର ପର୍ଦ୍ଦାଫାଶ ହୋଇଛି । ମୁମ୍ବଇ ସମୁଦ୍ରକୂଳରୁ ଉଦ୍ଧାର ହୋଇଥିବା କଟା ମୃତ ଦେହର ପରିଚୟ ମିଳିବା ସହ ଏହି ଘଟଣାର ପର୍ଦ୍ଦାଫାଶ ହୋଇଛି । ମୃତ ବ୍ୟକ୍ତିଙ୍କ ନାମ ବେନେଟ୍‌ ରେବେଲିଓ ବୋଲି ଜଣା ପଡିଛି । ତାଙ୍କର ୧୯ ବର୍ଷୀୟ ଧର୍ମ ଝିଅ ହତ୍ୟା କରିଥିବା ପ୍ରମାଣ ମିଳିଛି ।

ବେନେଟ୍‌ ରେବେଲିଓଙ୍କର ଅଧା ଶରୀର ଥିବା ସୁଟକେଶ୍‌ ମୁମ୍ବଇ ସମୁଦ୍ର କୂଳରୁ ଉଦ୍ଧାର ହୋଇଥିଲା । ମୁଣ୍ଡ ବିହୀନ ଶବ ହୋଇଥିବାରୁ ପରିଚୟ ମିଳିବା ପୁଲିସ ପାଇଁ କଷ୍ଟ ହୋଇଥିଲା । ପରେ ପ୍ୟାଣ୍ଟରୁ ଏକ ସୁରାଗ ପୁଲିସକୁ ମିଳିଥିଲା । ଏଥିରେ ଲାଗିଥିବା ଟେଲରଙ୍କ ଲୋଗ ଦେଖି ପୁଲିସ ତଦନ୍ତ ଆରମ୍ଭ କରିଥିଲା । ପରିଚୟ ମିଳିବା ପରେ ବେନେଟ୍‌ଙ୍କ ପରିବାର ଲୋକଙ୍କ ନିକଟରେ ପହଞ୍ଚିଥିଲା ।

ରେବେଲିଓଙ୍କର ଧର୍ମ ଝିଅ ନିଜର ପୁରୁଷ ବନ୍ଧୁଙ୍କ ସହ ମିଶି ହତ୍ୟା କରିଥିବା କଥା ସ୍ୱୀକାର କରିଛନ୍ତି । ରେବେଲିଓ ବାରମ୍ବାର ଯୌନ ନିର୍ଯ୍ଯାତନା ଦେବା ସହ ଶାରିରୀକ ଶୋଷଣ କରୁଥିବାରୁ ଏପରି ପଦକ୍ଷେପ ଗ୍ରହଣ ଧର୍ମ ଝିଅ ପ୍ରକାଶ କରିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.