ମା’ ଦୂର୍ଗାଙ୍କ କୃପାରୁ ଅକ୍ଟୋବର ୭ ତାରିଖରୁ ବଦଳିଯିବ ଏହି ରାଶିଧାରୀଙ୍କ ଭାଗ୍ୟ

Published By : Prameya-News7 Bureau | October 06, 2019 IST

ମେଷ, ବୃଷ, ମିଥୁନ ଓ କନ୍ୟା ରାଶି- ଅକ୍ଟୋବର ୭ ତାରିଖ ସକାଳୁ ଏହି ୪ଟି ରାଶିର ବ୍ୟକ୍ତିଙ୍କ ଭାଗ୍ୟ ଅଚାନକ ପରିବର୍ତ୍ତନ ହୋଇପାରେ। ଏହି ରାଶିର ବ୍ୟକ୍ତିଙ୍କ ଜୀବନରେ ଖୁସି ଭରିବ ଯିବ। ଏହାସହ ଆପଣଙ୍କ କାର୍ଯ୍ୟ ଦ୍ରୁତିଗତିରେ ଆଗେଇବ। ଅନ୍ୟମାନଙ୍କୁ ସାହାଯ୍ୟ କଲେ ଆପଣ କାର୍ଯ୍ୟରେ ଶୀଘ୍ର ସଫଳତା ପାଇବେ। ଆପଣଙ୍କ ଉପରକୁ ମାଡ଼ି ଆସୁଥିବା ବିଭିନ୍ନ ପ୍ରକାର ବିପଦ ଟଳି ଯିବ। ପାରିବାରିକ ଓ ବ୍ୟବସାୟ ମଧ୍ୟରେ ବହୁ ଦିନରୁ ଲାଗି ରହିଥିବା ସମସ୍ୟା ଦୂର ହେବ। ଦୀର୍ଘଦିନ ଧରି ଆପଣଙ୍କ ଜୀବନରେ ଲାଗି ରହିଥିବା ସବୁ ସମସ୍ୟାର ଅନ୍ତ ଘଟିବ।

ଏହି ରାଶିର ବ୍ୟକ୍ତିଙ୍କ ଶରୀର ସୁସ୍ଥ ରହିବ। ପାରିବାରିକ ବିବାଦ, ଲଢ଼େଇ ଓ ଝଗଡ଼ାର ସମାଧାନ ହେବ। ଯଦି ଆପଣ ଗରିବଙ୍କୁ  ସାହାଯ୍ୟ କରିବେ ତେବେ ଆଶାଠାରୁ ଅଧିକ ସଫଳ ପାଇବେ। ଅଧାରେ ଅଟକିଥିବା କାର୍ଯ୍ୟ ସମ୍ପର୍ଣ୍ଣ ହେବ। ଏହାସହ ମାଁ ଦୁର୍ଗାଙ୍କ ଶୁଭ ଦୃଷ୍ଟି ଏହି ରାଶି ବ୍ୟକ୍ତିଙ୍କ ଉପରେ ରହିବ। ଅକ୍ଟୋବର ୭ ତାରିଖଠାରୁ ମେଷ, ବୃଷ, ମିଥୁନ ଓ କନ୍ୟା ରାଶିର ବ୍ୟକ୍ତିଙ୍କ ଭାଗ୍ୟରେ ପରିବର୍ତ୍ତନ ହୋଇପାରେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.