ଜ୍ୟୋତିଷ ଶାସ୍ତ୍ର ଅନୁସାରେ ୨୪ରୁ ୩୧ଅକ୍ଟୋବର ଯାଏଁ ରାଶି ଅନୁସାରେ ଏମିତି ରହିବ ଆପଣଙ୍କ ଭାଗ୍ୟ ଫଳ,

Published By : Prameya-News7 Bureau | October 24, 2019 IST

ଧନୁ,ମେଷ ଓ ଧନୁ ରାଶି: ଜ୍ୟୋତିଷ ଶାସ୍ତ୍ର ଅନୁସାରେ ୨୪ରୁ ୩୧ଅକ୍ଟୋବର ଯାଏଁ ଧନୁ,ମେଷ ଓ ଧନୁ ରାଶିର ବ୍ୟକ୍ତିମାନେ ଘରେ ଶାନ୍ତି ବଜାୟରଖିବା  ଚେଷ୍ଟା କରନ୍ତୁ । କାହା ସହ ଅଯଥାରେ କଳି ଝଗଡା କରନ୍ତୁ ନାହିଁ । ଏମାନଙ୍କ ଜୀବନ ହଠାତ୍ ପରିବର୍ତ୍ତନ ହୋଇପାରେ। ଏମାନଙ୍କ ସ୍ବପ୍ନ ସାକାର ହେବା ସହ ଧନପ୍ରାପ୍ତିର ଯୋଗ ରହିଛି। ଏହି ରାଶିର ବ୍ୟକ୍ତିଙ୍କ କ୍ଷେତ୍ରରେ ପ୍ରେମ ଓ  ଧନ ପ୍ରାପ୍ତିର ଯଥେଷ୍ଟ ସମ୍ଭାବନା ରହିଛି।ଏହି ତିନୋଟି ରାଶିର  ବ୍ୟକ୍ତିଙ୍କ ସମସ୍ତ ମନସ୍କାମନା ପୂରଣ ହୋଇପାରେ। ଏମାନେ ଶାରୀର ଓ ମାନସିକ କ୍ଷେତ୍ରରେ ଶାନ୍ତି ପାଇବା ସହ ବ୍ୟବସାୟ କ୍ଷେତ୍ରରେ ଲାଭ ଦାୟକ ହୋଇ ପାରନ୍ତି। ଆପଣଙ୍କ ଘନିଷ୍ଠ ସାଙ୍ଗସାଥୀ ଟଙ୍କା ଧାର ସ୍ବରୂପ ମାଗି ପାରନ୍ତି।

ବୃଷ,କନ୍ୟା ଓ ମୀନ ରାଶି : ୨୪ରୁ ୩୧ଅକ୍ଟୋବର ଯାଏଁ ବୃଷ,କନ୍ୟା ଓ ମୀନ ରାଶିର ବ୍ୟକ୍ତିମାନଙ୍କୁ କୌଣସି ଏକ ମାର୍ଗ ଦର୍ଶନ ଦେଖା ଯିବ। ଯାହା ଦ୍ବାରା ଆପଣ ଭାବିଥିବା କାର୍ଯ୍ୟ ପୂରଣ କରି ପାରିବେ। ଏହି ରାଶିର ବ୍ୟକ୍ତିଙ୍କୁ ରାଜସୁଖ ମିଳିବା ସହ ସମସ୍ତ ମନସ୍କାମନା ପୂରଣ ହୋଇପାରେ। ସ୍ବପ୍ନ ସାକାର  କରିବା ପାଇଁ କଠିନ ପରିଶ୍ରମ କରନ୍ତୁ । ସମାଜର କୁପ୍ରକୃତିଙ୍କ ଲୋକଙ୍କ କଥା ଚିନ୍ତା କରି ଆପଣ ନିଜର ସମୟ ନଷ୍ଟ କରି ପାରନ୍ତି। ଅଯଥା ମାମଲରେ ଜଡିତ ରୁହନ୍ତୁ ନାହିଁ।। ଅଧିକ ଆୟ ବୃଦ୍ଧି ଯୋଗୁଁ ଆପଣ କରଜ ମୁକ୍ତ ହୋଇ ପାରନ୍ତି।। ଜୀବନର ପ୍ରତି ପାହାଚରେ ଆପଣଙ୍କୁ ସୁଖ ଓ ଶାନ୍ତି ମିଳିବ।

ମିଥୁନ, ତୁଳା ଓ କୁମ୍ଭ ରାଶି : ଜ୍ୟୋତିଷ ଶାସ୍ତ୍ର ଅନୁସାରେ ୨୪ରୁ ୩୧ଅକ୍ଟୋବର ଯାଏଁ ମିଥୁନ, ତୁଳା ଓ କୁମ୍ଭ ରାଶିର ବ୍ୟକ୍ତିଙ୍କୁ ସୁଖ ଶାନ୍ତି ଓ ସମୃଦ୍ଧି ମିଳିବ ନାହିଁ। ଏଥିସହ ଏହି ରାଶିର ବ୍ୟକ୍ତିଙ୍କ ଭାଗ୍ୟରେ ପରିବର୍ତ୍ତନ ଆଭାସ ମିଳିବ। ଏହି ରାଶିର ବ୍ୟକ୍ତିଙ୍କୁ ରାଜସୁଖ ମିଳିବ। ଏମାନଙ୍କ ଜୀବନରେ ଖୁସି ସଞ୍ଚାର ହେବ। କିଛି କାର୍ଯ୍ୟ ଯୋଗୁଁ ଆପଣ ଅସୁବିଧା ସମ୍ମୁଖୀନ ହୋଇ ପାରନ୍ତି। ପ୍ରେମ ଏବଂ ଆର୍ଥିକ କ୍ଷେତ୍ରରେ ତାଙ୍କୁ ସଫଳତା ମିଳିବ। ଏହି ରାଶିର ବ୍ୟକ୍ତି ଏକ ସଫଳ ଜୀବନ ଅତିବାହିତ କରିବେ। ରାଜଯୋଗ ପ୍ରଭାବରେ ତାଙ୍କ ଜୀବନରେ ଭଲ ଦିନ ଆସିବ। ଏମାନଙ୍କ ବୈବାହିକ ଜୀବନ ପୂର୍ବରୁ ଭଲ ହେବ।

କର୍କଟ, ବିଛା ଓ ମକର ରାଶି: ୨୪ରୁ ୩୧ଅକ୍ଟୋବର ଯାଏଁ ରାଶିର ବ୍ୟକ୍ତିଙ୍କୁ ସାହାଯ୍ୟର ଆବଶ୍ୟକ ପଡ଼ିପାରେ। ଏହି ରାଶିର ବ୍ୟକ୍ତିମାନେ ଦୂର ସ୍ଥାନକୁ ଭ୍ରମଣ  କରି ପାରନ୍ତି। ବୁଝି ବଚାରି ନିଷ୍ପତ୍ତି ନିଅନ୍ତୁ। କୌଣସି କୌଣସି ନିଷ୍ପତ୍ତି ନେବା ପୂର୍ବରୁ ପରିବାର ଲୋକଙ୍କ ସହ ଆଲୋଚନା କରନ୍ତୁ। ଆପଣଙ୍କ କାର୍ଯ୍ୟରେ ପ୍ରତିବନ୍ଧକ ଆସି ପାରେ । ପାରିବାରିକ ସମସ୍ୟା ଆପଣଙ୍କ ଜୀବନକୁ ପ୍ରଭାବିତ କରି ପାରେ। ତେଣୁ ପାରିବାରିକ ସମସ୍ୟା ଓ ବ୍ୟବସାୟ କ୍ଷେତ୍ରରେ ସୁଫଳ ପାଇବା ପାଇଁ ଶିବଙ୍କ ଦର୍ଶନ କରନ୍ତୁ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.