Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପୂର୍ବ ଗୋଦାବରୀରେ ଭାରସାମ୍ୟ ହରାଇ ଓଲଟିଲା ଭ୍ୟାନ୍, ୬ ଜଣଙ୍କ ମୃତ୍ୟୁ
  • ||
  • ବୌଦ୍ଧ : ରାସ୍ତା ଉପରେ ପଡିଛି ଯୁବକଙ୍କ ମୃତଦେହ, ହତ୍ୟା ସନ୍ଦେହ
  • ||
  • ୩୧ରେ ଆଉ ଏକ ଲଘୁଚାପ ! ଉତ୍ତର ଓ ଉପକୂଳ ଓଡିଶାରେ ବର୍ଷା ସମ୍ଭାବନା
  • ||
  • ରାଉରକେଲା : ସ୍କର୍ପିଓ ଜାଳିଦେଲେ ଦୁର୍ବୃତ୍ତ, ଗାଡିରେ ଥିବା ୩ ଜଣଙ୍କୁ ନିସ୍ତୁକ ମାଡ
  • ||
  • ପରାଜୟ ଧାରା ଭାଙ୍ଗିଲା ଚେନ୍ନାଇ, ୬ ଓ୍ୱିକେଟରେ ହାରିଲା କୋଲକାତା ନାଇଟ ରାଇଡର୍ସ
  • ||

ଏବେ ଗରିବ ଲୋକଙ୍କୁ ଘରର ନକ୍‌ସା ଯୋଗାଇବ ଫାସେଟ୍‌ ସଂସ୍ଥା : ବିଡିଏ ମଧ୍ୟ ଦେବ ଅନୁମତି

10/08/2019 at 6:02 PM

ଭୁବନେଶ୍ବର ୧୦/୮ : ରାଜଧାନୀରେ ଗରିବ ଲୋକଙ୍କୁ ଏଣିକି ନିଜ ଘରର ନକ୍‌ସା ତିଆରି ପାଇଁ ଆଉ କାହା ପାଖକୁ ଦଉଡ଼ିବାକୁ ପଡ଼ିବ ନାହିଁ  । ଏଥି ପାଇଁ ଖର୍ଚ୍ଚାନ୍ତ ହେବାକୁ ବି ପଡ଼ିବନି । ଭୁବନେଶ୍ବର ଓ ଭୁବନେଶ୍ବର ବାହାରର ଆର୍କିଟେକ୍ଟମାନଙ୍କୁ ନେଇ ଗଠିତ ସଂସ୍ଥା ଫାସେଟ୍‌ ଏବେ ଏଭଳି କ୍ଷେତ୍ରରେ ଲୋକମାନଙ୍କୁ ସହାୟତା ପାଇଁ ଆଗେଇ ଆସିଛନ୍ତି ।….

ସୁନ୍ଦର ଘର ଖଣ୍ଡେ ପାଇଁ କାହାର ବା ମନ ନାହିଁ । ହେଲେ କମ୍‌ ଯାଗାରେ ସୁନ୍ଦର ଘରଟେ ପାଇଁ ଯେଉଁ ନକ୍ସା ଦରକାର ତାହା ପାଇବାକୁ ଲୋକଙ୍କୁ ବାରମ୍ବାର ଆର୍କିଟେକ୍ଟମାନଙ୍କ ପାଖକୁ ଦଉଡ଼ିବାକୁ ପଡ଼ୁଥିବାରୁ ଏଥି ପାଇଁ ବେଶ୍‌ ଖର୍ଚ୍ଚାନ୍ତ ହେବାକୁ ପଡ଼ୁଥିବାରୁ ଲୋକେ ନକ୍ସା ପଛରେ ନଗୋଡ଼ାଇ ମନଇଚ୍ଛା ଘର ତିଆରି କରୁଛନ୍ତି । ଯାହା ଫଳରେ ଭବିଷ୍ୟରେ ନା ନା ସମସ୍ୟାରେ ମଧ୍ୟ ପଡ଼ୁଛନ୍ତି। ଏମିତିରେ ଏବେ ଗରିବ ଲୋକଙ୍କୁ ହାତପାହାନ୍ତାରେ ଘରର ନକ୍ସା ଯୋଗାଇଦେବାକୁ ଅଣ୍ଟା ଭିଡ଼ିଛି ଫାସେଟ୍‌ ସଂସ୍ଥା । ଭୁବନେଶ୍ବର ଓ ଭୁବନେଶ୍ବର ବାହାରର ଆର୍କିଟେକ୍ଟମାନଙ୍କୁ ନେଇ ଗଠିତ ଏହି ସଂସ୍ଥା ଗରିବ ଲୋକମାନଙ୍କ ପାଖରେ ପହଞ୍ଚି ମାତ୍ର ୬୦୦ ସ୍କୋୟାରଫିଟ୍‌ରେ କେମିତି ଗୋଟେ ସୁନ୍ଦର ଘର କରିହେବ ତା’ର ନକ୍ସାକୁ ମାଗଣାରେ ଯୋଗାଇଦେଉଛନ୍ତି । ଯାହାକୁ ବିଡିଏ ମଧ୍ୟ ଅନୁମତି ଦେବ ବୋଲି କୁହାଯାଇଛି । ତେବେ ଫାସେଟ୍‌ର ଆର୍କିଟେକ୍ଟମାନଙ୍କ ଦ୍ବାରା ଏଭଳି ଏକ ନିଆରା ପ୍ରୟାସକୁ ସ୍ବାଗତ କରିଛନ୍ତି ବିଜ୍ଞାନ ଓ କାରିଗରୀ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ।

ସିଇଟି ପାସ୍‌ଆଉଟ୍‌ ଏହି ଆର୍କିଟେକ୍ଟମାନେ ଶନିବାର ଭୁବନେଶ୍ବରରେ ଖଣ୍ଡଗିରି-ଉଦୟଗିରରେ ହେରିଟେଜ୍‌ ଓ୍ବାକ୍‌ କରି ସାଧାରଣ ଲୋକଙ୍କ ଭିତରେ ସଚେତନତା ସୃଷ୍ଟି ପାଇଁ ଉଦ୍ୟମ କରିଥିଲେ । ଏଥି ସହ ପୁରୁଣା ଭୁବନେଶ୍ବରରେ ଫାସେଟ୍‌ ତରଫରୁ ଏକ ନକ୍ସା କ୍ୟାମ୍ପର ଆୟୋଜନ କରାଯାଇଥିଲା । ଖୁବ୍‌ ଶୀଘ୍ର ରାଜ୍ୟର ବିଭିନ୍ନ ସ୍ଥାନରେ ଏଭଳି ନକ୍ସା କ୍ୟାମ୍ପ୍‌ କରାଯିବ ବୋଲି କହିଥିଲେ ସଂସ୍ଥାର ସଦସ୍ୟମାନେ ।

ସଠିକ୍‌ ପ୍ଲାନ ଅଭାବରୁ ସହରରେ ଅବ୍ୟବସ୍ଥିତ ଢ଼ଙ୍ଗରେ ଘର ତିଆରି ଯୋଗୁଁ ବିଭିନ୍ନ ପ୍ରକାର ସମସ୍ୟା ସୃଷ୍ଟି ହେଉଛି । ଯଦି ଏଥି ପ୍ରତି ସାଧାରଣରେ ସଚେତନତା ସୃଷ୍ଟି ହେବ ଓ ସମସ୍ତେ ଠିକ୍‌ ପ୍ଲାନ ଅନୁସାରେ ଘରଗୁଡ଼ିକ ତିଆରି କରିବେ ତାହେଲେ ହୁଏତ ରାଜଧାନୀର ନକ୍ସା ଆହୁରି ବ୍ୟବସ୍ଥିତ ଓ ସୁନ୍ଦର ହୋଇପାରିବ ।

   Related Posts