Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୫ ଜଣଙ୍କ ଜୀବନ
  • ||
  • ମିଲରେ ଅଗ୍ନିକାଣ୍ଡ: ଜୀବନ ବଞ୍ଚାଇବାକୁ ବିଲଡିଂରୁ ଡେଇଁପଡିଥିଲେ ଶ୍ରମିକ, ଉଦ୍ଧାର କାର୍ଯ୍ୟ ଜାରି
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୩୪୦ କୋଭିଡ୍ ପଜିଟିଭ୍
  • ||
  • ଲଖିମପୁର ହିଂସା ମାମଲାରେ ସଂଯୁକ୍ତ କିଷାନ ମୋର୍ଚ୍ଚାର ରେଳରୋକ, ୬ ଘଣ୍ଟିଆ ଆନ୍ଦୋଳନ ପାଇଁ ୧୪୪ ଧାରା
  • ||
  • ଫୁଲୁଛି ଜଳକା ନଦୀ, ବିପଦ ସଙ୍କେତ ଉପରେ ଜଳସ୍ତର
  • ||
  • ଚାଲାଣ ବେଳେ ୩୯ ଶ୍ରମିକ ଉଦ୍ଧାର, ଦାଦନ ଖଟିବାକୁ ଯାଉଥିଲେ ବିଜୟନଗରମ୍
  • ||
  • ବଙ୍ଗୋପସାଗରରେ ଟ୍ରପ୍ ଲାଇନ, ୪ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା
  • ||
  • ଏଯାଏଁ ମିଳୁନି ବାପା-ପୁଅଙ୍କ ପତ୍ତା, ରବିବାର ନାଗାବଳୀରେ ଭାସି ଯାଇଥିଲେ ଉଭୟ
  • ||

ମେ ୧୫ରୁ ମୁଖ୍ୟମନ୍ତ୍ରୀ କରିବେ ସମୀକ୍ଷା, ମନ୍ତ୍ରୀମାନଙ୍କୁ ଚିଠି ଲେଖିଲେ, କହିଲେ- କ’ଣ କ’ଣ କାମ କରିଛ ଜଣାଅ

10/04/2021 at 7:10 PM

ଭୁବନେଶ୍ଵର ୧୦।୦୪: ଆଉ ମାସେ ପରେ ବିଜୁ ଜନତା ଦଳ ସରକାରର ପଞ୍ଚମ ପାଳିର ଦ୍ଵିତୀୟ ବର୍ଷ ପୂରଣ ହେବାକୁ ଯାଉଛି।  ଏହି ଦୁଇ ବର୍ଷରେ କଣ କଣ କାମ ହୋଇଛି ଏବଂ ଜନତାଙ୍କୁ ଦିଆଯାଇଥିବା ପ୍ରତିଶ୍ରୁତି କେତେ ଦୂର କାର୍ଯ୍ୟକାରୀ ହୋଇଛି ଏହାର ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ। ମେ ୧୫ରୁ ବିଭିନ୍ନ ବିଭାଗର କାର୍ଯ୍ୟ ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ମେ ୧୫ରୁ ୨୫ ପର୍ଯ୍ୟନ୍ତ ବିଭିନ୍ନ ବିଭାଗର କାର୍ଯ୍ୟ ସମୀକ୍ଷା କରିବେ। ଏନେଇ ମନ୍ତ୍ରୀମାନଙ୍କୁ  ମୁଖ୍ୟମନ୍ତ୍ରୀ ଶନିବାର ଚିଠି ଲେଖିଛନ୍ତି।

ଚିଠିରେ ଉଲ୍ଲେଖ ରହିଛି ଯେ, ବିଭାଗର ପ୍ରମୁଖ ସଚିବଙ୍କ ଉପସ୍ଥିତିରେ ମନ୍ତ୍ରୀମାନେ ନିଜ ବିଭାଗର ୫ଟି ଭଲ କାମ ଜଣାଇବେ। ଲୋକଙ୍କୁ ଦିଆଯାଇଥିବା ପ୍ରତିଶ୍ରୁତି କେତେ ଦୂର ପାଳନ ହୋଇଛି ତାର ସମୀକ୍ଷା କରିବେ। ବିଭାଗକୁ କେତେ ଦୂର ଲୋକାଭିମୁଖୀ କରାଯାଇ ପାରିଛି ମନ୍ତ୍ରୀ ଜଣାଇବେ। ବିଭାଗୀୟ କାର୍ଯ୍ୟ ସମୀକ୍ଷା ପରେ ରିପୋର୍ଟ ପ୍ରସ୍ତୁତ ହେବ। ରିପୋର୍ଟ ଆଧାରରେ ପରବର୍ତ୍ତୀ କାର୍ଯ୍ୟକୁ ଆଗକୁ ନିଆଯିବ।

ଏହା ସହିତ 5T ଓ ମୋ ସରକାର କାର୍ଯ୍ୟକ୍ରମ ସେମାନଙ୍କ ବିଭାଗ ରେ କିଭଳି କାର୍ଯ୍ୟ କାରୀ କରାଯାଇଛି ଏବଂ ଏହା ସେମାନଙ୍କ ବିଭାଗର କାର୍ଯ୍ୟ ଧାରାରେ କିଭଳି ଉନ୍ନତି ଆଣିଛି ଓ ବିଭାଗ କୁ କେତେ ଲୋକାଭିମୁଖୀ କରିପାରିଛି ସେ ସମ୍ପର୍କରେ ମଧ୍ୟ ମନ୍ତ୍ରୀ ମାନେ ମୁଖ୍ୟମନ୍ତ୍ରୀ ଙ୍କୁ ଅବଗତ କରିବେ।

ସୂଚନାଯୋଗ୍ୟ, ୨୦୧୯ ବିଧାନସଭା ନିର୍ବାଚନ ଜିତିବା ସହ ବିଜେଡି ରାଜ୍ୟରେ କ୍ରମାଗତ ପଞ୍ଚମ ଥର କ୍ଷମତାସୀନ ହୋଇଥିଲା। ସରକାରଙ୍କ ପଞ୍ଚମ ପାଳିର ଦ୍ଵିତୀୟ ବର୍ଷ ମେ ୨୯ରେ ପୂରଣ ହେବାକୁ ଯାଉଛି। ୧୧୨ ଆସନ ଜିତି ନବୀନ ପଟ୍ଟନାୟକଙ୍କ ନେତୃତ୍ଵରେ ବିଜେଡି ସରକାର ଗଠନ କରିଛି।

   Related Posts