ମାର୍ଚ୍ଚ ୧ରୁ ସରକାରୀ ହସ୍ପିଟାଲରେ ମାଗଣାରେ ମିଳିବ କରୋନା ଟିକା

Published By : Prameya-News7 Bureau | February 24, 2021 IST

ନୂଆଦିଲ୍ଲୀ ୨୪।୦୨: ଦେଶରେ କରୋନା ଟିକାକରଣ ଅଭିଯାନର ଦ୍ଵିତୀୟ ପର୍ଯ୍ୟାୟ ମାର୍ଚ୍ଚ ୧ରୁ ଆରମ୍ଭ ହେବ। ଏଥିରେ ୬୦ ବର୍ଷରୁ ଅଧିକ ବୟସ୍କ ବ୍ୟକ୍ତିଙ୍କୁ ଟିକା ଦିଆଯିବ। କେନ୍ଦ୍ର ମନ୍ତ୍ରୀ ପ୍ରକାଶ ଜାଭଡେକର ବୁଧବାର କହିଛନ୍ତି ଏମିତି ଲୋକଙ୍କ ସଂଖ୍ୟା ୧୦ କୋଟିରୁ ଅଧିକ। ଦ୍ଵିତୀୟ ପର୍ଯ୍ୟାୟରେ ୧୦ ହଜାର ସରକାରୀ କେନ୍ଦ୍ର ଓ ୨୦ ହଜାରରୁ ଅଧିକ ଘରୋଇ କେନ୍ଦ୍ରରେ ଟିକାକରଣ କରାଯିବ। ସାମ୍ବାଦିକ ସମ୍ମିଳନୀରେ ଜାଭଡେକର କହିଛନ୍ତି ସରକାରୀ କେନ୍ଦ୍ରରେ ଟିକାକରଣ ମାଗଣାରେ ହେବ। କିନ୍ତୁ ଘରୋଇ କେନ୍ଦ୍ର/ହସ୍ପିଟାଲରେ ମାଗଣାରେ ଟିକା ମିଳିବ ନାହିଁ। ଘରୋଇ ହସ୍ପିଟାଲରେ ଟିକାର ଦାମ କେତେ ରହିବ ତାହ ସ୍ଵାସ୍ଥ୍ୟ ମନ୍ତ୍ରଣାଳୟ ସ୍ଥିର କରିବ। ଟିକାକରଣର ଦ୍ଵିତୀୟ ପର୍ଯ୍ୟାୟରେ ୪୫ ବର୍ଷରୁ ଉର୍ଦ୍ଧ୍ଵ ବ୍ୟକ୍ତି ଯିଏ ଗମ୍ଭୀର ରୋଗରେ ପୀଡିତ ସେମାନେ ମଧ୍ୟ ସାମିଲ ହେବେ।

କେନ୍ଦ୍ରୀୟ ମନ୍ତ୍ରୀ କହିଛନ୍ତି, ସରକାରୀ ହସ୍ପିଟାଲରେ ମାଗଣାରେ ଟିକା ମିଳିବ ଏବଂ ଘରୋଇ ହସ୍ପିଟାଲରେ ଟିକା ପାଇଁ କିଛି ଶୁଳ୍କ ଦେବାକୁ ପଡିବ। ଏହି ଶୁଳ୍କ କେତେ ରହିବ ତାହା ସ୍ଵାସ୍ଥ୍ୟ ବିଭାଗ ଦୁଇ ତିନି ଦିନରେ ଘୋଷଣା କରିବେ।

{"id":414022,"width":574,"height":431,"sizeSlug":"large","linkDestination":"none"}

ଭାରତରେ ୬୦ ବର୍ଷରୁ ଉର୍ଦ୍ଧ୍ଵ ବୟସର ଲୋକ ଏବଂ ରୋଗରେ ପୀଡିତ ଲୋକଙ୍କୁ ଭ୍ୟାକସିନ ନେବା ପାଇଁ ସେଲ୍‌ଫ ରେଜିଷ୍ଟର କରିବାକୁ ଅନୁମତି ମିଳିପାରେ। ଏହି ଲୋକ କେଉଁଠି ଟିକା ନେଇ ପାରିବେ ତାହା ନିଜେ ଚୟନ ମଧ୍ୟ କରି ପାରିବେ। ଏଥିପାଇଁ ମୋବାଇଲ ଆପ୍‌ରେ କିଛିଟା ପରିବର୍ତ୍ତନ କରାଯାଇଛି। ପ୍ରଥମେ ୫୦ ବର୍ଷରୁ ଅଧିକ ବୟସ୍କର ବ୍ୟକ୍ତିଙ୍କୁ ପଞ୍ଜୀକରଣ ପାଇଁ ଅନୁମତି ଦିଆଯିବ ବୋଲି କୁହାଯାଉଥିଲା, ହେଲେ ଏହାକୁ ବଢାଇ ୬୦ ବର୍ଷ କରି ଦିଆଯାଇଛି। କାରଣ ୬୦ ବର୍ଷରୁ ଅଧିକ ବୟସ୍କର ବ୍ୟକ୍ତି ଅଧିକ ରିସ୍କରେ ଅଛନ୍ତି। ଟିକାକରଣର ସାର୍ଟିଫିକେଟ୍ କୋ-ଓ୍ଵିନ୍ ଓ ଡିଜିଲକର ପରି ସରକାରୀ ପ୍ଲାଟ୍‌ଫର୍ମରେ ଉପଲବ୍ଧ ହେବ।

ଜାନୁଆରୀ ୧୬ରୁ ଭାରତରେ ଟିକାକରଣ ଆରମ୍ଭ ହୋଇଥିଲା। ଏ ପର୍ଯ୍ୟନ୍ତ ଏକ କୋଟି ୨୦ ଲକ୍ଷରୁ ଅଧିକ ଲୋକଙ୍କ ଟିକାକରଣ ହୋଇ ସାରିଛି। ସର୍ବ ପ୍ରଥମେ ସ୍ଵାସ୍ଥ୍ୟ କର୍ମୀଙ୍କୁ ଟିକା ଦିଆଯାଇଥିଲା। ଏହା ପରେ ଫେବୃଆରୀ ୨ରୁ କରୋନା ଆଗ ଧାଡିର ଯୋଦ୍ଧାଙ୍କ ଟିକାକରଣ କରାଯାଇଥିଲା। ଅଧିକାରୀ କହିଛନ୍ତି ଆଠ ରାଜ୍ୟର ୭୫ ପ୍ରତିଶତ ସ୍ଵାସ୍ଥ୍ୟକର୍ମୀ ଭ୍ୟାକସିନ୍‌ର ପ୍ରଥମ ଡୋଜ୍‌ ନେଇ ସାରିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.