Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ବର : ‘ପରୀକ୍ଷା ଦର୍ପଣ’ ପୁସ୍ତକ ଉନ୍ମୋଚିତ, ମାଟ୍ରିକ୍ ପରୀକ୍ଷାର୍ଥୀ ହେବେ ଉପକୃତ
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୩୮ କୋଭିଡ୍ ପଜିଟିଭ୍‌, ୩୩୪୬୬୭ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଜି.ଉଦୟଗିରି : ବାଇକ୍-ଅଟୋ ମୁହାଁମୁହିଁ ଧକ୍କା : ଜଣେ ମୃତ, ତିନି ଗୁରୁତର
  • ||
  • ଭୁବନେଶ୍ବର : ଭିଜିଲାନ୍ସ ଜାଲରେ ଭୁବନେଶ୍ବର ବ୍ଲକ୍ କନିଷ୍ଠ ଯନ୍ତ୍ରୀ ଶୁଭେନ୍ଦୁ କୁମାର ପ୍ରଧାନ, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଚଢାଉ
  • ||
  • ଦିଲ୍ଲୀ ପୋଲିସର ଆକ୍ସନ : ଟ୍ରାକ୍ଟର ରାଲି ବେଳେ ହିଂସା ପରେ ୨୨ଟି ମାମଲା ରୁଜୁ
  • ||
  • ଭୁବନେଶ୍ବର : ଅଟୋକୁ ଧକ୍କା ଦେଲା କାର୍, ୪ ଗୁରୁତର
  • ||
  • ଘଟଗାଁ : ରାତିରେ ଘରକୁ ଫେରିବା ବେଳେ ଭାଲୁ ଆକ୍ରମଣ, ଜଣେ ଗୁରୁତର
  • ||
  • ଆଜିଠୁ ଶ୍ରୀମନ୍ଦିର ସେବାୟତଙ୍କ ପୁଣି କୋଭିଡ୍ ଟେଷ୍ଟ, ପ୍ରତିଦିନ ୫୦ ସେବାୟତଙ୍କ ହେବ ଆର୍‌ଟିପିସିଆର୍
  • ||
  • ଆଜିଠୁ ପୁଣି ଟିକାକରଣ, ଭାକ୍‌ସିନ୍‌ ନେବେ ବଳକା ୧ ଲକ୍ଷ ୭୩ ହଜାର ୬୩୬ ସ୍ବାସ୍ଥ୍ଯକର୍ମୀ
  • ||

ଡିସେମ୍ବର ୧ରୁ ହେବାକୁ ଯାଉଛି ୪ଟି ପରିବର୍ତ୍ତନ, ମହଙ୍ଗା ହୋଇପାରେ ଏହି ସବୁ ଜିନିଷର ଦାମ

29/11/2020 at 3:12 PM

ନୂଆଦିଲ୍ଲୀ ୨୯/୧୧ : ଡିସେମ୍ବର ୧ ରୁ ଦେଶରେ ଅନେକ କିଛି ବଦଳିବାକୁ ଯାଉଛି । ଏହାର ସିଧାସଳଖ ପ୍ରଭାବ ସାଧାରଣ ଲୋକଙ୍କ ଉପ​‌ରେ ପଡିବାକୁ ଯାଉଛି । ଯଦି ଆପଣଙ୍କ ପାଖରେ ଏହାକୁ ନେଇ ସୂଚନା ନାହିଁ ତେବେ ଡିସେମ୍ବର ୧ ତାରିଖରୁ ଆପଣ ଅନେକ ସମସ୍ୟାର ସାମ୍ନା କରିପାରନ୍ତି । ମୋଟାମୋଟି ଭାବେ ଡିସେମ୍ବର ୧ ତାରିଖରୁ ୪ ଜିନିଷ ବଦଳିବାକୁ ଯାଉଛି ।

୨୪ଘଣ୍ଟିଆ RTGS ସୁବିଧା

ଡିସେମ୍ବର ମାସରୁ ଗ୍ରାହକମାନଙ୍କ ପାଇଁ ୨୪ ଘଣ୍ଟିଆ ରିୟଲ ଟାଇମ୍ ଗ୍ରୋସ ସେଟେଲମେଣ୍ଟ୍ ବା RTGS ସୁବିଧା ଉପଲବ୍ଧ ହେବ । ଭାରତୀୟ ରିଜର୍ଭ ବ୍ୟାଙ୍କ୍ କହିଛି ଯେ, ଡିସେମ୍ବର ୧ ତାରିଖରୁ RTGS କାରବାରର ସୁବିଧା ୨୪ ଘଣ୍ଟିଆ ଉପଲବ୍ଧ ହେବ । କରୋନା ମହାମାରୀ ସମୟରେ ଅନଲାଇନ କାରବାର ବ୍ୟାପକ ଭାବେ ବୃଦ୍ଧି ପାଇଛି । ଏହା ପୂର୍ବରୁ NEFT ନିୟମରେ ମଧ୍ୟ ଅଦଳବଦଳ କରିଥିଲା ଆରବିଆଇ । NFET ସୁବିଧା ଡିସେମ୍ବର ୨୦୧୯ରୁ ୨୪ ଘଣ୍ଟିଆ କରାଯାଇଥିଲା । ସୂଚନା ଅନୁଯାୟୀ ମାସର ଦ୍ବିତୀୟ ଏବଂ ଚତୁର୍ଥ ଶନିବାରକୁ ଛାଡି ସମସ୍ତ କାର୍ଯ୍ୟ ଦିବସରେ ସକାଳ ୭ ଟାରୁ ସନ୍ଧ୍ୟା ୬ ଟା ଯାଏଁ RTGS ସବିଧା ଉପଲବ୍ଧ ହେଉଥିଲା । ତେବେ ଆସନ୍ତା ମାସରୁ ଏହି ନିୟମରେ ପରିବର୍ତ୍ତନ କରାଯାଇ RTGS ସୁବିଧା ୨୪ ଘଣ୍ଟିଆ କରାଯିବ ।  

ଡିସେମ୍ବରରୁ ଏହି ସବୁ ରୁଟରେ ଚାଲିବ ଟ୍ରେନ୍

କରୋନା ମହାମାରୀ ସମୟରେ ଏବେ ମଧ୍ୟ ଅନେକ ରୁଟରେ ଟ୍ରେନ୍ ଚଳାଚଳ ବନ୍ଦ ରହିଛି । ଡିସେମ୍ବର ୧ରୁ ଅନେକ ରୁଟରେ ଟ୍ରେନ ଚଳାଚଳ ଆରମ୍ଭ ହେବ । ଯାତ୍ରୀଙ୍କ ପାଇଁ ଝେଲମ ଏକ୍ସପ୍ରେସ୍ ଏବଂ ପଞ୍ଜାବ ମେଲ ଟ୍ରେନ ସେବା ଆରମ୍ଭ ହେବ । ରେଳ ବିଭାଗ କହିଛି ଏହି ଦୁଇଟି ଟ୍ରେନକୁ ସ୍ଥିତି ଅନୁଧ୍ୟାନ କରାଯାଇ ଚଳାଇବାକୁ ନିଷ୍ପତ୍ତି ନିଆଯାଇଛି ।

PNB ଏଟିଏମରୁ ଟଙ୍କା ଉଠାଇବା ନିୟମରେ ପରିବର୍ତ୍ତନ

ପଞ୍ଜାବ​‌ ନେସନାଲ ବ୍ୟାଙ୍କ୍ ଡିସେମ୍ବର ୧ ତାରିଖରୁ ଏଟିଏମ ଜରିଆରେ ଟଙ୍କା ଉଠାଣ ନିୟମରେ ପରିବର୍ତ୍ତନ କରିବ । ବ୍ୟାଙ୍କର ନୂଆ ନିୟମରେ ରହିଛି ଯେ, ଟଙ୍କା ଉଠାଣ ସମୟ​ରେ ଉପଭୋକ୍ତାଙ୍କ ମୋବାଇଲକୁ OTP  ଯିବ । ତେବେ ATM ରେ OTP ପ୍ରୟୋଗ କରିବା ପରେ ହିଁ ଟଙ୍କା ଉଠାଇ ଦେବ । ୧୦ ହଜାରରୁ ଅଧିକ ଟଙ୍କା ଉଠାଇବା ପାଇଁ OTP ନିୟମ ଲାଗୁ ହେବ । ‌

ବଢିପାରେ ଗ୍ୟାସ ସିଲିଣ୍ଡରର ଦାମ

ସରକାରୀ ତେଲ କମ୍ପାନୀ ପ୍ରତି ମାସ ପହିଲାରେ ଏଲପିଜି ଗ୍ୟାସ୍ ସିଲିଣ୍ଡର ଦାମ ସମୀକ୍ଷା କରନ୍ତି । ତେବେ ଶୁଣା ଯାଉଛି ଡିସେମ୍ବର ୧ରୁ ଏଲପିଜି ସିଲିଣ୍ଡର ଦାମ ବଢିପାରେ । ନଭେମ୍ବର ମାସରେ ତେଲ କମ୍ପାନୀ ଗୁଡିକ ବାଣିଜ୍ୟିକ ସିଲିଣ୍ଡର ଦାମ ବୃଦ୍ଧି କରିଥିଲେ ।

   Related Posts