Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭିସା ଉପରେ ଲାଗିଥିବା କଟକଣା ହଟାଇଲେ ସରକାର
  • ||
  • ଟ୍ୱିଟରରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ପାଇଁ କବିତା ଲେଖିଲେ ରାହୁଲ
  • ||
  • ମା’ ମାଣିକେଶ୍ଵରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା ପାଇଁ ୧୪୪ ଧାରା ଜାରି
  • ||
  • ପ୍ରକାଶ ପାଇଲା ମାଟ୍ରିକ୍ ସପ୍ଲିମେଣ୍ଟାରୀ ପରୀକ୍ଷା ଫଳ
  • ||
  • ରାୟଗଡାରେ ବୋଲେରୋ-ବାଇକ୍ ମୁହାଁମୁହିଁ ଧକ୍କା, ୨ ଗୁରୁତର
  • ||
  • ବିନା ଅନୁମତିରେ ଦାଢ଼ି ରଖି ନିଲମ୍ବିତ ହେଲେ ପୋଲିସ ବାବୁ
  • ||
  • ପାଲଘର ମାମଲାରେ ଆଉ ୨୪ ଅଭିଯୁକ୍ତ ଗିରଫ
  • ||
  • ରାଜ୍ୟରେ ଆଉ ୧୫ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ବିହାର ନିର୍ବାଚନ ପାଇଁ ବିଜେପି ଜାରି କଲା ସଂକଳ୍ପ ପତ୍ର
  • ||
  • ରାଜ୍ୟରେ ୧୯୧୩ କରୋନା ସଂକ୍ରମିତ ଚିହ୍ନଟ
  • ||

ହାର୍ଟ ଆଟାକ୍‌ର ଲକ୍ଷଣ- ଆଖି ପରୀକ୍ଷାରୁ ଜାଣି ହେବ ହାର୍ଟ ଓ କାର୍ଡିଓଭାସୁକୁଲାର ସମସ୍ୟା ବିଷୟରେ

19/11/2019 at 4:21 PM

ହାଇପରଟେନସନ୍‌ ଜର୍ଣ୍ଣାଲରେ ବାହାରିଥିବା ଏକ ରିପୋର୍ଟ ଅନୁସାରେ  ଚକ୍ଷୁ ପରୀକ୍ଷା ବା  ଆଖିର ଏକ ପରୀକ୍ଷାରୁ ହୃଦ ରୋଗ ବା କାର୍ଡିଓ ଭାସ୍‌କୁଲାର ସମସ୍ୟା ବିଷରେ ଜାଣିହେବ ବୋଲି ସୂଚନା ଦିଆଯାଇଛି । ଆଖି ହୃଦୟର ଝରକା ବୋଲି ଏଥିରେ ଉଲ୍ଲେଖ ରହିଛି ।  ଏଥିରେ ଆପଣ ଉଚ୍ଚ ରକ୍ତ ଚାପ ବା ହାଇପରଟେନସନ୍‌ ଓ ଅନ୍ୟ ହୃଦ ରୋଗ କିମ୍ବା ସମସ୍ୟାରେ ଅଛନ୍ତି କି ନାହିଁ  ତାହାର ସୂଚନା ମିଳି ପାରିବ ।

ଏବେ ସାରା ବିଶ୍ୱରେ ହୃଦ ରୋଗ ଓ ଅନ୍ୟ କାର୍ଡିଓଭାସକୁଲାର ସମସ୍ୟା ବୃଦ୍ଧି ପାଇବାରେ ଲାଗିଛି । ପ୍ରଥମରୁ ଏହାର ଚିକିତ୍ସା କରାଗଲେ ଅନେକ କଠିନ ସମସ୍ୟା ଓ ମୃତ୍ୟୁରୁ ମଧ୍ୟ ବର୍ତ୍ତି ପାରିବେ ।  ଚକ୍ଷୁର ଏକ ପରକ୍ଷାରୁ ଅନେକ ହୃଦ ରୋଗ ସମ୍ପର୍କରେ ଜାଣି ହେବ । ଏଥିପାଇଁ ଅତ୍ୟାଧୁନିକ ଯନ୍ତ୍ରପାତିର ଆବଶ୍ୟକତା ନାହିଁ ।  ଅନେକ ସମୟରେ ହୃଦ ରୋଗ ସମ୍ପର୍କରେ ଜଣା ପଡି ନଥାଏ । ଲୋକଙ୍କର ହୃଦଘାତ ବା ହାର୍ଟ ଆଟାକ ହୋଇଥାଏ ।  ଏବେ ବୈଜ୍ଞାନିକମାନେ ଆଖିରୁ ହୃଦ ରୋଗ ସମ୍ପର୍କରେ କିପରି ଜଣା ପଡିବ ସେ ବିଷୟରେ ଗବେଷଣା କରୁଥିଲେ । ରେଟିନାରେ ପରିବର୍ତ୍ତନ ହେଲେ ଏହା ବୟସ୍କ ଏପରକି ଛୋଟ ପିଲାଙ୍କର ମଧ୍ୟ ହାଇପରଟେନ୍‌ସନ୍‌ ଥିବାର ସୂଚନା ଦେଇଥାଏ ।

ଏପରି ସ୍ଥଳରେ ଆଖିକୁ ରକ୍ତ ପ୍ରବାହ କମ୍‌ ହୋଇଥାଏ ।  ଆଖି ରକ୍ତଚାପରେ ପରିବର୍ତ୍ତନ ହେଲେ ପ୍ରଥମେ ସୂଚନା ଦେଇଥାଏ । ଏହାକୁ ନେଇ ୟୁକେରେ ବଡ ଧରଣର ଗବେଷଣା କରାଯାଇଥିଲା  । ଏଥିରେ ୫୫,୦୦୦ ଜଣ ବୟସ୍କ ସାମିଲ ହୋଇଥିଲେ । ଆଖିରେ ଥିବା ରକ୍ତୋ କୋଷିକା ବା ବ୍ଲଡ ଭେସେଲ୍‌ର  ୩୫ ଲକ୍ଷ  ଡିଜିଟାଲ ଇମେଜ୍‌ ନିଆଯାଇଥିଲା ।

ଏହି ସବୁ ଇମେଜ୍‌ ବିଶ୍ଲେଷଣ କରାଯାଇଥିଲା ।  ଏହି ଗବେଷଣାରୁ ଆଖିର ପଛ ପାଖରେ ଥିବା କ୍ଷୁଦ୍ର କୋଷିକାରୁ ବା କାପିଲାରିରୁ  ହାଇପରଟେନସ୍‌ ଓ ଧମନୀରେ ଷ୍ଟିଫ୍‌ନେସ୍‌ ଆସିବା ବିଷୟରେ ଜାଣିହେବ । ଏଥିରେ ରୋଗୀଙ୍କର ଦୃଷ୍ଟି ଶକ୍ତି ଉପରେ କୌଣସି ପ୍ରଭାବ ପଡି ନଥାଏ । ହଟ୍‌ ଫ୍ଲାସରୁ ମଧ୍ୟ ମହିଳାଙ୍କ ହୃଦ ରୋଗ ସମ୍ପର୍କରେ ସୂଚନା ମିଳି ପାରିବ ।

ଏବେ ଏହାକୁ   ବିଭିନ୍ନ ରୋଗୀଙ୍କ ନିକଟରେ  ପ୍ରୟୋଗ କରାଯାଉଛି । ଆସନ୍ତା ୧୦ ବର୍ଷ ମଧ୍ୟରେ ଏହାକୁ ଆହୁରି ବିକଶିତ କରାଯାଇ ଆଖି ପରୀକ୍ଷାରୁ ହୃଦ ରୋଗ ସମ୍ପର୍କରେ ଅନେକ ସୂଚନା ମିଳିପାରିବ । ଏହା ହେଲେ ହାର୍ଟ ଆଟାକ୍‌ ସମସ୍ୟାରୁ ଅନେକାଂଶରେ ମୁକ୍ତି ମିଳି ପାରିବ ।

   Related Posts