ଭୁବନେଶ୍ୱର ୨୫।୧୧ - ସରିଆସୁଛି ଡେଡଲାଇନ । ତିନିମାସ ଭିତରେ ଯେଉଁମାନେ କାଗଜ ପତ୍ର କରିପାରି ନାହାନ୍ତି ଆର୍ଟିଓ କାର୍ଯ୍ୟାଳୟରେ ସେମାନେ ଲମ୍ବା ଲାଇନ୍ରେ ଛିଡା ହେଉଛନ୍ତି । ଏବେ ଆରଟିଓ ଆଗରେ ଅସମ୍ଭାଳ ଭିଡ଼ ଲାଗିଛି। ।
{"id":189734,"sizeSlug":"large"}ନୂଆ ଟ୍ରାଫିକ ଆଇନ ଲାଗୁ କରିବାକୁ ଯେଉଁ ଦିଆଯାଇଥିବା ୩ ମାସର କୋହଳ ସେହି ସମୟ ଏବେ ସରି ସରି ଆସୁଛି। ଡିସେମ୍ବର ୧ ତାରିଖରୁ ପୁଣି ନୂଆ ଟ୍ରାଫିକ ଆଇନ ଲାଗୁ ହେବ । ଗାଡ଼ିର ସମସ୍ତ କାଗଜ ପତ୍ରର ଯାଞ୍ଚ କରାଯିବ। ତେବେ ଗତ ତିନି ମାସ ଭିତରେ ନିଜର ଗାଡ଼ି କାଗଜ ପତ୍ର ଠିକ୍ କରି ପାରିନଥିବା ଲୋକେ ଏବେ ଏହି ୪ ଦିନରେ ସବୁ ଠିକ୍ ଠାକ କରିବାକୁ ଧାଇଁଛନ୍ତି।
{"id":189735,"sizeSlug":"large"}ଆରଟିଓରେ ଏବେ ଅସମ୍ଭାଳ ଭିଡ଼। ଏମିତିକି ସ୍ଥିତି ଏମିତି ହୋଇଛି ଭିଡ଼ ନିୟନ୍ତ୍ରଣ କରିବାକୁ ପୋଲିସ ନାକେଦମ ହୋଇଛି।