Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କରୋନାରୁ ଶିଶୁଙ୍କ ସୁରକ୍ଷା ପାଇଁ କମିଟି ଗଠନ, ସବୁ କୋଭିଡ୍ ହସ୍ପିଟାଲ୍ରେ ହେଲ୍ପ ଡେସ୍କ ବାଧ୍ୟତାମୂଳକ
  • ||
  • ଜଟିଳ ହେବାରେ ଲାଗିଛି ଭୁବନେଶ୍ଵରରେ କରୋନା ସ୍ଥିତି, ଆଜି ୧୩୫୩ ପଜିଟିଭ୍ ଚିହ୍ନଟ
  • ||
  • ଜୁନ ୧୫ ଯାଏଁ ଶ୍ରୀମନ୍ଦିର ବନ୍ଦ, ସଂକ୍ରମଣକୁ ଦୃଷ୍ଟିରେ ରଖି ପ୍ରଶାସନର ବଡ ନିଷ୍ପତ୍ତି
  • ||
  • ଆଜି ସୁସ୍ଥରେ ରେକର୍ଡ, ସୁସ୍ଥ ହୋଇ ଘରକୁ ଫେଲେ ୧୨୦୭୭ ଆକ୍ରାନ୍ତ
  • ||
  • ୧୭ ମେ ସୋମବାର ଖୋଲିବ କେଦାରନାଥ ଧାମ କବାଟ ।। ତୀର୍ଥ ପୁରୋହିତ ସୀମିତ ସଂଖ୍ୟକ ଲୋକଙ୍କ ଉପସ୍ଥିତିରେ ବିଧିବିଧାନ ସହ କବାଟ ଖୋଲିବ ।। ପ୍ରଧାନମନ୍ତ୍ରୀଙ୍କ ପକ୍ଷରୁ ଜନତାଙ୍କ କଲ୍ୟାଣ ନିମନ୍ତେ ହେବ ପ୍ରଥମ ପୂଜା ।।
  • ||
  • ଆଗାମୀ ୩ ଦିନରେ ରାଜ୍ୟକୁ ମିଳିବ ଭ୍ୟାକସିନ୍‌ର ୫୧ ଲକ୍ଷ ଡୋଜ୍‌
  • ||
  • ୨୪ରେ ବଙ୍ଗୋପସାଗରରେ ଲଘୁଚାପ, ନେଇପାରେ ଅବପାତର ରୂପ
  • ||
  • ସଂକ୍ରମଣ ସାମାନ୍ୟ କମିଲା : ଦେଶରେ ୨୪ ଘଣ୍ଟାରେ ୩ ଲକ୍ଷ ୧୧ ହଜାରରୁ ଅଧିକ ପଜିଟିଭ୍, ୪୦୭୭ ମୃତ
  • ||
  • ୧୧ ହଜାର ଉପରେ କରୋନା ସଂକ୍ରମଣ, ରାଜ୍ୟରେ ଗତ ୨୪ଘଣ୍ଟାରେ ବାହାରିଲେ ୧୧୭୩୨ ପଜିଟିଭ୍
  • ||
  • ରାଜ୍ୟରେ କରୋନା ନେଲା ଆଉ ୧୯ଜଣଙ୍କ ଜୀବନ, ୨୩୧୩ରେ ପହଞ୍ଚିଲା ମୃତ୍ୟୁସଂଖ୍ୟା
  • ||

ପ୍ରଥମ ଦିନରୁ ହଟ୍ଟଗୋଳ – ବିଧାନସଭା ଶୀତ ଅଧିବେଶନ ସରଗରମ

13/11/2019 at 6:48 PM

ଭୁବନେଶ୍ୱର ୧୩।୧୧  ଶୀତ ଅଧିବେଶନ ପ୍ରଥମ ଦିନରୁ ହିଁ ସରଗରମ ହୋଇଛି । ଦୁଇ ବିରୋଧୀ ଦଳ କଂଗ୍ରେସ ଓ ବିଜେପି ମିଳିତ ଭାବେ ଗୋଟିଏ ପ୍ରସଙ୍ଗରେ ଗୃହର ମଧ୍ୟଭାଗକୁ ଆସିଛନ୍ତି । ଆଜି କଂଗ୍ରେସ ସ୍ମିତାରାଣୀ ମୃତ୍ୟୁ ଘଟଣାରେ ମୁଲତବୀ ନୋଟିସ ଦେଇଥିବା ବେଳେ ବିଜେପି ନାରୀ ନିର୍ଯାତନା ପ୍ରସଙ୍ଗରେ ମୁଲତବୀ ଆଲୋଚନା ପାଇଁ ନୋଟିସ ଦେଇଥିଲା । ବିଜେପିର ମୁଲତବୀ ନୋଟିସ ଗ୍ରହଣ ହୋଇଥିଲା ବେଳେ କଂଗ୍ରେସର ନୋଟିସକୁ ବାଚସ୍ପତି ଅଗ୍ରାହ୍ୟ କରିଥିଲେ । 

ତେଣୁ ପ୍ରଶ୍ନକାଳ ଆରମ୍ଭରୁ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ପ୍ରଶ୍ନକାଳକୁ ବାତିଲ କରି ନାରୀ ନିର୍ଯ୍ୟାତନା ନେଇ ସ୍ୱତନ୍ତ୍ର ଆଲୋଚନା ଦାବି କରିଥିଲେ । ବାଚସ୍ପତି ଏଭଳି ଦାବିକୁ ଗ୍ରହଣ ନ କରିବାରୁ କଂଗ୍ରେସ ବିଧାୟକମାନେ ଗୃହର ମଧ୍ୟଭାଗକୁ ଆସି ହଟ୍ଟଗୋଳ କରିଥିଲେ। ନରସିଂହ ଅଭିଯୋଗ କରୁଛନ୍ତି ଯେ, ସରକାରୀ ଦଳ ଏହି ପ୍ରସଙ୍ଗକୁ ଗୁରୁତ୍ୱ ଦେଉନାହାନ୍ତି । ନାବାଳିକା ଦୁଷ୍କର୍ମରେ ଓଡିଶା ଏକ ନମ୍ବର ହୋଇଥିଲା ବେଳେ ନାରୀ ନିର୍ଯ୍ୟାତନାର ବି ଓଡ଼ିଶାର ସ୍ଥିତି ଉଦବେଗଜନକ । ଏହା ସୁପ୍ରିମକୋର୍ଟରେ ଦାଖଲ ଏକ ପିଆଇଏଲରୁ ଜଣାପଡିଛି । 

ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ ମଧ୍ୟ ସେହି ସମାନ ଦାବି କରିଥିଲେ । କିନ୍ତୁ ବାଚସ୍ପତି ତାଙ୍କୁ କହିବାର ସୁଯୋଗ ଦେଇ ନଥିଲେ । ନାରୀ ନିର୍ଯ୍ୟାତନା ସହ ରାଜ୍ୟରେ ଦୁର୍ନୀତି ବଢୁଛି । ବାତ୍ୟା ବିପର୍ଯ୍ୟୟଙ୍କୁ ବାସଗୃହ ନାଁରେ ବ୍ୟାପକ ହରିଲୁଟ ହେଉଛି । ଏ ସରକାର କିନ୍ତୁ ସ୍ଵଛତାର ଡିଣ୍ଡିମ ପିଟୁଛନ୍ତି ବୋଲି ସେ ଅଭିଯୋଗ କରିଥିଲେ।  

ସରକାରୀ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ ବିରୋଧୀଙ୍କ ଅଭିଯୋଗର ଜବାବ ଦେଇ କହିଛନ୍ତି ଯେ, ବିରୋଧି ଦଳ ନାରୀ ସୁରକ୍ଷା ପାଇଁ ଚିନ୍ତିତ ନୁହନ୍ତି । କେବଳ ଗଣମାଧ୍ୟମରେ ନିଜର ସ୍ଥିତି ଜାହିର କରୁବାକୁ ବିଧାନସଭାକୁ ଅଚଳ କରୁଛନ୍ତି । ସରକାର ଆଲୋଚନା ପାଇଁ ପ୍ରସ୍ତୁତ ଥିବା ବେଳେ ପ୍ରଶ୍ନକାଳକୁ ବାତିଲ କରିବାର ଆବଶ୍ୟକତା ନାଥିଲା ବୋଲି ସେ କହିଛନ୍ତି । 

ବିଧାନସଭା ଆରମ୍ଭରୁ ଶୋକ ପ୍ରସ୍ତାବ ଆଗତ କରିଥିଲେ ମୁଖ୍ୟମନ୍ତ୍ରୀ । ଶୋକ ପ୍ରସ୍ତାବ ପରେ ଆରମ୍ଭ ହୋଇଥିଲା ପ୍ରଶ୍ନ କାଳ । ହେଲେ ହଟଗୋଳ ପାଇଁ ଗୃହ ଚାଲିପାରି ନଥିଲା ।ଅପରାହଣରେ ଗୃହ ସୁପରିଚାଳନା ପାଇଁ ବାଚସ୍ପତି ଡାକିଥିଲେ ସର୍ବଦଳୀୟ ବୈଠକ । ଏହାପରେ ଅପରାହ୍ନରେ ଅତିରିକ୍ତ ବଜେଟ ଆଗତ ପରେ ଗୃହକୁ ଆସନ୍ତା କାଲି ପର୍ଯ୍ୟନ୍ତ ମୁଲତବୀ କରାଯାଇଥିଲା ।

   Related Posts