Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଲିଙ୍ଗରାଜ ମନ୍ଦିରରେ ସର୍ବସାଧାରଣ ଦର୍ଶନ ବନ୍ଦ, ବହୁ ସେବାୟତ କୋଭିଡ୍‌ ପଜିଟଭ୍‌ ଚିହ୍ନଟ
  • ||
  • କେକେଆରକୁ ୨୦୫ ରନ୍‌ର ବିଜୟ ଲକ୍ଷ ଦେଲା ଆରସିବି
  • ||
  • କରୋନା ଯୋଗୁଁ ପଶ୍ଚିମବଙ୍ଗରେ ନିଜର ସବୁ ରାଲି ବାତିଲ କଲେ ରାହୁଲ ଗାନ୍ଧୀ: ସୋସିଆଲ ମିଡ଼ିଆରେ ହେଉଛି ପ୍ରଶଂସା
  • ||
  • ଏପ୍ରିଲରେ ଭୟାବହ ରୂପ ନେଇଛି କରୋନା: ୧୮ ଦିନରେ ୨୬ ଲକ୍ଷରୁ ଅଧିକ ମାମଲା
  • ||
  • ଦାରିଙ୍ଗବାଡ଼ି : ଭାରସାମ୍ୟ ହରାଇ ବାଇକ୍ ଦୁର୍ଘଟଣାଗ୍ରସ୍ତ : ନାବାଳକ ମୃତ, ୨ ଗୁରୁତର
  • ||
  • JEE ମେନ୍‌ ୨୦୨୧ ସ୍ଥଗିତ, ସଂକ୍ରମଣ ବୃଦ୍ଧିକୁ ଦୃଷ୍ଟିରେ ରଖି ନେସନାଲ୍ ଟେଷ୍ଟିଂ ଏଜେନ୍ସିର ନିଷ୍ପତ୍ତି
  • ||
  • କରୋନା ସଂକ୍ରମଣ ଚିନ୍ତା, ଆଗୁଆ ପଦକ୍ଷେପ : ୪ରୁ ୫ ଗୁଣ ବଢିବ ବେଡ୍ ସଂଖ୍ୟା
  • ||
  • ରାଜ୍ୟରେ କରୋନା ନେଲା ଆଉ ୨ ଜଣଙ୍କ ଜୀବନ, ୧୯୪୪ରେ ପହଞ୍ଚିଲା ମୃତ୍ୟୁସଂଖ୍ୟା
  • ||
  • ମିଳିଲାନି ଅମ୍ଳଜାନ, ଜୀବନ ହାରିଲେ ୬ କରୋନା ଆକ୍ରାନ୍ତ
  • ||
  • ଜୟପୁର ସବ୍ ଜେଲରେ ରେଡ୍, ଏସ୍‌ପି ଓ ଉପ ଜିଲ୍ଲାପାଳ ସାମିଲ
  • ||

‘ଶିବାଜୀ ଦି ବସ୍-ରଜନୀକାନ୍ତ’: ବସ୍ କଣ୍ଡକ୍ଟରରୁ ଦାଦା ସାହେବ ଫାଲକେ ପୁରସ୍କାର ଯାଏଁ ଏମିତି ଥିଲା ତାମିଲ ସୁପରଷ୍ଟାରଙ୍କ ଯାତ୍ରା

1/04/2021 at 7:07 PM

ଭୁବନେଶ୍ୱର ୦୧/୦୪ : ଥଲାଇବା … ଦି ବସ୍ । ଟଲିଉଡ଼ରୁ ବଲିଉଡ ସବୁଠି ତାଙ୍କର ଜୋରଦାର ଜୟଗାନ। ଷ୍ଟାଇଲିସ୍ ସାଉଥ୍ ସୁପରଷ୍ଟାର ରଜନୀକାନ୍ତ। ପ୍ରଶଂସକଙ୍କ ପାଇଁ ବି ଭଗବାନ। ତେବେ ରଜନୀକାନ୍ତଙ୍କ ଏହି ଯାତ୍ରା ଥିଲା କିପରି ? ବସ କଣ୍ଡକ୍ଟରରୁ ପ୍ରିୟ ରିଲ କ୍ୟାରକ୍ଟର ‘ବସ୍’। ଫିଲ୍ମ ଇଣ୍ଡଷ୍ଟ୍ରିରେ ନିଜର ଏକ ଖାସ୍ ପରିଚୟ ସୃଷ୍ଟି କରିଥିବା ରଜନୀକାନ୍ତଙ୍କୁ ଭାରତୀୟ ସିନେମା ଜଗତର ସର୍ବୋଚ୍ଚ ସମ୍ମାନ ଦାଦା ସାହେବ ଫାଲକେ ପୁରସ୍କାର ମିଳିଛି। ତେବେ ବେଙ୍ଗାଲୁରୁରେ ଜନ୍ମିତ ଶିବାଜୀ ଗାଇକୱାର୍ଡ କେମିତି ହେଲେ ରଜନୀକାନ୍ତ, କିପରି ପାଲଟିଗଲେ ଦି ବସ୍ ?   

ବେଙ୍ଗାଳୁରୁରେ ଜନ୍ମ । ସେଇଠି ବଢିଲେ, ରୋଜଗାରର ପ୍ରଥମ କ୍ୟାରିୟର ବସ କଣ୍ଡକ୍ଟର । ଏମିତି ଜୀବନ ଆରମ୍ଭ କରିଥିବା ରଜନୀକାନ୍ତ କେବେ ସ୍ବପ୍ନରେ ବି ଭାବିନଥିଲେ ଯେ ସେ ଦିନେ ବଲିଉଡ ଓ ତାମିଲ ସିନେମା ଜଗତର ହେବେ ସୁପରଷ୍ଟାର । ତାମିଲ ପ୍ରଶଂସକ ତାଙ୍କୁ ଭଗବାନଙ୍କ ଦର୍ଜା ଦେଇଛନ୍ତି। ଦର୍ଶକ ତାଙ୍କ ପାଇଁ ଦିୱାନା। ଗୁରୁବାର ଦିନ ରଜନୀକାନ୍ତଙ୍କୁ ଦାଦା ସାହେବ ଫାଲକେ ପୁରସ୍କାରରେ ସମ୍ମାନିତ କରାଯିବ କଥା ଘୋଷଣା ପରେ ସୋସିଆଲ ମିଡ଼ିଆରେ ପ୍ରଶଂସକଙ୍କ ଶୁଭେଚ୍ଛାର ସୁଅ । ଦାଦା ସାହେବ ଫାଲକେ ଭାରତୀୟ ସିନେମା ଜଗତରର ସବୁଠାରୁ ବଡ ପୁରସ୍କାର। ମେ’ ୩ ତାରିଖରେ ରଜନୀକାନ୍ତଙ୍କୁ ଏହି ପୁରସ୍କାରରେ ସମ୍ମାନିତ କରାଯିବ।

୧୯୫୦ ମସିହା ଡିସେମ୍ବର ୧୨ ତାରିଖରେ ବେଙ୍ଗାଲୁରୁରେ ଏକ ମଧ୍ୟବିତ୍ତ ପରିବାରରେ ରଜନୀକାନ୍ତଙ୍କ ଜନ୍ମ । ତାଙ୍କ ପ୍ରକୃତ ନାଁ ଶିବାଜୀ ରାଓ ଗାୟକୱାଡ। ରଜନୀକାନ୍ତଙ୍କ ଘରର ଆର୍ଥିକ ସ୍ଥିତି ସ୍ୱଚ୍ଛଳ ନଥିଲା। ବାପା ଥିଲେ ପୋଲିସ କନଷ୍ଟେବଲ। ତେବେ ମାତ୍ର ୯ ବର୍ଷ  ବୟସରେ ମା’ଙ୍କୁ ହରାଇଥିଲେ ରଜନୀକାନ୍ତ । ପରିବାରର ଆର୍ଥିକ ସଙ୍କଟ ଯୋଗୁଁ ସେ ପ୍ରଥମେ କିଛି ଦିନ କୁଲି କାମ କରିଥିଲେ। ପରେ ତାଙ୍କୁ ବସ୍ କଣ୍ଡକ୍ଟର ଚାକିରୀ ମିଳିଥିଲା। ନିଜ କାମରେ ସବୁବେଳେ ଖୁସି ରହୁଥିଲେ ସେ। ତେବେ ତାଙ୍କ ଷ୍ଟାଇଲ ସବୁବେଳେ ୟୁନିକ ।ବସ୍ କଣ୍ଡକ୍ଟର ଥିବାବେଳେ ସେ ନିଜ ଅଭିନୟରେ ଲୋକଙ୍କ ମନୋରଞ୍ଜନ କରୁଥିଲେ। ୧୯୭୩ରେ ସେ ଚାକିରୀ ଛାଡି ମାଡ୍ରାସ ଫିଲ୍ମ ଇନଷ୍ଟିଚ୍ୟୁଟରୁ ଅଭିନୟରେ ଡିପ୍ଲୋମା କଲେ। ଆରମ୍ଭ ହେଲା ଫିଲ୍ମ କ୍ୟାରିଅର । ରଜନୀକାନ୍ତଙ୍କୁ ପ୍ରଥମେ ଫିଲ୍ମରେ ନେଗେଟିଭ ଚରିତ୍ର ମିଳିଥିଲା। ୧୯୭୭ରେ ସେ ପ୍ରଥମେ ଫିଲ୍ମ ‘ଭୁବନ ଓରୁ କେଲ୍ୱିକେରୀ’ରେ ମୁଖ୍ୟ କଳାକାର ଭାବେ ଅଭିନୟ କରିଥିଲେ। ଫିଲ୍ମ ହିଟ୍ ହୋଇଥିଲା। ଏହାପରଠୁ ଆଉ ପଛକୁ ଫେରି ଚାହିଁ ନାହାନ୍ତି ସେ।

୧୯୮୩ରେ ହିନ୍ଦୀ ଫିଲ୍ମ ‘ଅନ୍ଧା କାନୁନ’ଜରିଆରେ ସେ ବଲିଉଡରେ ଏଣ୍ଟ୍ରି କଲେ। ଏହି ଫିଲ୍ମରେ ସେ ଅମିତାଭ ବଚ୍ଚନଙ୍କ ସହ ଅଭିନୟ କରିଥିଲେ। ତାପରଠୁ ବଲିଉଡରେ ସେ ବନିଗଲେ ଷ୍ଟାଇଲିସ ହିରୋ। ‘ଭଗବାନ ଦାଦା’, ‘ଖୁନ କା କର୍ଜ, ‘ଜନ ଜାନି ଜନାର୍ଦନ’, ‘ମେରି ଅଦାଲତ’, ‘ହମ’, ‘ବଫାଦାର’, ‘ଦୋସ୍ତି’, ‘କ୍ରାନ୍ତିକାରୀ’, ‘ଇନସାନିୟତ କେ ଦେବତା’ ତାଙ୍କୁ କରିଦେଲା ଫ୍ୟାନଙ୍କ ପସନ୍ଦ। ତେବେ ସେ କିନ୍ତୁ ପୁଣି ତାମିଲ ଇଣ୍ଡଷ୍ଟ୍ରିକୁ ଫେରି ଯାଇଥିଲେ। କାରଣ ସେଠି ତାଙ୍କର ଥିଲା କ୍ରେଜ୍ । ସେହି କ୍ରେଜ ଆଉ କ୍ୱାଲିଟି ପାଇଁ ତାଙ୍କୁ ପୂର୍ବରୁ ଦାଦା ସାହେବ ଫାଲକେ ପୁରସ୍କାର ପୂର୍ବରୁ ରଜନୀକାନ୍ତଙ୍କୁ ପଦ୍ମ ଭୂଷଣ ଓ ପଦ୍ମ ବିଭୂଷଣ ପୁରସ୍କାରରେ ମଧ୍ୟ ସମ୍ମାନିତ କରାଯାଇଛି।

   Related Posts