Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କମୁଛି କରୋନା ସଂକ୍ରମଣ, ସୁସ୍ଥ ହୋଇ ଘରକୁ ଫେରିଲେ ଆଉ ୬୬୯ ଆକ୍ରାନ୍ତ
  • ||
  • ସରକାର ଓ କୃଷକଙ୍କ ମଧ୍ୟରେ ପ୍ରଥମ ବୈଠକ ବିଫଳ: ପୁଣି ଡିସେମ୍ବର ୩ରେ ଉଭୟ ପକ୍ଷ ମଧ୍ୟରେ ଆଲୋଚନା, ଜାରି ରହିବ ଆନ୍ଦୋଳନ
  • ||
  • ସୋର : ବାଇକ୍ ଉପରେ ମାଡିଗଲା କାର୍, ୩ ଗୁରୁତର
  • ||
  • କଣ୍ଟାବାଞ୍ଝି : ରାସ୍ତା କଡ ସିମେଣ୍ଟ ଖୁଣ୍ଟରେ ପିଟିହେଲା ବାଇକ୍ଦୁ, ଦୁଇ ମୃତ, ଜଣେ ଗୁରୁତର
  • ||
  • ଭଦ୍ରକ : ଟ୍ରକ୍‌କୁ ୮୭ ହଜାର ଟଙ୍କା ଫାଇନ୍, ପରମିଟ୍ ନଥାଇ ପରିବହନ ହେଉଥିଲା ଅଧିକ ଓଜନର ସାମଗ୍ରୀ
  • ||
  • ଆଠମଲ୍ଲିକ : ବାଇକ୍‌କୁ ଧକ୍କା ଦେଲା ପିକ୍‌ଅପ୍ ଭ୍ୟାନ୍, ଦୁଇ ବାଇକ୍ ଆରୋହୀଙ୍କ ମୃତ୍ୟୁ
  • ||
  • ସୋର : ଟ୍ରକ୍ ଚାପାରେ ମା’ ମୃତ, ବାପା-ପୁଅ ଗୁରୁତର
  • ||
  • ସାନଖେମୁଣ୍ଡି : ଦାଦା ବଟି ମାଗିବା ଅଭିଯୋଗରେ ଯୁବକ ଗିରଫ, ମାଉଜର ଓ ଅଫୁଟା ଗୁଳି ଜବତ
  • ||
  • ରାଜ୍ୟରେ ଆଉ ୫ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୭୪୪ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଚିହ୍ନଟ ହେଲେ ୩୭୮ କରୋନା ସଂକ୍ରମିତ, ୩୧୯୧୦୩ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||

ଆରମ୍ଭରୁ ତାତି, ଗୃହ ମୁଲତବି ।

6/09/2018 at 1:31 PM

ଭୁବନେଶ୍ଵର;୦୬/୦୯- ଆଜିବି ଆରମ୍ଭରୁ ଗୃହ ମୁଲତବି । ଦିନ ସାଢେ ୧୧ ଟା ପର୍ଯ୍ୟନ୍ତ ମୁଲତବି ରହିଛି ବିଧାନସଭା । ବିଧାନସଭା ମୌସୁମୀ ଅଧିବେଶନର ତୃତୀୟ ଦିନ ଆରମ୍ଭରୁ ହିଁ ଦେଖିବାକୁ ମିଳିଥିଲା ବିରୋଧୀଙ୍କ ହଟ୍ଟଗୋଳ ।ଶିକ୍ଷକ ଆନ୍ଦୋଳନ ନେଇ କଂଗ୍ରେସ ଗୃହରେ ହୋହଲ୍ଲା କରିଥିବା ବେଳେ ଚାରା ଘୋଟାଲା ନେଇ ହଟ୍ଟଗୋଳ କରିଥିଲେ ବିଜେପି ସଦସ୍ୟ । ଫଳରେ ବାଚସ୍ପତି ଗୃହକୁ ଦିନ ସାଢେ ୧୧ ଟା ପର୍ଯ୍ୟନ୍ତ ମୁଲତବି ରଖିଛନ୍ତି । ଆଜି ବିଧାନ ପରିଷଦ ଗଠନ ନେଇ ସଙ୍କଳ୍ପ ଆଗତ ହେବାର ରହିଛି । ସେପଟେ ପ୍ରଶ୍ନକାଳ ବାତିଲ ନେଇ ବିଜେଡି ପ୍ରତିକ୍ରିୟା ରଖିଛି । ଗତକାଲି ବାଚସ୍ପତିଙ୍କ ଉପସ୍ଥିତିରେ ସବୁ ପ୍ରସଙ୍ଗ ଉପରେ ଆଲେଚନା ନେଇ ନିଷ୍ପତ୍ତି ହୋଇଥିଲା । ଶିକ୍ଷକ ସମସ୍ୟା, କୃଷି ପ୍ରସଙ୍ଗ, ତେଲ ଦର ବୃଦ୍ଧି ଆଦି ପ୍ରସଙ୍ଗ ଉପରେ ପର୍ଯ୍ୟାୟ କ୍ରମେ ଆଲୋଚନା ହୋଇଥାନ୍ତା । କିନ୍ତୁ ଆଲୋଚନାକୁ ନଯାଇ ପ୍ରଶ୍ନକାଳ ଆରମ୍ଭରୁ ବିରୋଧୀ ଏହାକୁ ଭଣ୍ଡୁର କଲେ । ଏହାଦ୍ବାରା ସ୍ବାସ୍ଥ୍ୟ ବିଭାଗର ପ୍ରଶ୍ନୋତ୍ତର ହୋଇପାରିଲା ନାହିଁ ବୋଲି ବିଜେଡି ମୁଖପାତ୍ର ସମୀର ଦାସ କହିଛନ୍ତି ।

   Related Posts