ମଉଳିନି ଇସ୍ରୋ ବୈଜ୍ଞାନିକଙ୍କ ଆଶା : ଆସନ୍ତା ୧୪ଦିନ ଧରି ଲାଣ୍ଡର ବିକ୍ରମ ସହ ଯୋଗାଯୋଗ କରିବାକୁ ଚାଲିବ ଚେଷ୍ଟା

Published By : Prameya-News7 Bureau | September 08, 2019 IST

  ନୂଆଦିଲ୍ଲୀ ୮/୯: ଚନ୍ଦ୍ରଯାନର ଲାଣ୍ଡର ବିକ୍ରମ ସହ ଯୋଗାଯୋଗ ହୋଇପାରିନି, କିନ୍ତୁ ଏବେବି ଆଶା ମଉଳିନି ।ଇସ୍ରୋ ଅଧ୍ୟକ୍ଷ କେ. ଶିବନ କହିଛନ୍ତି ଆସନ୍ତା ୧୪ଦିନ ପର୍ଯ୍ୟନ୍ତ ବିକ୍ରମ ସହ ପୁଣିଥରେ ସଂପର୍କ କରିବାକୁ ଚେଷ୍ଟା ଜାରି ରହିବ । ଚନ୍ଦ୍ରାବତରଣ ଅସଫଳ ନେଇ ସାମାନ୍ୟ ନିରାଶ ଦେଖା ଦେଇଥିବା ବେଳେ ଇସ୍ରୋ ପୁଣି ଆଶା ଦେଖାଇଛି । ଇସ୍ରୋର ବୈଜ୍ଞାନିକମାନେ ଏବେବି ଲାଗିଛନ୍ତି । ଯେହେତୁ ଲାଣ୍ଡର ବିକ୍ରମର କାର୍ଯ୍ୟ ଅବଧି ୧୪ଦିନ ଥିଲା ।

{"id":154647}

ତେଣୁ ଆସନ୍ତା ୧୪ଦିନ ପର୍ଯ୍ୟନ୍ତ ଇସ୍ରୋର ବୈଜ୍ଞାନିକମାନେ ଏହା ସହ ଯୋଗାଯୋଗ କରିବାକୁ ସବୁ ରକମ ଚେଷ୍ଟା କରୁଛନ୍ତି । ଚନ୍ଦ୍ରପୃଷ୍ଠଠାରୁ ପ୍ରାୟ ୨କିଲୋମିଟର ଦୂରରେ ବିକ୍ରମ ସହ ସଂପର୍କ ଛିନ୍ନ ହୋଇ ଯାଇଥିଲା । ସେପର୍ଯ୍ୟନ୍ତ ବିକ୍ରମ ପଠାଇଥିବା ସମସ୍ତ ଡାଟାକୁ ତର୍ଜମା କରାଯାଉଛି ।କେ. ଶିବନ କହିଛନ୍ତି ଚନ୍ଦ୍ରଯାନ-୨ ମିଶନ ୯୫ପ୍ରତିଶତ ସଫଳ ରହିଛି । ସବୁଠୁ ବଡ କଥା ଚନ୍ଦ୍ରଯାନର-୨ର ଅରବିଟର ସାଢେ ୭ବର୍ଷ ପର୍ଯ୍ୟନ୍ତ କାର୍ଯ୍ୟକ୍ଷମ ରହିବ ।

{"id":154648}

ତେଣୁ ଚନ୍ଦ୍ର ସଂପର୍କରେ ଅନେକ ତଥ୍ୟ ମିଳିପାରିବ ।ଅରବିଟରରେ ଲାଗିଥିବା ଯନ୍ତ୍ରାଂଶ ଚନ୍ଦ୍ରରେ ପାଣିର ସନ୍ଧାନ କରିବ । ଇସ୍ରୋର ଉଦ୍ୟମକୁ ନାସା ମଧ୍ୟ ପ୍ରଶଂସା କରିଛି । ଏହି ଅବସରରେ କେ. ଶିବନ କହିଛନ୍ତି ଗଗନାୟନ ସମେତ ଇସ୍ରୋର ସମସ୍ତ ଅନ୍ତରୀକ୍ଷ ମିଶନ ଠିକ ସମୟରେ ଶେଷ କରିବାକୁ ଚେଷ୍ଟା ଚାଲିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.