Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଲକଡାଉନରେ ଅଟକି ଯାଇଛି ଏହି କଳାକାରମାନଙ୍କ ସବୁଠୁ ଅଧିକ ଫିଲ୍ମ

24/05/2020 at 11:47 AM

ମୁମ୍ବାଇ ୨୪/୫: କରୋନା ଭାଇରସ୍ ମହାମାରୀର ବଢ଼ୁଥିବା ପ୍ରକୋପ ଯୋଗୁଁ ପୂରା ବଲିଉଡ ଇଣ୍ଡଷ୍ଟ୍ରିରେ ତାଲା ଲାଗିଛି,ଯାହା ଯୋଗୁଁ ସବୁ ଫିଲ୍ମର ସୁଟିଂ ବନ୍ଦ ରହିଛି। ତେଣୁ ଏବେ ସୁଦ୍ଧା ବଲିଉଡର ୧୦୦୦କୋଟି ଟଙ୍କାର କ୍ଷତି ହୋଇଛି ଏବଂ କୁହାଯାଉଛି ଯେ ଆଗାମୀ ଦିନରେ ଏହା ଆହୁରି ବଢ଼ିବ। ନିର୍ମାତାମାନେ ଛୋଟ ବଜେଟର ଫିଲ୍ମକୁ ରିଲିଜ କରିବା ପାଇଁ ଡିଜିଟାଲ୍ ପ୍ଲାଟଫର୍ମର ରାସ୍ତା ବାଛିଛନ୍ତି। କିନ୍ତୁ ବଡ଼ ବଜେଟର ଫିଲ୍ମକୁ ଅନଲାଇନ୍ ରିଲିଜ କରାଯାଇପାରିବ ନାହିଁ। ଏହି ଫିଲ୍ମର ବଜେଟ୍ ଅଧିକ ଏବଂ ଅନଲାଇନ୍ ରିଲିଜ ହେବା ପରେ ଏହି ଫିଲ୍ମର ପ୍ରଡକ୍ସନ୍ କାଷ୍ଟ୍ ବାହାରିବା ସହଜ ହେବ ନାହିଁ। ତେବେ ଆସନ୍ତୁ ଜାଣିବା ବଲିଉଡର କେଉଁ କେଉଁ ଅଭିନେତା-ଅଭିନେତ୍ରୀଙ୍କ ପାଖରେ ସବୁଠୁ ଅଧିକ ଫିଲ୍ମ ରହିଛି,ଯାହା କରୋନା କାରଣରୁ ଅଟକି ରହିଛି।

୧.ଅକ୍ଷୟ କୁମାର : ବଲିଉଡର ହିଟ୍ ମେସିନ୍ କୁହାଯାଉଥିବା ଅକ୍ଷୟ କୁମାର ସାଧାରଣତଃ ବର୍ଷକ ମଧ୍ୟରେ ୩ରୁ ୪ଟି ଫିଲ୍ମ ନେଇ ଆସନ୍ତି। ଆପଣ ଏଥିରୁ ଅନୁମାନ କରିପାରିବେ ଯେ ତାଙ୍କର କେତେ ଫିଲ୍ମ ଅଟକି ଯାଇଥିବ। ତାଙ୍କ ପାଖରେ ୬ଟି ଫିଲ୍ମ ରହିଛି,ଯେଉଁଥିରେ ସୂର୍ଯ୍ୟବଂଶୀ,ଲକ୍ଷ୍ମୀ ବମ୍,ପୃଥ୍ବୀରାଜ,ବଚ୍ଚନ ପାଣ୍ଡେ,ଅତରଙ୍ଗୀ ରେ ଏବଂ ବେଲ୍ ବଟମ୍।

୨. ଅଜୟ ଦେବଗନ୍ : ଅଜୟ ଦେବଗନ୍ ଏବର୍ଷ ‘ତାନାଜୀ: ଦ ଅନସଙ୍ଗ୍ ଓ୍ବରିୟର ସହ ଦମଦାର ପ୍ରଦର୍ଶନ କରିଥିଲେ। ଯାହା ଏବର୍ଷ ରିଲିଜ ହୋଇଥିବା ସବୁଠୁ ବଡ଼ ହିଟ୍ ଫିଲ୍ମ। ଅଜୟ ଦେବଗନଙ୍କ ଭାଗରେ ଭୁଜ୍: ଦ ପ୍ରାଇଡ ଅଫ୍ ଇଣ୍ଡିଆ,ମୈଦାନ,ଆରଆରଆର,ଚାଣକ୍ୟ,ଗୋଲମାଲ ୫ ସମେତ ୫ଟି ଫିଲ୍ମ ରହିଛି ଯାହା ଲକଡାଉନ୍ ପରେ ରିଲିଜ କରାଯିବ।

୩.ବିକ୍କି କୌଶଲ୍ : ଉରି: ଦ ସର୍ଜିକାଲ୍ ଷ୍ଟ୍ରାଇକର ସଫଳତା ପରେ ବିକ୍କି କୌଶଲ୍ ବଲିଉଡରେ ହଟ୍ ପ୍ରପର୍ଟି ହୋଇଥିବା ଦେଖିବାକୁ ମିଳୁଛି। ବିକ୍କି କୌଶଲ୍ ଖୁବ୍ ଶୀଘ୍ର ସୁଜିତ ସରକାରଙ୍କ ଉଧମ ସିଂହ,ସୈମ ମାନେକଶାଁ,ଅଶ୍ବତ୍ଥାମା ଏବଂ ତଖ୍ତରେ ନଜର ଆସିବେ।

୪.ଆଲିଆ ଭଟ୍ଟ: ହାଇଓ୍ବେ,ଉଡ଼ତା ପଞ୍ଜାବ,ଗଲି ବୟ,ରାଜି ଭଳି ଫିଲ୍ମରେ ଚମତ୍କାର ଅଭିନୟ ଦ୍ବାରା ଦର୍ଶକଙ୍କ ହୃଦୟରେ ଖାସ୍ ସ୍ଥାନ ସୃଷ୍ଟି କରିଥିବା ଆଲିଆ ଭଟ୍ଟ ଏହି ତାଲିକାରେ ସାମିଲ ଅଛନ୍ତି। ଲକଡାଉନ୍ ଖୋଲିବା​ ପରେ ଆଲିଆ ଭଟ୍ଟ ସଡ଼କ ୨,ବ୍ରହ୍ମାସ୍ତ୍ର,ଆରଆରଆର,ଗଙ୍ଗୁଭାଇ କାଠିଆଓ୍ବାଡ଼ି ଏବଂ ତଖ୍ତ ସମେତ ୫ଟି ଫିଲ୍ମରେ ନଜର ଆସିବେ

   Related Posts