Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କମିବାରେ ଲାଗିଛି କରୋନା ପ୍ରଭାବ, ସୁସ୍ଥ ହୋଇ ଘରକୁ ଫେରିଲେ ଆଉ ୭୦୭ ଆକ୍ରାନ୍ତ
  • ||
  • ବିରାଟ ବାହିନୀ ଚିତ୍‌ପଟାଙ୍ଗ, ଭାରତକୁ ୫୧ ରନରେ ହରାଇ ସିରିଜ୍ ହାତେଇଲା ଅଷ୍ଟ୍ରେଲିଆ
  • ||
  • କାର୍ତ୍ତିକ ପୂର୍ଣ୍ଣିମାରେ ପବିତ୍ର ଗଙ୍ଗା ସ୍ନାନକୁ ନେଇ ଦୁଇ ଦିନ ପାଇଁ ହରିଦ୍ୱାର ସୀମା ସିଲ୍
  • ||
  • ହାଡଭଙ୍ଗା ଶୀତ ଯୋଗୁଁ ମନାଲିରେ ଜଣକର ମୃତ୍ୟୁ, ଜିରୋ ଡିଗ୍ରୀ ତଳକୁ ଖସିଲା ପାରଦ
  • ||
  • ଡାଲିରେ ୧୫ ଟଙ୍କା ରିହାତି ଦେବେ ସରକାର
  • ||
  • ଭୁବନେଶ୍ୱର : କମିଲା କୋଭିଡ୍ ମୃତ୍ୟୁ ସଂଖ୍ୟା : ଗତ ୨୪ ଘଣ୍ଟାରେ ଯାଇଛି ୪ ମୁଣ୍ଡ, ୧୭୩୪ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ଭୁବନେଶ୍ୱର : ରାଜ୍ୟରେ ଚିହ୍ନଟ ହେଲେ ୫୧୮ କରୋନା ସଂକ୍ରମିତ, ୩୧୮୩୦୭ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ସୋର : ଡକାୟତ ଗ୍ୟାଙ୍ଗ୍ ଓ ଗ୍ରାମବାସୀଙ୍କ ମଧ୍ୟରେ ଖଣ୍ଡ ଯୁଦ୍ଧ : ୪ ଗୁରୁତର, ଜଣେ ଗିରଫ
  • ||
  • ନୂଆଦିଲ୍ଲୀ : ଭାରତରେ କମୁଛି ସଂକ୍ରମଣ, ଗତ ୨୪ଘଣ୍ଟାରେ ୪୧୮୧୦ କରୋନା ଆକ୍ରାନ୍ତ ଚିହ୍ନଟ
  • ||
  • ଉଦଳା : ଜମିବାଡି ବିବାଦକୁ କେନ୍ଦ୍ରକରି ଡବଲ ମର୍ଡର ! ସଂମ୍ପର୍କୀୟ ଭାଇ ଓ ପୁତୁରାକୁ ହତ୍ୟା କଲା ଭାଇ
  • ||

ଚୁଟି ଏବଂ ତ୍ବଚାର ଔଜ୍ଜଲ୍ୟ ବଢ଼ାଇବାକୁ ଚାହୁଁଛନ୍ତି କି : ତେବେ ଖାଆନ୍ତୁ ଏହି କୋଳି

18/02/2019 at 6:46 PM

ଯେତେବେଳେ କଥା ସୈାନ୍ଦର୍ଯ୍ୟର ଉଠିଥାଏ ସେତେବେଳେ ଅଧିକାଂଶ ଲୋକ କମ୍ ପରିଶ୍ରମ ପଡ଼ୁଥିବା ସହଜ ରାସ୍ତା ନିଜ ପାଇଁ ବାଛିଥାଆନ୍ତି ଏବଂ ଏଥିପାଇଁ ବିୟୁଟି ଟ୍ରିଟମେଣ୍ଟ୍ ଏବଂ କସମେଟିକସର ସାହାଯ୍ୟ ଲୋଡ଼ିଥାଆନ୍ତି। କିନ୍ତୁ ସହଜ ଲାଗୁଥିବା ଏହି ରାସ୍ତା ଆମ ତ୍ବଚା ଏବଂ ବାଳ ପାଇଁ ସୁରକ୍ଷିତ କି? କେମିକାଲରୁ ହୋଇଥିବା ବିୟୁଟି ଟ୍ରିଟମେଣ୍ଟ୍ ଏବଂ କସମେଟିକସ୍ ଆମ ବାଳ ଏବଂ ତ୍ବଚାର ଟେକ୍ସଚରକୁ ଖରାପ କରି ଆମ ପାଇଁ ଲାଭଦାୟକ ହେବା ପରିବର୍ତ୍ତେ କ୍ଷତିକାରକ ହୋଇଥାଏ।

ଆମେ ନିଜ ବାଳ ଏବଂ ତ୍ବଚା ପାଇଁ ସୁସ୍ଥ ସମାଧାନ ଖୋଜିବା ଉଚିତ୍। କେତେକ ଗବେଷଣାରୁ ଏହା ସ୍ପଷ୍ଟ ହୋଇଯାଇଛି ଯେ ଆମ ତ୍ବଚା ଏବଂ ବାଳ ପାଇଁ କ୍ରାନବେରୀ ହେଉଛି ସର୍ବୋତ୍କୃଷ୍ଟ। ଏହାକୁ ନ ଖାଇ ଯଦି ତ୍ବଚା ଏବଂ ବାଳରେ ଏହା ଲଗାଗଲେ ମଧ୍ୟ ସୁଫଳ ମିଳିଥାଏ।

ଯଦି ଆପଣଙ୍କ ତ୍ବଚା ଖରାରେ ଟ୍ୟାନ୍ ହୋଇଯାଇଥାଏ ଏବଂ ଆପଣଙ୍କ ତ୍ବଚା କଳା ପଡ଼ିଯାଇଥାଏ ତେବେ ଆପଣ ବେସନରେ କ୍ରାନବେରୀ ଜୁସ୍ ମିଶାନ୍ତୁ ଏବଂ ଏହି ମିଶ୍ରଣକୁ ଟ୍ୟାନ୍ ହୋଇଥିବା ସ୍ଥାନରେ ଲଗାନ୍ତୁ। ଶୁଖିବା ପରେ ପାଣିରେ ଧୋଇ ନିଅନ୍ତୁ। କ୍ରାନବେରୀରେ ଥିବା ଆଣ୍ଟିଅକ୍ସିଡାଣ୍ଟ ଏବଂ ଆଷ୍ଟ୍ରିନଜେଣ୍ଟ ଯୋଗୁଁ ପିଗମେଣ୍ଟେସନ୍ ଦୂର ହୋଇଥାଏ ଏବଂ ତ୍ବଚା ପୁଣି ଥରେ ପୂର୍ବ ଭଳି ଚମକି ଥାଏ।

ମୁହଁରେ ବ୍ରଣ କିମ୍ବା କଳା ଦାଗ ଥିଲେ ଏହା ଆପଣଙ୍କ ତ୍ବଚା ଏବଂ ଲୁକକୁ ବରବାଦ କରି ଦେଇଥାଏ। ଏହି ସମସ୍ୟାରୁ ମୁକ୍ତି ପାଇବା ପାଇଁ ଆପଣଙ୍କୁ କ୍ରାନବେରୀ ଖାଇବା ଉଚିତ୍। ଆପଣ କ୍ରାନବେରୀ ଜୁସକୁ ମୁହଁରେ ମଧ୍ୟ ଲଗାଇପାରିବେ। କ୍ରାନବେରୀରେ ଥିବା ଭିଟାମିନ୍ ସି ଯୋଗୁଁ ବ୍ରଣରୁ ମୁକ୍ତି ମିଳିଥାଏ। ନିୟମିତ ଭାବରେ ଯଦି କ୍ରାନବେରୀ ଜୁସ୍ ମୁହଁରେ ଲଗାଇବେ ତେବେ ବ୍ରଣ ଏବଂ କଳା ଦାଗ ସମସ୍ୟା ଦୂର ହୋଇଯିବ।

 ଆଣ୍ଟିଅକ୍ସିଡାଣ୍ଟ,ଆଣ୍ଟିବ୍ୟାକ୍ଟେରିଆଲ୍ ଏବଂ ଆଣ୍ଟିଇନଫ୍ଲାମେଟୋରୀ ଗୁଣରେ ଭରପୂର କ୍ରାନବେରୀ ମସ୍ତିଷ୍କର ଚର୍ମରେ କୁଣ୍ଡିଆ ଏବଂ ଜ୍ବଳନକୁ କମ୍ କରିଥାଏ ଏବଂ ମସ୍ତିଷ୍କର ଚର୍ମକୁ ସୁସ୍ଥ କରିଥାଏ। ଏଥି ପାଇଁ ଆପଣ ଚାହିଁଲେ ଅଣ୍ଡାର ଧଳା ଅଂଶରେ କ୍ରାନବାରୀର ଜୁସ୍ ମିଶାଇ ମସ୍ତିଷ୍କର ଚର୍ମରେ ଲଗାଇ ପାରିବେ ଏବଂ କିଛି ସମୟ ପରେ ଥଣ୍ଡା ପାଣିରେ ଧୋଇ ଦେବେ। ଏହା ଦ୍ବାରା ଆପଣଙ୍କ ବାଳରେ ପ୍ରାକୃତିକ ଚମକ ଆସିବ।   

  

   Related Posts