Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କେରଳରେ ଭୀଷଣ ବର୍ଷା: ୫ ଜିଲ୍ଲାରେ ବନ୍ୟା ପରିସ୍ଥିତି, ଭୂସ୍ଖଳନରେ ଜଣେ ମୃତ, ୧୨ ନିଖୋଜ
  • ||
  • ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କୁ ଡେଙ୍ଗୁ, ସ୍ବାସ୍ଥ୍ୟବସ୍ଥାରେ ଆସୁଛି ସୁଧାର
  • ||
  • କାମେଶ୍ୱର ମନ୍ଦିରରୁ ଚୋରି, ଦାନବାକ୍ସ ଭାଙ୍ଗି ଟଙ୍କା ଲୁଟିନେଲେ ଦୁର୍ବୃତ୍ତ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୩ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୩୫୮ କୋଭିଡ୍ ପଜିଟିଭ୍
  • ||
  • ନବୀନ @ ୭୬, ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ମୋଦୀ
  • ||
  • ୭୬ ବର୍ଷରେ ପାଦ ଦେଲେ ନବୀନ, କରୋନା ମହାମାରୀ ପାଇଁ ପାଳିବେନି ଜନ୍ମଦିନ
  • ||
  • ଶାରଦୀୟ ଦୁର୍ଗାପୂଜା ଶେଷ, ଶନିବାର ଧରାପୃଷ୍ଠରୁ ବିଦାୟ ନେବେ ମା
  • ||
  • ହାଟରୁ ଫେରୁଥିବା ବେଳେ ବୃଦ୍ଧାଙ୍କୁ ଗଣଦୁଷ୍କର୍ମ, ଘରେ ଛାଡିଦେବେ କହି ଇଜ୍ଜତ ଲୁଟିଲେ ୮ ସଇତାନ
  • ||
  • କଟକ : କଟକରେ ଏନ୍‌କାଉଣ୍ଟର, ଦୁର୍ଦ୍ଦାନ୍ତ ଅପରାଧୀ ରାକେଶ ଆହତ
  • ||

ସୋମବାର ବି ଖସିଲା ସୁନା ଦାମ୍, ଅଗଷ୍ଟ ୭ରେ ରେକର୍ଡ ଛୁଇଁବା ପରେ ଆଜି ଭିତରେ ୪୨୦୦ ଟଙ୍କା ଶସ୍ତା

24/08/2020 at 8:43 PM

ନୂଆଦିଲ୍ଲୀ ୨୪।୦୮: ସୁନା ଦରର ମୂଲ୍ୟ ହ୍ରାସ ହେବା ବଢିବା ଜାରି ରହିଛି। ସୋମବାର ମଧ୍ୟ  ଦିନର କାରବାରରେ ସୁନାର ମୂଲ୍ୟ ସାମାନ୍ୟ ହ୍ରାସ ହୋଇ ବନ୍ଦ ହୋଇଛି। ଘରୋଇ ଇକ୍ୟୁଟି ବଜାର ଏବଂ ବଢୁଥିବା ବିଦେଶୀ ପୁଞ୍ଜି ପ୍ରବାହ ମଧ୍ୟରେ ସୋମବାର ଡଲାର ତୂଳନାରେ ଭାରତୀୟ ମୁଦ୍ରାର ମୂଲ୍ୟ ବୃଦ୍ଧି ଘଟିଛି। ଏହାର ପ୍ରଭାବ ଦିଲ୍ଲୀର ସରାଫା ବଜାରରେ ସୁନା-ରୂପା ଦର ଉପରେ ପଡିଛି। ସୋମବାର ଦିଲ୍ଲୀ ସରାଫା ବଜାରରେ ସୁନାର ମୂଲ୍ୟ ୧୦ ଗ୍ରାମ ପିଛା ୪୪ ଟଙ୍କା ଶସ୍ତା ହୋଇଛି। ରୂପା ମଧ୍ୟ କିଲୋଗ୍ରାମ ପ୍ରତି ୨୦୬ ଟଙ୍କା ହ୍ରାସ ଘଟିଛି।

ଏଚଡିଏଫସି ସିକ୍ୟୁରିଟି ଅନୁଯାୟୀ ସୋମବାର ଦିଲ୍ଲୀର ସରାଫା ବଜାରରେ ୨୪ କ୍ୟାରେଟ୍ ସୁନାର ମୂଲ୍ୟ ୪୪ ଟଙ୍କା ଶସ୍ତା ହୋଇ ୧୦ ଗ୍ରାମ ପ୍ରତି ୫୩,୦୪୦ ଟଙ୍କା ରହିଛି। ଏହା ପୂର୍ବରୁ ଶୁକ୍ରବାର କାରବାର ବନ୍ଦ ବେଳକୁ ସୁନା ୧୦ ଗ୍ରାମ  ପିଛା ମୂଲ୍ୟ ୫୩,୦୮୪ ଟଙ୍କା ରହିଥିଲା। ଅନ୍ତରାଷ୍ଟ୍ରୀୟ ବଜାରରେ ଅନ୍ସ ପ୍ରତି ସୁନାର ମୂଲ୍ୟ ୧୯୫୦ ଡଲାର ରହିଛି।

ଅନ୍ୟପଟେ ରୂପା ଉପରେ ନଜର ପକାଇଲେ ଦିଲ୍ଲୀର ସରାଫା ବଜାରରେ ଏହାର ଦର ମଧ୍ୟ ୨୦୬ ଟଙ୍କା ହ୍ରାସ ଘଟିଛି। ଏହା ପରେ ଏକ କିଲୋଗ୍ରାମ ରୂପାର ମୂଲ୍ୟ ୬୮,୨୦୨ ଟଙ୍କାରେ ପହଞ୍ଚିଛି। ଶୁକ୍ରବାର ରୂପାର ମୂଲ୍ୟ କିଲୋଗ୍ରାମ ପ୍ରତି ୬୮,୪୦୮ ଟଙ୍କା ରହିଥିଲା। ଅନ୍ତରାଷ୍ଟ୍ରୀୟ ବଜାରରେ ରୂପାର ମୂଲ୍ୟ ଅନ୍ସ ପିଛା ୨୬.୮୦ ଡଲାର ରହିଛି।

ରେକର୍ଡସ୍ତରରୁ ୪୨୪୦ ଶସ୍ତା ହେଲା ସୁନା

ଉଲ୍ଲେଖନୀୟ ଅଗଷ୍ଟ ୭ରେ ରେକର୍ଡସ୍ତର ଛୁଇଁବା ପରଠୁ ସୁନା ଦର ହ୍ରାସ ପାଇ ଚାଲିଛି। ଏହି ସମୟରେ ଘରୋଇ ବଜାରରେ ସୁନାର ମୂଲ୍ୟ ଉଚ୍ଚତମ ସ୍ତରରୁ ୪୨୪୦ ଟଙ୍କା ଏବଂ ରୂପା ୮୮୬୦ ଟଙ୍କା ଶସ୍ତା ହୋଇ ସାରିଛି।  ବିଶେଷଜ୍ଞଙ୍କ ଅନୁଯାୟୀ ତଥ୍ୟରୁ ସଙ୍କେତ ମିଳିଛି ସେପ୍ଟେମ୍ବର ୧୮ରେ ହେବାକୁ ଥିବା କେନ୍ଦ୍ରୀୟ ବ୍ୟାଙ୍କ ବୈଠକରେ ସୁଧ ଦରକୁ ନେଇ ନରମ ଆଭିମୁଖ୍ୟ ପୋଷଣ କରାଯାଇପାରେ।  

   Related Posts