ପଶ୍ଚିମବଙ୍ଗରେ ମମତାଙ୍କୁ ଝଟକା: ୪୨ ଆସନରୁ ବିଜେପି ନେଇଗଲା ୧୮, ଟିଏମସିକୁ ୨୨ ଏବଂ କଂଗ୍ରେସକୁ ମିଲିଲା ୨

Published By : Prameya-News7 Bureau | May 24, 2019 IST

କୋଲକାତା ୨୪|୫: ଏଥର ୧୯ ନିର୍ବାଚନରେ ଚର୍ଚ୍ଚାରେ ରହିଥିଲା ପଶ୍ଚିମବଙ୍ଗ । ସମସ୍ତ ୭ଟିଯାକ ପର୍ଯ୍ୟାୟରେ ମତଦାନ ବେଳେ ହିଂସାକାଣ୍ଡ ହେଉ କିମ୍ବା ମୋଦି, ଯୋଗୀ ଓ ଶାହାଙ୍କୁ ନିର୍ବାଚନୀ ସଭା ପାଇଁ ଅନୁମତି ନଦେବା। ପୁଣି ବ୍ୟକ୍ତିଗତ ସ୍ତରକୁ ଖସି ଆକ୍ଷେପ, ଗାଳିଗୁଲଜ, ଧମକ ଦେବା ଆଦି ସମସ୍ତ ସୌଜନ୍ୟତାର ସୀମା ଟପିଥିଲା। ତେବେ ବେଙ୍ଗଲବାସୀ ଯେଉଁ ରାୟ ଶୁଣାଇଛନ୍ତି ତାହା ରାଜ୍ୟରେ କ୍ଷମତାରେ ଥିବା ମମତା ଦିଦିଙ୍କ ନିଦ ହଜାଇ ଦେଇଛି । ଦିଦିଙ୍ଗ ଗଡ଼ରେ ଜୋର୍ ଜବରଦସ୍ତ ପଦ୍ମ ଫୁଟିଛି । ମୋଦି ପାର୍ଟ-୨ ମନ୍ତ୍ରିମଣ୍ଡଳରେ ପଶ୍ଚିମବଙ୍ଗକୁ ଭଲ ସ୍ଥାନ ମିଳିବ ବୋଲି ସୂଚନା ମିଳିଲାଣି, ଯାହା ଦିଦିଙ୍କ ଟେନସନ ବଢ଼ାଇଦେଇଛି ।… 

{"id":115458}

ଶେଷରେ ଦିଦିଙ୍କ ଗଡ଼ ଦଖଲରେ ସଫଳ ହେଲା ବିଜେପି । ଆକ୍ଷେପ-ପ୍ରତିଆକ୍ଷେପ, ହିଂସାକାଣ୍ଡ, ଗୁଳିମାଡ଼ ମଧ୍ୟରେ ଜନତା ଶୁଣାଇଛନ୍ତି ଫୈସଲା । ବିଜେପିକୁ ରସଗୋଲା, ମାନେ ଶୂନ ଦେବାକୁ କହୁଥିବା ଦିଦିଙ୍କ ହାତରୁ ୧୮ ଆସନ ଛଡ଼ାଇନେଇଛନ୍ତି ମୋଦି । ୪୨ ଆସନ ବିଶିଷ୍ଟ ପଶ୍ଚିମବଙ୍ଗରେ ମମତା ବାନାର୍ଜୀଙ୍କ ତୃଣମୂଳ କଂଗ୍ରେସକୁ ୨୨ ଆସନ ମିଳିଥିବା ବେଳେ ବିଜେପିକୁ ମିଳିଛି ୧୮ । ଏଥର କଂଗ୍ରେସ ଖାତାକୁ ୨ଟି ସିଟ୍ ଯାଇଥିବା ବେଳେ ବାମଦଳ ପୂରା ଶୂନ୍ୟ ହୋଇଯାଇଛି । ଫଳାଫଳକୁ ନେଇ ଦିଦିଙ୍କ କ୍ୟାମ୍ପରେ ନୈରାଶ୍ୟ ଖେଳିଯାଇଥିବା ବେଳେ ବିଜେପି କର୍ମୀ ବେଶ୍ ଉତ୍ସାହିତ ହୋଇପଡ଼ିଛନ୍ତି ।…

{"id":115460}

ସବୁଠାରୁ ବଡ଼କଥା ହେଉଛି ଏଥର ଲୋକସଭା ନିର୍ବାଚନରେ ତୃଣମୂଳ କଂଗ୍ରେସଠାରୁ ବିଜେପି ମାତ୍ର ୩ ପ୍ରତିଶତ ଭୋଟ୍ ପଛରେ ରହିଛି। ଟିଏମସି ୪୩.୩ ପ୍ରତିଶତ ଭୋଟ୍ ପାଇଥିବା ବେଳେ ବିଜେପିକୁ ମିଳିଛି ୪୦.୩ ପ୍ରତିଶତ ଭୋଟ୍ । ଆଉ ଦୁଇ ବର୍ଷ ପରେ ଏଠାରେ ବିଧାନସଭା ନିର୍ବାଚନ । ତେଣୁ ୧୯ ରେଜଲ୍ଟ ଦିଦିଙ୍କ ଚିନ୍ତା ବଢ଼ାଇଦେଇଛି । ଗତଥର ଦୁଇ ଆସନ ପାଇଥିବା ବିଜେପି ଯେତେବେଳେ ଯାଇ ୧୮ରେ ପହଞ୍ଚିଲାଣି, ପୁଣି ପ୍ରଚାର ବେଳେ ମୋଦି କହିଥିଲେ ଟିଏମସିର ୪୦ ବିଧାୟକ ତାଙ୍କ ସହ ଯୋଗାଯୋଗରେ। ଏହାକୁ ନେଇ ଦିଦି ବିଚଳିତ ହେବା ସ୍ବାଭାବିକ । ଆଗାମୀ ରଣନୀତି ଓ ରେଜଲ୍ଟ ତର୍ଜମା ପାଇଁ ଶନିବାର ଦଳୀୟ ନେତା, ସାଂସଦ ଓ ବିଧାୟକଙ୍କ ବୈଠକ ଡାକିଛନ୍ତି ମମତା ।…

{"id":115459}

ଏଥର ନିର୍ବାଚନ ପ୍ରଚାରଠାରୁ ଭୋଟ୍ ଗ୍ରହଣ ପର୍ଯ୍ୟନ୍ତ ସବୁବେଳେ ଚର୍ଚ୍ଚାରେ ରହିଥିଲା ପଶ୍ଚିମବଙ୍ଗ । ପ୍ରଧାନମନ୍ତ୍ରୀ ମୋଦି, ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା ଏବଂ ୟୁପି ସିଏମ୍ ଯୋଗୀ ଆଦିତ୍ୟନାଥଙ୍କୁ ନିର୍ବାଚନୀ ସଭା ପାଇଁ ଅନୁମତି ନଦେବା ହେଉ କିମ୍ବା ବିଜେପି-ଟିଏମସି କର୍ମୀଙ୍କ ମଧ୍ୟରେ ହିଂସାକାଣ୍ଡ, ଦିନକ ପୂର୍ବରୁ ପ୍ରଚାର ବାତିଲ କରିବା ହେଉ, ଏଥର ସାରା ଦେଶରେ ଚର୍ଚ୍ଚାରେ ରହିଥିଲା  ବେଙ୍ଗଲ୍ ।…

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.