Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଗାଡି ଚଳାଉଛନ୍ତି କି ? ସାବଧାନ ହୁଅନ୍ତୁ ! ସେପ୍ଟେମ୍ବର ପହିଲାରୁ ବଦଳିଯିବ ଏହି ସବୁ ନିୟମ, ଗଣିବାକୁ ପଡିବ ମୋଟା ଅଙ୍କର ତଣ୍ଡ

26/08/2019 at 7:25 PM

ଭୁବନେଶ୍ବର୨୬|୮: ସାବାଡ ହେବେ ଟ୍ରାଫିକ ନିୟମ ଉଲଂଘନକାରୀ । କେହି ଖସି ଯାଇପାରିବେନି । ଟ୍ରାଫିକ ନିୟମ ଉଲଂଘନ କଲେ ଫାଇନ ଗଣିବେ । କାହିଁକି ନା, ଟୁଇନ୍‌ ସିଟି ଆକାଶରେ ଉଡିବ ଡ୍ରୋନ । ପ୍ରଥମ ପର୍ଯ୍ୟାୟରେ ଏୟାରପୋର୍ଟ ଛକରୁ ଏଜି ଛକ ଦେଇ ରବୀନ୍ଦ୍ର ମଣ୍ଡପ ଛକ ପର୍ଯ୍ୟନ୍ତ ରାସ୍ତାକୁ ନୋ ଓଭର ଟେକିଂ ଜୋନ ଭାବେ ଘୋଷଣା କରାଯାଇଛି । ସେପଟେ ସେପ୍ଟେମ୍ବର ପହିଲାରୁ ରାଜ୍ୟରେ ନୂଆ କେନ୍ଦ୍ରୀୟ ମୋଟରଜାନ ଆଇନ ଲାଗୁ ହେବ । ଏଥିରେ ଟ୍ରାଫିକ ନିୟମ ଉଲଙ୍ଘନ କାରୀଙ୍କୁ ୫ରୁ ୧୦ ପ୍ରତିଶତ ଅଧିକ ତଣ୍ଡ ଗଣିବାକୁ ପଡିବ । 

ଟ୍ରାଫିକ୍‌ ନିୟମ ଉଲଘନ କରୁଛନ୍ତି କି , ସାବଧାନ୍ । ଏଥର ଆଉ ଖସି ଯାଇପାରିବେନି । କାହିଁକି ନା, ଟୁଇନ ସିଟି ଆକାଶରେ ଉଡିବ ଡ୍ରୋନ୍‌ । ଟ୍ରାଫିକ ନିୟମ ଉଲଂଘନକାରୀଙ୍କୁ ଛଞ୍ଚାଣ ପରି ଜଗିବ ଏହି ଡ୍ରୋନ । ଯିଏ ଟ୍ରାଫିକ ନିୟମ ଉଲଂଘନ କରିବ ତା ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ହେବ ।

କଟକ – ଭୁବନେଶ୍ବରର ବିପର୍ଯ୍ୟସ୍ତ ଟ୍ରାଫିକ ବ୍ୟବସ୍ଥାର ସୁଧାର ଆଣିବାକୁ ଏଭଳି କଟକଣା ଜାରି କରିଛି କମିଶନରେଟ ପୋଲିସ । ସେହିପରି ଲେନ ଡ୍ରାଇଭ ଉପରେ ମଧ୍ୟ ଗରୁତ୍ବ ଦିଆଯାଇଛି । ଲେନ ନ ମାନି ଗାଡି ଚାଲନା କଲେ ଫାଇନ ଅଦାୟ ହେବ ।

ଓଭର ଟେକିଂ ଡ୍ରାଇଭ କଲେବି ତୁରନ୍ତ ଫାଇନ କାଟିବାକୁ ନିର୍ଦେଶ ଦିଅଯାଇଛି । ପ୍ରଥମ ପର୍ଯ୍ୟାୟରେ ଏୟାରପୋର୍ଟ ଛକରୁ ଏଜି ଛକ ଦେଇ ରବୀନ୍ଦ୍ର ମଣ୍ଡପ ଛକ ପର୍ଯ୍ୟନ୍ତ ରାସ୍ତାକୁ ନୋ ଓଭର ଟେକିଂ ଜୋନ ଭାବେ ଘୋଷଣା କରାଯାଇଛି । ଏହି ରାସ୍ତାରେ ସଚିବାଳୟ, ବିଧାନସଭା, କ୍ୟାପିଟାଲ ହସ୍ପିଟାଲ ଭଳି ଗରୁତ୍ବପୁର୍ଣ ସ୍ଥାନ ଥିବାରୁ ଏଭଳି ନିଷ୍ପତ୍ତି ନିଆାଇଛି ।

କେନ୍ଦ୍ରସରକାର ଆଣିଥିବା ନୂଆ ମୋଟର ଯାନ ଆଇନ ସାରା ରାଜ୍ୟରେ ସେପ୍ଟେମ୍ବର ପହିଲାରୁ ଲାଗୁ ହେବ । ଏହି ନିୟମ ଅନୁସାରେ ମୋଟରଜାନ ଆଇନ ଉଲଂଘନକାରୀଙ୍କ ଠାରୁ ୫ରୁ ୧୦ଗୁଣା ଅଧିକ ଜରିମାନା ଆଦାୟ ହେବ । ଡ୍ରାଇଭିଂ ଲାଇସେନ୍ସ ନଥାଇ ଗାଡି ଚଳାଇଲେ ପୂର୍ବରୁ ୫ଶହ ଟଙ୍କା ଜରିମାନା ଦେବାକୁ ପଡୁଥିବାବେଳେ ଏଣିକି ୫ ହଜାର ଟଙ୍କା ଦେବାକୁ ପଡିବ ।

ସେହିପରି ମାଦକଦ୍ରବ୍ୟ ବ୍ୟବହାର କରି ଗାଡି ଚଳାଇଲେ ପୁରୁଣା ଫାଇନ ୨ ହଜାର ବଦଳରେ ୧୦ ହଜାର ଟଙ୍କା ତଣ୍ଡ ପଡିବ । ସ୍ପିଡ୍‌ ଡ୍ରାଇଭିଂ ଲାଗି ୫ଶହ ଜାଗାରରେ ୫ ହଜାର ଦେବେ ଗାଡି ଚାଳକ । ସିଟବେଲ୍ଟ ବାନ୍ଧି ନଥିଲେ ଶହେ ଟଙ୍କା ବଦଳରେ ହଜାରେ ଟଙ୍କା ଫାଇନ ଲାଗିବ ।

ସେମିତି ଦୁଇ ଚକିଆରେ ତିନିଜଣ ବସିଥିଲେ ଶହେ ଟଙ୍କା ବଦଳରେ ଦୁଇ ହଜାର ଟଙ୍କା ତଣ୍ଡ ଗଣିବେ । ରାଜ୍ୟ ସାରା ଏହି ଫାଇନ ଆଦାୟ ହେବ । ଏହି ନିୟମକୁ କିପରି କଡାକଡି ପାଳନ କରାଯିବା ତାହା ପୋଲିସ ଦେଖିବ । ଫାଇନ ଆଦାୟ ଇ ଚାଲାଣ ମାଧ୍ୟମରେ ହେବ ।  ସବୁ ଥାନାକୁ ଏଥିଲାଗି ମେସିନ ଯୋଗାଇ ଦେବେ ରାଜ୍ୟ ସରକାର ।

ସାରା ଦେଶରେ ଦୁର୍ଘଟଣା ଜନିତ ମୃତ୍ୟୁ ସଂଖ୍ୟା ବଢି ବଢି ଚାଲିଛି । ପୁରୁଣା ମୋଟର ଯାନ ଆଇନରେ କମ ଅର୍ଥ ଦଣ୍ଡ ବ୍ୟବସ୍ଥା ଥିବାରୁ ଆଇନ ପ୍ରତି ଲୋକଙ୍କ ଡର ରହୁନି । ତେଣୁ ଏବେ ନୂଆ ଆଇନ ଆଣିଛନ୍ତି କେନ୍ଦ୍ରସରକାର । ଯାହାକୁ ରାଜ୍ୟରେ କଡାକଡି କରିବାକୁ ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର । ଏହା କଡା କଡି ହେଲେ ଦୁର୍ଘଟଣା କମିବ ବୋଲି ସରକାର ଆଶା ରଖିଛନ୍ତି।….

   Related Posts