ଶ୍ରାବଣ ମାସରେ ବି ଟାଙ୍ଗରା ଭୂଇଁ : ଇନ୍ଦ୍ରଦେବତାଙ୍କୁ ପ୍ରସନ୍ନ କରିବାକୁ ବେଙ୍ଗ-ବେଙ୍ଗୁଲୀ ବାହାଘର

Published By : Prameya-News7 Bureau | July 30, 2019 IST

ଜଳେଶ୍ବର ୩୦|୭: ଚଳିତ ବର୍ଷ ମୌସୁମୀ ସ୍ବାଭାବିକ ହୋଇ ନଥିବା ବେଳେ ସମଗ୍ର ଭାରତରେ ନିଅଣ୍ଟିଆ ବୃଷ୍ଟିପାତ ହୋଇଛି । ଆଷାଢ ଶେଷ ହୋଇ ଶ୍ରାବଣ ଅଧା ହେବାକୁ ବସିଲାଣି ହେଲେ ବର୍ଷାର ଦେଖାନାହିଁ । ବର୍ଷ। ପାଇଁ ବେଙ୍ଗ-ବେଙ୍ଗୁଲୀର ବାହାଘର କରାଇ ଇନ୍ଦ୍ରଦେବତାଙ୍କୁ ସନ୍ତୁଷ୍ଟ କରାଯାଉଛି। ଏଭଳି ଏକ ନିଆରା ବାହାଘର ଦେଖିବାକୁ ମିଳିଛି ପଶ୍ଚିମବଙ୍ଗର ବାଙ୍କୁଡା ଜିଲ୍ଲାର ଭଗବାନବାଦୀ ଗ୍ରାମରେ ।

{"id":138909}

ବର ଯାତ୍ରୀ ଥିଲେ କନ୍ୟା ପକ୍ଷ ମଧ୍ୟ ବରଯାତ୍ରୀଙ୍କୁ ସ୍ବାଗତ ପାଇଁ ପ୍ରସ୍ତୁତ ଥିଲେ। ସଂପୂର୍ଣ୍ଣ ରୀତିନୀତି ଅନୁସାରେ ବିବାହ ମଧ୍ୟ କରାଯାଇଥିଲା । କନ୍ୟାକୁ ବିଦାୟ ଦେବା ବେଳେ କନ୍ୟା ପିତାମାତାଙ୍କ ଆଖିରେ ବି ଥିଲା ଲୁହ । ଆଧୁନିକ ବାଦ୍ୟର ତାଳେତାଳେ ବରଯାତ୍ରୀ ମଧ୍ୟ ଝୁମିଥିଲେ, ଶେଷରେ ବିଦାୟ ନେଇଥିଲେ ବର-କନ୍ୟା । ତେବେ ଏଠାରେ ବର-କନ୍ୟା ସାଜିଥିଲେ ବେଙ୍ଗ-ବେଙ୍ଗୁଲୀ ।

{"id":138910}

କିମ୍ବଦନ୍ତୀ ଅନୁସାରେ ଇନ୍ଦ୍ର ଦେବତାଙ୍କୁ ସନ୍ତୁଷ୍ଟ କରିବାକୁ ଯାଇ ବେଙ୍ଗ-ବେଙ୍ଗୁଲୀ ବାହାଘର କରାଯାଇଥାଏ। ଆଉ ତାପରେ ଇନ୍ଦ୍ର ଦେବ ସନ୍ତୁଷ୍ଟ ହୋଇ ପୃଥିବୀ ପୃଷ୍ଠରେ ବର୍ଷା ଅଜାଡି ଦିଅନ୍ତି ବୋଲି ଲୋକମାନେ ମାନିଥାନ୍ତି । ପ୍ରଥା ଅନୁସାରେ ଏମିତି ଏକ ନିଆରା ବାହାଘର କରାଇ ପଶ୍ଚିମବଙ୍ଗର ବାଙ୍କୁଡା ଜିଲ୍ଲାର ଭଗବାନବାଦୀ ଗାଁ ଏବେ ଚର୍ଚ୍ଚ।ରେ ରହିଛି ।

{"id":138911}

ପରିବର୍ତ୍ତିତ ଜଳବାୟୁ ଏବଂ ଅତ୍ୟଧିକ ଜଙ୍ଗଲ ହ୍ରାସ ନିଅଣ୍ଟିଆ ବୃଷ୍ଟିପାତର କାରଣ ହୋଇଥିଲେ ମଧ୍ୟ ବେଙ୍ଗ-ବେଙ୍ଗୁଲୀର ଏହି ବାହାଘର ଆମ ପ୍ରାଚୀନ ସଭ୍ୟତାକୁ ଉଦଜୀବିତ କରୁଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.