Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କରୋନାର ଦୈନିକ ସଂକ୍ରମଣରେ ବୃଦ୍ଧି, ୨୪ଘଣ୍ଟାରେ ୪୩୮୯୩ ନୂଆ ଆକ୍ରାନ୍ତ ଚିହ୍ନଟ
  • ||
  • ଅପରେସନ ଅଲ୍ଆଉଟ୍ : ସେନା ଗୁଳିରେ ୨ ଆତଙ୍କୀ ନିହତ, ବନ୍ଧୁକ ଓ ଗୁଳି ଜବତ
  • ||
  • ବିହାର ନିର୍ବାଚନ : ପ୍ରଥମ ପର୍ଯ୍ୟାୟ ପାଇଁ ମତଦାନ ଆରମ୍ଭ, ୭୧ଟି ଆସନରେ ଚାଲିଛି ଭୋଟିଂ
  • ||
  • ନଭେମ୍ବରରୁ ପର୍ଯ୍ୟଟକଙ୍କ ପାଇଁ ଖୋଲିବ ଶିମିଳିପାଳ ବ୍ୟାଘ୍ର ପ୍ରକଳ୍ପ
  • ||

ବେଙ୍ଗ-ବେଙ୍ଗୁଲି ବାହାଘର ପରେ ହେଲା ବର୍ଷା, ପରମ୍ପରା ପାଳିଲେ ଆଦିବାସୀ, ବଢିଲା ବିଶ୍ୱାସ

31/07/2020 at 8:06 PM

ମାଲକାନଗିରି, ୩୧|୦୭:  ବିଶ୍ୱାସ ହେଉ ବା ଅନ୍ଧବିଶ୍ୱାସ ହେଉ ପରମ୍ପରାକୁ ଏବେବି ବଞ୍ଚାଇ ରଖିଛନ୍ତି ଆଦିବାସୀ । ବର୍ଷା ହେବା ପାଇଁ ବେଙ୍ଗ-ବେଙ୍ଗୁଲିଙ୍କୁ ବେଦିରେ ବସାଇ ଆଦିବାସୀ ରୀତିନୀତି ଅନୁସାରେ ବିବାହ କରିଛନ୍ତି ମାଲକାନଗିରିର ସେରାପଲୀବାସୀ ।

ସେରପାଲୀ ଅଞ୍ଚଳରେ ଦୀର୍ଘଦିନ ହେଲା ବର୍ଷା ହେଉନାହିଁ । ଫଳରେ ଚାଷକାର୍ଯ୍ୟ ମଧ୍ୟ ବାଧାପ୍ରାପ୍ତ ହେଉଛି । ତେଣୁ ଇନ୍ଦ୍ରଦେବଙ୍କୁ ସନ୍ତୁଷ୍ଟ କରିବା ପାଇଁ ଗ୍ରାମବାସୀମାନେ ଆଡମ୍ବରପୂର୍ଣ୍ଣ ଭାବେ ବେଙ୍ଗବେଙ୍ଗୁଲିଙ୍କ ବିବାହ କରିଛନ୍ତି । ପାରମ୍ପାରିକ ରୀତିନୀତି ଅନୁସାରେ ଏହି ବାହାଘର ସମ୍ପନ୍ନ ହୋଇଛି । ଶୁକ୍ରବାର ସକାଳେ ଗ୍ରାମ ମୁଖିଆ  ଓ ପୂଜାରୀମାନେ ଜଙ୍ଗଲକୁ ଯାଇ ମହୁଲ ମୁଣ୍ଡା ଆଣିଥିଲେ । ଏହାପରେ ବର ଓ କନ୍ୟା ପକ୍ଷ ବେଦିରେ ପହଁଚି ବେଙ୍ଗ ବେଙ୍ଗୁଲିଙ୍କୁ ଧୋଇଥିଲେ ।

 ଏହାପରେ ବେଙ୍ଗବେଙ୍ଗୁଲିଙ୍କୁ ମଣିଷଙ୍କ ପରି ସଜାଇ ମନ୍ତ୍ରପାଠ ହୋଇଥିଲା ।ସାମାଜିକ ଦୂରତା ପାଳନ କରି ଏହି  ବିବାହ କାର୍ଯ୍ୟ ସମ୍ପନ୍ନ ହୋଇଥିଲା । ଗ୍ରାମବାସୀମାନେ ଭୋଜି ମଧ୍ୟ ଖାଇଥିଲେ । ତେବେ ବାହାଘର ପରେ ବର୍ଷା ହୋଇଥିବା ମଧ୍ୟ ଜଣାପଡିଛି ।

   Related Posts