ବିଚିତ୍ର ସରୀସୃପ : କିଏ କହୁଛି ଚାଇନିଜ ବେଙ୍ଗ ତ କିଏ କହୁଛି ଅନ୍ୟ ଗ୍ରହର ଜୀବ, ପଢ଼ନ୍ତୁ ଭାଇରାଲ୍ ହୋଇଥିବା ଖବର

Published By : Prameya-News7 Bureau | September 12, 2020 IST

ଇଣ୍ଟରନେଟରେ ଏକ ଭିଡିଓ ଜୋରସୋରରେ ଭାଇରାଲ୍ ହେଉଛି ଯେଉଁଥିରେ ଏକ ବେଙ୍ଗ ଜୁଳୁଜୁଳିଆ ପୋକକୁ ଖାଇଦେବା ପରେ ତାର ଆଲୁଅ ବେଙ୍ଗର ଶରୀରରୁ ବାହାରକୁ ବାହାରୁଛି। ଟ୍ବିଟରରେ ଏହି ଭିଡିଓକୁ ୮୪ହଜାରରୁ ଅଧିକ ଲୋକ ଦେଖି ସାରିଛନ୍ତି।

{"id":328759,"width":577,"height":570,"sizeSlug":"large"}

 ୧୪ସେକେଣ୍ଡର ଏହି ଭିଡିଓରେ ଏକ ବେଙ୍ଗ କାନ୍ଥରେ ଚଢ଼ିଛି। କିଛି ସେକେଣ୍ଡ ପରେ ତା ପେଟରେ ହଠାତ୍ ଆଲୁଅ ଚମକିବାକୁ ଲାଗୁଛି,ଏହା ପରେ ଆଲୁଅ ଲିଭି ଯାଉଛି।

ଏହି ଆଲୁଅ ଏକ ନିୟମିତ ଅନ୍ତରାଳରେ ଚମକୁ ଥିଲା କାରଣ ବେଙ୍ଗ ଅନ୍ଧାରରେ ଚମକୁଥିବା ଜୁଳୁଜୁଳିଆ ପୋକକୁ ଖାଇ ଦେଇଥିଲା।

wp:core-embed/twitter {"url":"https://twitter.com/NaturelsLit/status/1304129916695273472","type":"rich","providerNameSlug":"twitter","className":""}
https://twitter.com/NaturelsLit/status/1304129916695273472
/wp:core-embed/twitter

ଏହା ପୂର୍ବରୁ ଟ୍ବିଟରରେ ଏଭଳି କୌଣସି ଭିଡିଓ ଦେଖା ଯାଇନାହିଁ। ସେପ୍ଟେମ୍ବର ୧୧ତାରିଖରେ ଏହି ଭିଡିଓ ଟ୍ବିଟ୍ ହେବାମାତ୍ରେ ଏବେ ସୁଦ୍ଧା ୮୪ହଜାରରୁ ଅଧିକ ଲୋକ ଦେଖି ସାରିଲେଣି।

ଏହାକୁ ନେଇ ସୋସିଆଲ ମିଡିଆରେ ମଧ୍ୟ ରୋଚକ କମେଣ୍ଟ ଆସୁଛି। କେହି ଏହାକୁ ଚାଇନିଜ ବେଙ୍ଗ କହୁଥିବାବେଳେ କେହି କହୁଛି ବେଙ୍ଗର ବ୍ୟାଟେରି ଲୋ ହୋଇ ଯାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.