‘ଅଯଥା’ ମୋକଦ୍ଦମା ଚାପରେ ଭାରାକ୍ରାନ୍ତ ହେଉଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ : ଜଷ୍ଟିସ୍ ଚନ୍ଦ୍ରଚୂଡ଼

Published By : Prameya-News7 Bureau | June 01, 2021 IST

ନୂଆଦିଲ୍ଲୀ ୧।୬: ଅଯଥା ମାମଲା ସୁପ୍ରିମକୋର୍ଟଙ୍କୁ ଅକର୍ମଣ୍ୟ କରି ଦେଇଛି। ସୁପ୍ରିମକୋର୍ଟଙ୍କ ବିଚାରପତି ଜଷ୍ଟିସ୍‌ ଡି.ୱାଇ.ଚନ୍ଦ୍ରଚୂଡ଼ଓ ଜଷ୍ଟିସ୍‌ ଏମ.ଆର. ଶାହଙ୍କ ବେଞ୍ଚ ମଙ୍ଗଳବାର ଏକ ଉପଭୋକ୍ତା ମାମଲାର ବିଚାର ପରିପ୍ରେକ୍ଷରେ ଏପରି ମନ୍ତବ୍ୟ ଦେଇଛନ୍ତି।  କୋର୍ଟ ଏହି ଖାଉଟି ମାମଲାଟିର ଚୂଡ଼ାନ୍ତ ରାୟ ଗତମାର୍ଚ୍ଚ ମାସରେ ଘୋଷଣା କରିଥିଲେ।  ତେବେ ମାମଲାକୁ ପୁଣି ନୂଆକରି କୋର୍ଟରେ ଉପସ୍ଥାପନ କରାଯାଇଥିବାରୁ ବେଞ୍ଚ କ୍ଷୋଭ ପ୍ରକାଶ କରିଛନ୍ତି।

ମାମଲାକୁ ପୁଣି ଶୁଣାଣି ନିମନ୍ତେ ଉପସ୍ଥାପନ କରାଯିବା ବେଳେ ଜଷ୍ଟିସ ଚନ୍ଦ୍ରଚୂଡ଼ ଆବେଦନକାରୀଙ୍କ ଇଚ୍ଛା ମୂତାବକ କୋର୍ଟ ପୂର୍ବରୁ ରାୟ ପ୍ରକାଶ କରିସାରିଥିବା କହିଥିଲେ। ତେବେ ପୁଣି କାହିଁକି ଆବେଦନ କରିଛନ୍ତି ବୋଲି ପ୍ରଶ୍ନ କରିଥିଲେ। ବୋଧ ହୁଏ ଆବେଦନକାରୀ ତାଙ୍କୁ ଆବଣ୍ଟିତ କରାଯାଇଥିବା ବାସଗୃହ ଲାଗି କିଛି କାଗଜପତ୍ରର ଯାଞ୍ଚ ଚାହୁଁଛନ୍ତି। ତେବେ ଏହା ଯୁକ୍ତିଯୁକ୍ତ କି ବୋଲି ପ୍ରଶ୍ନ କରିବା ସହ  ଏପରି କରି ଆପଣ  ଅଯଥାରେ କୋର୍ଟଙ୍କ ସମୟ ନଷ୍ଟ କରୁ ନାହାନ୍ତି କି ବୋଲି ପ୍ରଶ୍ନ କରିଥିଲେ।  ଏପରି ଅବାଞ୍ଛିତ ମୋକଦ୍ଦମା କରିବା ଦ୍ୱାରା କୋର୍ଟଙ୍କ କାର୍ଯ୍ୟଦକ୍ଷତା ହ୍ରାସ କରାଯାଉଥିବାର ବେଞ୍ଚ ତାଗିଦ କରିଛନ୍ତି।

{"id":459915,"width":838,"height":553,"sizeSlug":"large","linkDestination":"none"}

ଏପରି ଅଯଥା ମାମଲା ଭିଡରେ କୋର୍ଟ ଗୁରୁତର ମାମଲା ପ୍ରତିସମୟ ଦେଇ ପାରୁ ନଥିବା ଜଷ୍ଟିସ୍‌ ଚନ୍ଦ୍ରଚୂଡ଼ କହିଛନ୍ତି। କୋଭିଡ-୧୯ ନେଇ ଗତ କାଲି ମୋତେ ଏକ ସୋ ମୋଟୋ ଆଦେଶ ଚୂଡାନ୍ତ କରିବାର ଥିଲା। ତେବେ ଆଜିର ଏହି ମୋକଦ୍ଦମା ଲାଗି ପ୍ରସଙ୍ଗକୁ ମୋତେ ଟାଳିବାକୁ ପଡିଥିଲା। ହେଲେ ଯେତେବେଳେ ଶୁଣାଣି ଲାଗି ଫାଇଲ ପଢିଲି ଏପରି ଏକ ମାମଲାରେ କୋର୍ଟ ରାୟ ଦେଇ ସାରିଥିବାର ସନ୍ଦେହ ହୋଇଥିଲା, ଯାହା ଆଜି  କୋର୍ଟରେ ସାବ୍ୟସ୍ତ ହୋଇଛି।

ଏକ ସଂସ୍ଥା ଭାବେ ଆମେ ଆମ ସମୟକୁ ଏପରି ଅଯଥା କାର୍ଯ୍ୟରେ ବ୍ୟୟ କରିବା ଉଚିତ ନୁହେଁ  ବୋଲି ଜଷ୍ଟିସ ଚନ୍ଦ୍ରଚୂଡ଼ କହିଥିବା ବେଳେ ଏହା ଯୋଗୁ କୋର୍ଟଙ୍କ ମୂଲ୍ୟବାନ ସମୟର ଅପଚୟ ହେଉଥିବାରୁ କ୍ଷୋଭ ପ୍ରକାଶ କରିଛନ୍ତି। ମେ ୧ ତାରିଖ ପର୍ଯ୍ୟନ୍ତ ସର୍ବୋଚ୍ଚ ନ୍ୟାୟାଳୟଙ୍କ ନିକଟରେ ୬୭ ହଜାର ୮୯୮ଟି ମାମଲା ବିଚାର ଅପେକ୍ଷାରେ ପଡି ରହିଛି। ଏଥିରୁ ୪୯ ହଜାରରୁ ଅଧିକ ମାମଲା ସମ୍ପୂର୍ଣ୍ଣ ନୂଆ। ମୋଟ ଲମ୍ବିତ ମାମଲା ମଧ୍ୟରୁ ୧ ପ୍ରତିଶତରୁ କମ ମାମଲା ସାମ୍ବିଧାନିକ ପୀଠକଙ୍କ ନିମନ୍ତେ ରହିଛି।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.