Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବ୍ୟାଟସମ୍ୟାନଙ୍କ ପରେ ବିଫଳ ହେଲେ ଆରସିବି ବୋଲର, ‘କର ବା ମର’ ମ୍ୟାଚରେ ୫ ଓ୍ୱିକେଟରେ ଜିତିଲା ହାଇଦ୍ରାବାଦ
  • ||
  • ଗହଣା ଦୋକାନରୁ ଚୋରି, ଛାତ କଣା କରି ଲୁଟିନେଲେ ୨ କିଲୋର ସୁନା ଅଳଙ୍କାର
  • ||
  • ସାରୁଅ ଜମି କେଳେଙ୍କାରୀ : ଓଡିଶା ଇନଫ୍ରାଟେକ୍‌ର ଦୁଇ କର୍ମଚାରୀ ଗିରଫ, ଶ୍ରମିକଙ୍କୁ ଧମକ ଅଭିଯୋଗରେ ବାନ୍ଧିଲା ବାଘମାରୀ ପୋଲିସ
  • ||
  • IPL 2020: ବୁମରା ଓ ବୋଲ୍ଟଙ୍କ ଶାଣିତ ବୋଲିଂ ପରେ ଇଶାନଙ୍କ ଅର୍ଦ୍ଧଶତକ, ୯ ଓ୍ଵିକେଟ୍‌ରେ ଜିତିଲା ମୁମ୍ବାଇ ଇଣ୍ଡିଆନ୍ସ, ଦିଲ୍ଲୀର କ୍ରମାଗତ ଚତୁର୍ଥ ପରାଜୟ
  • ||
  • ଭୁବନେଶ୍ୱର : ଆସିଲା ଅନଲକ୍ ୬.୦ ଗାଇଡ଼ଲାଇନ୍‌
  • ||
  • ଭୁବନେଶ୍ୱର : ରାଜ୍ୟରେ ଆଉ ୧୨ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ଭୁବନେଶ୍ୱର : ରାଜ୍ୟରେ ୧୪୭୦ କରୋନା ସଂକ୍ରମିତ ଚିହ୍ନଟ
  • ||
  • ଭୁବନେଶ୍ୱର : ୧୬ତାରିଖରେ ଖୋଲିବ ସ୍କୁଲ, ନବମରୁ ଦ୍ୱାଦଶ ଶ୍ରେଣୀ ଯାଏଁ ପିଲା ପଢିବାକୁ ଆସିବେ
  • ||
  • ଝରକା ତାଡ଼ି ବ୍ୟାଙ୍କରୁ ଲୁଟ୍ ! ପୋଲିସର ତଦନ୍ତ ଜାରି
  • ||
  • ଭୟଙ୍କର ଭୂକମ୍ପରେ ଥରିଲା ତୁର୍କୀ ଓ ଗ୍ରୀସ : ମୃତ୍ୟୁ ସଂଖ୍ୟା ୧୭କୁ ବୃଦ୍ଧି, ୭ ଶହରୁ ଅଧିକ ଆହତ
  • ||

ଇନଷ୍ଟାଗ୍ରାମରୁ ବନ୍ଧୁତା : ୧୪ବର୍ଷ ବୟସ୍କା କିଶୋରୀଙ୍କୁ ଗଣଦୁଷ୍କର୍ମ କରି ରାସ୍ତାରେ ଫିଙ୍ଗିଲେ ଦୁଇ ଯୁବକ

27/01/2020 at 11:20 AM

ପାନିପତ ୨୭/୧: ଇନଷ୍ଟାଗ୍ରାମରେ ବନ୍ଧୁତା ପରେ ୧୪ବର୍ଷ ବୟସ୍କା ଛାତ୍ରୀଙ୍କୁ ଦୁଇ ଜଣ ଯୁବକ ଦେଖା କରିବା ବାହାନାରେ ମଡେଲ୍ ଟାଉନର ଡିଏଭି ପାର୍କକୁ ଡାକିଥିଲେ  ଏବଂ କାରରେ ତାଙ୍କୁ ଅପହରଣ କରି ନେଇ ଯାଇଥିଲେ। ଛାତ୍ରୀଙ୍କୁ ମଦ ପିଆଇ ପାଖାପାଖି ୩ଘଣ୍ଟା ଯାଏଁ ବୁଲାଇଥିଲେ। ଏହା ପରେ କେନାଲ୍ କଡ଼ରେ ଛାତ୍ରୀଙ୍କୁ ଦୁହେଁ ମିଶି ଗଣଦୁଷ୍କର୍ମ କରିଥିଲେ। ଦୁଇ ଅଭିଯୁକ୍ତ ନିଶାରେ ହାଇ ଡୋଜ୍ ମିଶାଇ ଦେଇ ଦେଇଥିଲେ,ଯାହା ଫଳରେ ଛାତ୍ରୀଙ୍କ ଅବସ୍ଥା ବିଗିଡ଼ି ଯାଇଥିଲା। ଶୁକ୍ରବାର ସନ୍ଧ୍ୟା ୭:୩୦ରେ ଅଭିଯୁକ୍ତ ପାର୍କ ବାହାରେ ଛିଡ଼ା ହୋଇଥିବା ସ୍କୁଟି ପାଖରେ ଛାତ୍ରୀଙ୍କୁ ଫିଙ୍ଗି ଫେରାର ହେବାକୁ ଉଦ୍ୟମ କରିଥିଲେ,ଠିକ୍ ସେତିକିବେଳେ ଛାତ୍ରୀଙ୍କୁ ଅର୍ଦ୍ଧନଗ୍ନ ଅବସ୍ଥାରେ ଦେଖି ଲୋକେ ଅଭିଯୁକ୍ତଙ୍କୁ ଧରିଥିଲେ।

ଛାତ୍ରୀଙ୍କୁ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ବିଳମ୍ବିତ ରାତିରେ ପାଖାପାଖି ୧୨ଟାରେ ତାଙ୍କ ସଂଜ୍ଞା ଫେରିଥିଲା ଏବଂ ସେ ଘଟଣା ବିଷୟରେ କହିଥିଲେ।

ପୋଲିସଙ୍କ କହିବା ଅନୁସାରେ ମଡେଲ ଟାଉନରେ ରବୀନ୍ଦ୍ର ହସ୍ପିଟାଲରେ ପଛରେ ରହୁଥିବା ୧୯ବର୍ଷ ବୟସ୍କ ସେଖୁ ଚୌହାନ ଏବଂ ସତକରତାର କଲୋନୀ ବାସିନ୍ଦା ୨୦ବର୍ଷ ବୟସ୍କ ସନ୍ଦୀପକୁ ଗିରଫ କରି ଗୋଟିଏ ଦିନ ପାଇଁ ପୋଲିସ୍ ରିମାଣ୍ଡରେ ନେଇଛି।

  ସୂଚନାଯୋଗ୍ୟ ଜାଟଲ୍ ରୋଡ଼ରେ ଥିବା ଏକ କଲୋନୀ ବାସିନ୍ଦା ୧୪ବର୍ଷ ବୟସ୍କ ଛାତ୍ରୀ ଏକ ଘରୋଇ ସ୍କୁଲରେ ଏକାଦଶ ଶ୍ରେଣୀରେ ପାଠ ପଢ଼ନ୍ତି। ପାଖାପାଖି ୧୫ଦିନ ତଳେ ଇନଷ୍ଟାଗ୍ରାମ ଜରିଆରେ ଅଭିଯୁକ୍ତ ଆଶିଷଙ୍କ ସହ ବନ୍ଧୁତା ହୋଇଥିଲା। କିଛି ଦିନ ଯାଏଁ ତାଙ୍କର ଚାଟିଙ୍ଗରେ କଥାବାର୍ତ୍ତା ହୋଇଥିଲା, ଏହା ପରେ ଉଭୟେ ପରସ୍ପରର ମୋବାଇଲ୍ ନମ୍ବର ଏକ୍ସଚେଞ୍ଜ କରିଥିଲେ। ସନ୍ଧ୍ୟା ୪:୩୦ରୁ ୬:୩୦ ଯାଏଁ ଛାତ୍ରୀ ଘରୁ ଟିକେ ଦୂରରେ ଟ୍ୟୁସନ୍ ପଢ଼ିବାକୁ ଯାଆନ୍ତି।

ଶୁକ୍ରବାର ଆଶିଷ ତାଙ୍କୁ ଦେଖା କରିବା ପାଇଁ ଡିଏଭି ପାର୍କ ନିକଟକୁ ଡାକିଥିଲା। ଟ୍ୟୁସନ ଯିବା ବଦଳରେ ଛାତ୍ରୀ ସ୍କୁଟି ନେଇ ପାର୍କ ବାହାରେ ପହଞ୍ଚିଥିଲେ। ଆଶିଷ ଏବଂ ସନ୍ଦୀପ କାର୍ ନେଇ ସେଠାକୁ ପହଞ୍ଚିଥିଲେ। ଦୁହେଁ ଜବରଦସ୍ତି ତାଙ୍କୁ କାରରେ ବସାଇଥିଲେ ଏବଂ ଏହା ପରେ ତାଙ୍କୁ କାରରେ ବହୁତ ସମୟ ବୁଲାଇଥି​‌ଲେ। ଦୁହେଁ ଫ୍ରୃଟିରେ ମଦ ମିଶାଇ ତାଙ୍କୁ ପିଇବାକୁ ଦେଇଥିଲେ। ନିଶା ହେବାରୁ ଛାତ୍ରୀ ସଂଜ୍ଞାହୀନ ହୋଇଯାଇଥିଲେ। ଅନ୍ଧାର ହୋଇଯିବାରୁ ଦୁଇ ଅଭିଯୁକ୍ତ ଜାଟଲ ରୋଡ଼ରେ ପ୍ୟାରେଲାଲ କେନାଲ କଡ଼ ଶୁନଶାନ ରାସ୍ତାରେ ତାଙ୍କୁ ନେଇଯାଇ ଗଣଦୁଷ୍କର୍ମ କରିଥିଲେ।

   Related Posts