ଭାଙ୍ଗିଗଲା କି କାଜୋଲ ଓ ଶାହାରୁଖଙ୍କ ବନ୍ଧୁତା ! ଫ୍ୟାନ୍ସଙ୍କ ପ୍ରଶ୍ନର ଏଭଳି ଉତ୍ତର ଦେଲେ ଅଭିନେତ୍ରୀ...

Published By : Prameya-News7 Bureau | November 04, 2021 IST

ମୁମ୍ବାଇ ୦୪।୧୧ : ବଲିଉଡର ରିଲ୍ ଏବଂ ରିଅଲ୍ ଲାଇଫ୍‌ରେ ବନ୍ଧୁତା ବିଷୟରେ କହିବାକୁ ଗଲେ ଶାହରୁଖ ଖାନ ଏବଂ କାଜୋଲଙ୍କ ନାମ ପ୍ରଥମେ ଆସେ । ଏହି ଦୁଇ ତାରକା ଯେତେବେଳେ ଏକାଠି ଦେଖାଯାଆନ୍ତି ସେତେବେଳେ ପ୍ରଶଂସକଙ୍କ ହୃଦୟ ମଧ୍ୟ ଜିତିଛନ୍ତି । କିନ୍ତୁ ଏଥର SRK ଙ୍କ ଜନ୍ମଦିନରେ, ଦେଶର ବିଭିନ୍ନ ସ୍ଥାନରୁ ଅଭିନନ୍ଦନ ପାଇଥିଲେ, ହେଲେ କାଜୋଲ ତାଙ୍କୁ ଶୁଭେଚ୍ଛା ଜଣାଇ ନଥିଲେ। ଏହାରି ଭିତରେ କାଜୋଲ ଏକ ଇନଷ୍ଟାଗ୍ରାମ୍‌ ଷ୍ଟୋରୀରେ ଲେଖିଥିଲେ କି  ମୋତେ ପ୍ରଶ୍ନ ପଚାରନ୍ତୁ ମୁଁ ତାର ସୁନ୍ଦର ଉତ୍ତର ଦେବି। ୟୁଜର୍ସଙ୍କ ଅନେକ ପ୍ରଶ୍ନରେ ଗୋଟିଏ ପ୍ରଶ୍ନ ସମସ୍ତଙ୍କ ଆଖିରେ ପଡିଲା । ଜଣେ ପ୍ରଶଂସକ ତାଙ୍କୁ ପଚାରିଲେ, 'ଆପଣ ଶାହାରୁଖଙ୍କୁ ତାଙ୍କ ଜନ୍ମଦିନରେ କାହିଁକି ଶୁଭେଚ୍ଛା ଜଣାଇଲନି?'

ଏହି ସମସ୍ତ ପ୍ରଶ୍ନ ମଧ୍ୟରେ, ଗୋଟିଏ ପ୍ରଶ୍ନ ଯାହା ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲା ​​ଶାହରୁଖ ଖାନଙ୍କ ସହ ଜଡିତ ଥିଲା, ଯିଏ ୨ ନଭେମ୍ବରରେ ତାଙ୍କ ଜନ୍ମଦିନ ପାଳନ କରିଥିଲେ । ଜଣେ ପ୍ରଶଂସକ ତାଙ୍କୁ ପଚାରିଲେ, 'ଆପଣ ଶାହାରୁଖଙ୍କୁ କାହିଁକି ଶୁଭେଚ୍ଛା ଜଣାଇଲେ ନାହିଁ ?' କାଜୋଲ ଏକ ଭିଡିଓ ମାଧ୍ୟମରେ ଏହି ଉତ୍ତର ଦେଇଛନ୍ତି, 'ମୁଁ ତାଙ୍କୁ ଆଉ କ’ଣ ଶୁଭେଚ୍ଚା ଜଣାଇବି ? ମୁଁ ଭାବୁଛି ତାଙ୍କ ପୁଅ ଆର୍ଯ୍ୟନ୍ ଖାନ୍ ଘରକୁ ଫେରିବା ପରେ ତାଙ୍କର ସମସ୍ତ ଇଚ୍ଛା ପୂରଣ ହୋଇଯାଇଛି । ତାହା ହିଁ ତାଙ୍କ ବଡ ଉପହାର । ଆଉ ମୁଁ କଣ ଶୁଭେଚ୍ଛା ଦେବି ?.. ସୂଚନା ଥାଉ ଯେ ଶାହାରୁଖ ନିକଟରେ ତାଙ୍କ ଜନ୍ମଦିନ ପାଳନ କରିଛନ୍ତି। ସେ ତାଙ୍କ ଜନ୍ମଦିନ ନିଜ ଘର ମନ୍ନତରେ ନୁହେଁ ବରଂ ଆଲିବାଗରେ ପାଳନ କରିବେ କାରଣ ସେ ନିଜ ଜନ୍ମଦିନକୁ ସରଳତାର ସହିତ ପାଳନ କରିବାକୁ ଚାହୁଁଥିଲେ । ନିକଟରେ ତାଙ୍କ ବଡ଼ ପୁଅ ଆର୍ଯ୍ୟନ୍ ଖାନଙ୍କୁ ଜେଲରୁ ମୁକୁଳିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.