Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପୁଣି ନକଲି ଘିଅ କାରଖାନାରେ ରେଡ୍‌, ମାଲିକ ଫେରାର
  • ||
  • ବିଧାନସଭା ଆଗରେ ମାଆ ଓ ପୁଅଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ସ୍ପଷ୍ଟୀକରଣ ରଖିଲା ଜଗତସିଂହପୁର ପୋଲିସ
  • ||
  • ଲିଭର ପ୍ରତ୍ୟାରୋପଣ ପାଇଁ ସମ୍‌ ହସ୍ପିଟାଲ ଓ ଏସିଆନ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ ଗ୍ୟାଷ୍ଟ୍ରୋଏନଟେରୋଲୋଜି (ଏଆଇଜି ) ମଧ୍ୟରେ ବୁଝାମଣା ସ୍ଵାକ୍ଷରିତ
  • ||
  • ଆନ୍ଦୋଳନରତ କୃଷକଙ୍କୁ ଗୃହ ମନ୍ତ୍ରୀ ଶାହାଙ୍କ ସନ୍ଦେଶ, ସରକାର ଆପଣଙ୍କ ଦାବି ଓ ସମସ୍ୟା ଉପରେ ଆଲୋଚନା କରିବାକୁ ପ୍ରସ୍ତୁତ
  • ||
  • ଡିସେମ୍ବର ମାସ ପାଇଁ ଗାଇଡ୍‌ ଲାଇନ୍ ଜାରି କଲେ ରାଜ୍ୟ ସରକାର
  • ||
  • ଭାଇ ହେଲା ଭଗାରୀ: ଜମିବାଡି ଲୋଭରେ ନିଜ ରକ୍ତ ସଂପର୍କର ଭାଇ-ପୁତୁରାକୁ ଦେଲା ହାଣି
  • ||
  • ଅଭୟକାନ୍ତଙ୍କ ଲିଙ୍କ୍‌ର ଖୋଳତାଡ଼: ସମସ୍ତଙ୍କୁ ଯିବ ନୋଟିସ୍, କିଏ ବଫାଦାର- କିଏ ଗଡ଼ ଫାଦର?
  • ||
  • ପରୀ ହତ୍ୟା ମାମଲା: ଅରୁଣ ବୋଥ୍ରାଙ୍କ ନେତୃତ୍ବରେ ୫ ଜଣିଆ ଏସ୍‌ଆଇଟି ଟିମ୍‌ ଗଠିତ, ହାଇକୋର୍ଟଙ୍କୁ ଅବଗତ କଲେ ସରକାର
  • ||
  • ସୋର : ବେଙ୍ଗାଲୁରୁରୁ ଲୁଟ୍ ହୋଇଥିବା ୪ଲକ୍ଷ ଟଙ୍କା ମିଳିଲା ଚାଉଳ ଡବାରୁ
  • ||
  • ତେଲକୋଇ : ମଞ୍ଚାରେ ଶୋଇଥିବା ବେଳେ ଲାଗିଗଲା ନିଆଁ, ପୋଡି ହୋଇ ମହିଳା ଗୁରୁତର
  • ||

ବନ୍ଧୁ ପାଇଁ ଦିନ ଟିଏ ; ଆଜି ବିଶ୍ବ ବନ୍ଧୁତ୍ବ ଦିବସ

5/08/2018 at 11:33 AM

ଆଜି ବିଶ୍ବ ବନ୍ଧୁତ୍ବ ଦିବସ । ବନ୍ଧୁ ପାଇଁ ଦିନ ଟିଏ । ରକ୍ତର ସମ୍ପର୍କ ଠାରୁ ବେଶ ଗଭୀର ବନ୍ଧୁତାର ସମ୍ପର୍କ । ବିଶ୍ବ ବନ୍ଧୁତ୍ବ ଦିବସରେ ସବୁଠି ଚାଲିଛି ସେଲିବ୍ରେସନ ପର୍ବ । କିଏ ସାଙ୍ଗକୁ ଚକେଲଟ ଦେଇ ବନ୍ଧୁତା ଦିବସର ଶୁଭେଚ୍ଛା ଜଣାଉଛି ତ ଆଉ କିଏ ଫ୍ରେଣ୍ଡସିପ୍ ବ୍ୟାଣ୍ଡ ପିନ୍ଧାଇ । ଯିଏ ସୁଖଦୁଃଖରେ ସବୁବେଳେ ପାଖରେ ଥାଏ । ବନ୍ଧୁର ହୃଦୟ କାନ୍ଦିଲେ ମନର କଥା ବୁଝିପାରେ । ସାରା ଦୁନିଆ ସାଥ୍ ଛାଡିଦେଲେ ଯିଏ ସାଙ୍ଗରେ ଥାଏ । ସେ ହେଉଛି ବନ୍ଧୁ । ରାଗ,ରୁଷା, ଅଭିମାନ ସବୁ କିଛି ଥାଏ । ହେଲେ ସେ ସମ୍ପର୍କ ନିଆରା । ରକ୍ତର ସମ୍ପର୍କ ଠାରୁ ବି ବେଶ୍ ଗଭୀର ବନ୍ଧୁତା । ଆଜି ବିଶ୍ବ ବନ୍ଧୁତ୍ବ ଦିବସରେ ସବୁଠି ଚାଲିଛି ସେଲିବ୍ରେସନ । ଯୁବିପଢ଼ୀ ପୂରା ସେଲିବ୍ରେସନ ମୁଡ୍ ରେ । କିଏ ସାଙ୍ଗକୁ ଚକେଲଟ ଦେଇ ବନ୍ଧୁତା ଦିବସର ଶୁଭେଚ୍ଛା ଜଣାଉଛି ତ ଆଉ କିଏ ଫ୍ରେଣ୍ଡସିପ୍ ବ୍ୟାଣ୍ଡ ପିନ୍ଧାଇ । ଆଉ କେହି କେହି ରେଷ୍ଟୁରାଣ୍ଟରେ ମନ ପସନ୍ଦର ଖାଇବା ଖାଇ ତ ଆଉ କିଏ ସିନେମା ଦେଖି କରୁଛନ୍ତି ସେଲିବ୍ରେସନ । ଅଗଷ୍ଟ ମାସ ପ୍ରଥମ ରବିବାରକୁ ବିଶ୍ବ ବନ୍ଧୁତା ଦିବସ ଭାବେ ସାରା ବିଶ୍ବ ପାଳନ କରେ । ୧୯୩୦ ମସିହା ଅଗଷ୍ଟ ମାସର ପ୍ରଥମ ରବିବାରକୁ ଫ୍ରେଣ୍ଡସିପ ଡେ ଭାବେ ପାଳନ କରାଯାଇଥିଲା । ୧୯୫୮ ମସିହା ଜୁଲାଇ ୩୦ରେ ମିଳିତ ଜାତିସଂଘ ବିଧିବଦ୍ଧ ଭାବେ ଅଗଷ୍ଟ ମାସର ପ୍ରଥମ ରବିବାରକୁ ବିଶ୍ବ ବନ୍ଧୁତ୍ବ ଦିବସ ଭାବେ ଘେ।ଷଣା କରିଥିଲା । ଆଉ ସେହି ଦିନ ଠାରୁ ଅଗଷ୍ଟ ମାସ ପ୍ରଥମ ରବିବାରକୁ ସାରା ବିଶ୍ବରେ ବନ୍ଧୁତ୍ବ ଦିବସ ରୂପେ ପାଳନ ହେ।ଇଆସିଛ ।

   Related Posts