Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ୧୨ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ୧୫୪୦ କରୋନା ସଂକ୍ରମିତ ଚିହ୍ନଟ
  • ||
  • ଡିସେମ୍ବର ୩୧ପୂର୍ବରୁ ବସିବ ବିଧାନସଭାର ଶୀତ ଅଧିବେଶନ
  • ||
  • କରୋନାର ଦୈନିକ ସଂକ୍ରମଣରେ ବୃଦ୍ଧି, ୨୪ଘଣ୍ଟାରେ ୪୩୮୯୩ ନୂଆ ଆକ୍ରାନ୍ତ ଚିହ୍ନଟ
  • ||
  • ଅପରେସନ ଅଲ୍ଆଉଟ୍ : ସେନା ଗୁଳିରେ ୨ ଆତଙ୍କୀ ନିହତ, ବନ୍ଧୁକ ଓ ଗୁଳି ଜବତ
  • ||
  • ବିହାର ନିର୍ବାଚନ : ପ୍ରଥମ ପର୍ଯ୍ୟାୟ ପାଇଁ ମତଦାନ ଆରମ୍ଭ, ୭୧ଟି ଆସନରେ ଚାଲିଛି ଭୋଟିଂ
  • ||

ହାତୀ ମେରା ସାଥୀ : ଆଶ୍ଚର୍ଯ୍ୟଜନକ ସମ୍ପର୍କ, ୨ ବର୍ଷର ଭାମାଙ୍କ ଇସାରାରେ ନାଚୁଛନ୍ତି ଉମାଦେବୀ

4/06/2020 at 4:14 PM

ଥିରୁଅନନ୍ତପୁରମ୍ ୪/୬: କିଏ କହେ ଯେ,କଥା କହିପାରୁ ନଥିବା ପଶୁଟିଏ ଭଲ ପାଇବା, ସ୍ନେହ, ଶ୍ରଦ୍ଧା କିଛି ବୁଝେନି ବୋଲି । ମଣିଷ ହୋଇ ଆମେ ଯେତିକି ଭଲପାଇବା ଅଜାଡି ଦେବା, ପ୍ରତିବଦଳରେ ସେ ବି ସେତିକି ଦେଇଥାଏ । ହୁଏତ ଆହୁରି ଅଧିକ ମଧ୍ୟ ।ଯାହାର ଏକ ବଡ଼ ଉଦାହରଣ ହେଉଛି କେରଳ ଥିରୁଅନନ୍ତପୁରମର ଦୁଇ ବନ୍ଧୁଙ୍କ କାହାଣୀ । ଏମାନେ ହେଉଛନ୍ତି ଦୁଇବନ୍ଧୁ ଉମାଦେବୀ ଆଉ ଭାମା । ୩୧ ବର୍ଷୀୟ ଏଇ ହାତୀ ଉମାଦେବୀଙ୍କ ପ୍ରିୟ ବନ୍ଧୁ ହେଉଛି ମାତ୍ର ୨ ବର୍ଷର କୁନି ଝିଅ ଭାମା ।

ମାତ୍ର ୬ମାସର ହୋଇଥିବା ବେଳେ ଉମାଦେବୀଙ୍କ ସହ ବନ୍ଧୁତା ହୋଇଥିଲା ଭାମାର । ଆଉ ଏବେ ଯେମିତି କେହି କାହାକୁ ଘଡ଼ିଏ ନଦେଖିଲେ ରହିପାରୁ ନାହାନ୍ତି । ବହୁତ କିଛି ଆବଶ୍ୟକ ନାହିଁ । ଆପଣ ବେଶ୍ ଭଲ ଭାବେ ବୁଝି ପାରୁଥିବେ ଏମାନଙ୍କ ବନ୍ଧୁତାକୁ । ପରିବାରର ଜଣେ ସଦସ୍ୟ ରୂପେ ଗଣା ଉମାଦେବୀ । ଯାହାର ଦେଖାଶୁଣା କରନ୍ତି ଭାମାଙ୍କ ପାପା । ଗୋଟିଏ ପଟେ ଭାମା କଥା କହିପାରୁ ନଥିଲେ ବି ତାର ଭଲପାଇବାକୁ ଖୁବ୍ ଭଲ କରି ବୁଝିପରିଛି ଉମାଦେବୀ । ଆଉ ଅନ୍ୟପଟେ ଉମାଦେବୀ ମଧ୍ୟ କଥା କହିପାରୁ ନଥିଲେ ବି ଭାମା ପ୍ରତି ଥିବା ସ୍ନେହ ଶ୍ରଦ୍ଧାକୁ ବୁଝି ପାରିଛନ୍ତି ପରିବାର ଲୋକେ ।

ଉମାଦେବୀ ଆଉ ଭାମାର କାହାଣୀ ଆମ ସମାଜ ପାଇଁ ଯେତିକି ପ୍ରେରଣାଦାୟୀ ତାଠୁ ଅଧିକ ଆମ ସଭ୍ୟ ସମାଜ ପାଇଁ ଏକ ବଡ଼ ମେସେଜ୍ ମଧ୍ୟ । କାରଣ ଏ ଘଟଣା ଦେଉଛି ସେଇ କେରଳ ରାଜ୍ୟର । ଯେଉଁଠି ମାଲ୍ଲାପୁରମରେ ଏକ ଗର୍ଭବତୀ ହାତୀକୁ ବାଣମିଶା ସପୁରୀ ଖାଇବାକୁ ଦେଇଥିଲା ମଣିଷ । ଆଉ ଶେଷରେ ଛଟପଟ ହୋଇ ମୃତ୍ୟୁ ବରଣ କରିଥିଲା ମା ହାତୀ । ଏମିତି ଦୁନିଆକୁ ଆସି ମଣିଷର କ୍ରୁରତା ଦେଖିବା ପୂର୍ବରୁ ଜାଣିବା ଆଗରୁ ପେଟ ଭିତରେ ଥିବା ଛୁଆ ହାତୀର ମଧ୍ୟ ମୃତ୍ୟୁ ହୋଇଥିଲା ।

ଗୋଟିଏ ଦୃଶ୍ୟ ଆମ ଶିକ୍ଷିତ ସମାଜକୁ ନିନ୍ଦିତ କରୁଛି । ଲଜ୍ଜିତ କରୁଛି । ଆମେ ଆମର ହିତାହିତ ଜ୍ଞାନ ଭୁଲି କେତେ ନିର୍ଦ୍ଦୟ, କେତେ ନିଷ୍ଠୁର ଆମାନବୀୟ, ରାକ୍ଷସ ପ୍ରବୃତ୍ତି ହୋଇପାରୁ ତାହା ପ୍ରମାଣିତ କରୁଛି । ହେଲେ ଏ ଚିତ୍ର କିନ୍ତୁ ପଶୁ ସମାଜ ପ୍ରତି ଆମର ସମ୍ମାନ ବଢାଇ ଦେଇଛି । ସେମାନେ ବି ସ୍ନେହ, ଶ୍ରଦ୍ଧା ବୁଝିପାରନ୍ତି ତାହା ଆଉ ପ୍ରମାଣିତ କରିବାକୁ ପଡୁନି । ଖୋଦ୍ ଏଇ ଚିତ୍ର ହିଁ ସବୁକିଛି କହିଦେଉଛି ।

ଭାମା ଏବଂ ଉମାଦେବୀଙ୍କ ବନ୍ଧୁତ୍ବର ଏଇ କାହାଣୀ ସୋସିଆଲ ମିଡିଆ ୟୁଟୁବରୁ ଆରମ୍ଭ କରି ଟ୍ବିଟରରେ ମଧ୍ୟ ଭାଇରାଲ ହୋଇଛି । ଟ୍ବିଟରରେ ଏଇ ଦୁଇ ବନ୍ଧୁଙ୍କ କାହାଣୀ ଖୁବ୍ ଚର୍ଚ୍ଚିତ ମଧ୍ୟ…

 ବୁଦ୍ଧିମାନ ପ୍ରାଣୀ ଭାବେ ଗଣା ହୋଇଥାନ୍ତି ହାତୀ । ସେଥିପାଇଁ ତ ରିଲରେ ମଧ୍ୟ ସେମାନଙ୍କର ବିଶ୍ବସନୀୟତା ଦେଖିବାକୁ ମିଳିଛି । ଆଉ ଏବେ ରିଅଲରେ ଏଇ ଚିତ୍ର ଦେଖିବା ପରେ ଆମେ ଏତିକି ତ ନିଶ୍ଚୟ କହିପାରିବା ଯେ, ସତରେ ହାତୀ ମେରା ସାଥୀ….

   Related Posts