ଘରୁ ଡ଼ାକିନେଇ ସାଙ୍ଗକୁ କଲେ ହତ୍ୟା, ୧୧ ଦିନପରେ ମିଳିଲା ଶବ

Published By : Prameya-News7 Bureau | March 24, 2019 IST

ବୁନ୍ଦୀ ୨୪/୩-ସାଙ୍ଗ ସାଜିଲା ସାଙ୍ଗର ବଇରୀ । ଘରୁ ଡ଼ାକିନେଇ ସାଙ୍ଗକୁ ହତ୍ୟା କରିବା ଘଟଣା  ଖେଲାଇ ଦେଇଛି ଚାଂଚଲ୍ୟ ।

ଏହି ଅଭାବନୀୟ ଘଟଣା କୋଟା ଭୀମଗଂଜମଣ୍ଡି  ଇଲାକାରେ । କରଣ ବାଲ୍ମୀକି ନାମକ ଜଣେ ଯୁବକ ନିଖୋଜ ହେବା ଥାନାରେ ଅଭିଯୋଗ ଆଣିଥିଲେ ପରିବାର ଲୋକ । କାହାସହ ଶତ୍ରୁତା ନଥିବା କରଣକୁ ସାଙ୍ଗମାନେ ଡ଼ାକି ନେଇଥିବା କରଣଙ୍କ ବାପା ଥାନାରେ କରିଥିଲେ ଅଭିଯୋଗ ।

୧୧ ଦିନ ପରେ ଭୀମଗଂଜଗଣ୍ଡିରେ ଏକ ପରିତ୍ୟକ୍ତ ପୋଖରୀରେ କରଣର ଶବ ଭାସୁଥିବା ଗାଁଲୋକ ଦେଖିବାକୁ ପାଇଥିଲେ । ଏହି ଖବର ପରିବାରଲୋକଙ୍କୁ ଦିଆଯିବା ପରେ ଶବକୁ ଚିହ୍ନଟ କରିବା ସହ କେହି ହତ୍ୟା କରିଥିବା ସନ୍ଦେହକୁ ଆଣିଥିଲେ ।

ଏହି ଘଟଣାରେ ପରିବାରଲୋକ ଥାନାରେ କରଣର କିଛି ସାଙ୍ଗଙ୍କ ନାଁରେ ସନ୍ଦେହ ଅଭିଯୋଗ ଆଣିଥିଲେ । ପରିବାରଲୋକଙ୍କ ଅଭିଯୋଗକୁ ଭିତ୍ତିକରି କରଣର ସାଙ୍ଗ ଆକାଶ, ରୋହିତ, ଆଶିଷ, ସୋନୁକୁ ଡ଼ାକି ପଚରାଉଚରା କରିଥିଲା ପୋଲିସ ।

କରଣକୁ ସେମାନେ ହତ୍ୟା କରିଥିବା କଥା ପୋଲିସ ଜାଣିବାକୁ ପାଇଥିଲା । ସେମାନଙ୍କୁ ଗିରଫ କରି କୋର୍ଟ ଚାଲଣ କରିଛି ପୋଲିସ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.