ଦିଲ୍ଲୀ ୨୫/୪ : ଦେଶରେ ନିର୍ବାଚନୀ ମାହୋଲ ଜାରି ରହିଛି | ବିଭିନ୍ନ ଲୋକ ଭିନ୍ନ ଭିନ୍ନ ଦଳକୁ ସମର୍ଥନ କରିଥାନ୍ତି | ଅଲଗା ଅଲଗା ରାଜନୈତିକ ଦଳର ବିଚାରଧାରାକୁ ନେଇ ବେଳେବେଳେ ନିଜ ଲୋକଙ୍କ ମଧ୍ୟରେ ମନୋମାଳିନ୍ୟ ଦେଖା ଦେଇଥାଏ | ଲୋକେ ପରସ୍ପର ମଧ୍ୟରେ ଝଗଡା କରିଥାନ୍ତି | ଲୋକେ ବୁଝିପାରିନ୍ତି ନାହିଁ ଯେ, ନେତା ଏବଂ ରାଜନୀତି ଚକ୍କରରେ ସେମାନେ ନିଜ ବନ୍ଧୁ ଏବଂ ପରିବାର ସଦସ୍ୟଙ୍କ ସହ ସମ୍ପର୍କ ଖରାପ କରୁଛନ୍ତି | ଏହି ଭଳି ପରିସ୍ଥିତିକୁ ଦର୍ଶାଉଥିବା ଏକ ଫଟୋ ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି | ଭାଇରାଲ ଫଟୋରେ ଏକ କାରରେ ଅଲଗା ଅଲଗା ଦଳର ପତାକା ଧରି କିଛି ଯୁବକ ବସିଛନ୍ତି | ଏହି ଯୁବକମାନେ ଅଲଗା ଅଲଗା ଦଳର ପତାକା ଧରି ଗୋଟିଏ ଗାଡିରେ ବସି ଲୋକଙ୍କୁ ଏହି ସନ୍ଦେଶ ଦେଉଛନ୍ତି ଯେ, ବନ୍ଧୁତ୍ୱ ସବୁଠାରୁ ଉର୍ଦ୍ଧ୍ବରେ | କୌଣସି ରାଜନୈତିକ ଦଳ ପାଇଁ ନିଜ ବନ୍ଧୁତାକୁ କେବେ ହେଲେ ବାଜି ଲଗାଇବା ଉଚିତ ନୁହେଁ |
{"id":107127}
ଭାଇରାଲ ହେଉଥିବା ଏହି ଫଟୋ କେରଳର ବୋଲି ଜଣାପଡିଛି | କିଛି ଯୁବକ ଗୋଟିଏ କାରରେ ବିଜେପି, କଂଗ୍ରେସ, ଭାକପା ପତାକା ଧରି ବସିଛନ୍ତି | ଯୁବକମାନେ ବନ୍ଧୁତ୍ୱକୁ ନେଇ ଏକ ସନ୍ଦେଶ ଦେଉଛନ୍ତି | ସୋସିଆଲ ମିଡ଼ିଆରେ ଭାଇରାଲ ହେଉଥିବା ଫଟୋକୁ ହଜାର ହଜାର ଲୋକ ସେୟାର କରୁଛନ୍ତି | ଲୋକେ ଏହି ଫଟୋରେ ବିଭିନ୍ନ କମେଣ୍ଟ ମଧ୍ୟ କରିଛନ୍ତି | ତେବେ ଫଟୋକୁ ଲୋକେ ଖୁବ ପ୍ରଶଂସା ମଧ୍ୟ କରିଛନ୍ତି |
ଲୋକେ ଏହି ଫଟୋକୁ ଦେଖି ଏହାକୁ ଅସଲି ଇନକ୍ରେଡିବଲ ଇଣ୍ଡିଆର ଫଟୋ ବୋଲି କହୁଛନ୍ତି | ଏହା କେବଳ କେରଳରେ ହିଁ ସମ୍ଭବ ହୋଇପାରେ ବୋଲି ଲୋକେ ଆଲୋଚନା କରୁଛନ୍ତି | କେରଳରେ ନିର୍ବାଚନ ସରିଯାଇଛି | ତଥାପି ବନ୍ଧୁତ୍ୱ ତା'ଜାଗାରେ ସୁରକ୍ଷିତ ଅଛି | ନିର୍ବାଚନ ସରିଯାଇଛି ସତ କିନ୍ତୁ ଏମାନଙ୍କ ବନ୍ଧୁତ୍ୱ ସରିନାହିଁ | ଏମାନେ ଆଜି ମଧ୍ୟ ପୂର୍ବ ଭଳି ଘନିଷ୍ଠ ବନ୍ଧୁ ହୋଇ ରହିଛନ୍ତି |
ଜଣେ ଟ୍ୱିଟର ୟୁଜର କହିଛନ୍ତି ଏହା ଅତ୍ୟନ୍ତ ସୁନ୍ଦର ଫଟୋ | କାରଣ ଜୀବନରେ ସମ୍ପର୍କ ଏବଂ ବନ୍ଧୁତ୍ୱ ହିଁ ମହତ୍ଵପୁର୍ଣ | ସମ୍ପର୍କ ଏବଂ ବନ୍ଧୁତ୍ୱ ମଧ୍ୟରେ ରାଜନୈତିକ ବିଚାରଧାରାକୁ କେବେ ହେଲେ ପ୍ରଶୟ ଦେବା ଉଚିତ ନୁହେଁ | ଆଉ ଜଣେ ଟ୍ୱିଟର ୟୁଜର କହିଛନ୍ତି ଯେ, ସେ ଅନେକ ସାଙ୍ଗମାନଙ୍କୁ ରାଜନୈତିକ ବିଚାରଧାରାକୁ ନେଇ ଝଗଡା କରିଥିବା ଦେଖିଛନ୍ତି | ଏପରିକି ସେ ସାଙ୍ଗମାନେ ଏବେ ପରସ୍ପର ସହ ନା କଥାବାର୍ତ୍ତା ହେଉଛନ୍ତି ନା ସମ୍ପର୍କରେ ଅଛନ୍ତି |
ଏହି ଫଟୋକୁ ଦେଖି ସେ କହିଛନ୍ତି, ଏଭଳି ମାହୋଲ ସେ ପୂର୍ବରୁ କେବେ ଦେଖିନଥିଲେ | ଏହି ଫଟୋ ପ୍ରକୃତ ବନ୍ଧୁତ୍ୱର ଏକ ଜୀବନ୍ତ ଉଦାହରଣ ବୋଲି କହିଛନ୍ତି |