ଲକଡାଉନରେ ଅଭାବୀଙ୍କୁ ସହାୟତା : ରନ୍ଧା ଖାଦ୍ୟ ବାଣ୍ଟିଲେ ଫ୍ରେଣ୍ଡ୍ସ ଆଣ୍ଡ ହେଲ୍ପ ଜୋନ, ପିଲାଏ ଦେଲେ ସଞ୍ଚିତ ଅର୍ଥ

Published By : Prameya-News7 Bureau | April 23, 2020 IST

ଭୁବନେଶ୍ୱର ୨୩/୦୪ : କରୋନା ସ୍ଥିତି ଭୟଙ୍କର | ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି | ଓଡିଶାରେ ମଧ୍ୟ ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି | ସଂକ୍ରମଣ ରୋକିବାକୁ ଲକଡାଉନ ଜାରି ରହିଛି | ସାମାଜିକ ଦୂରତା ସହ ଘରେ ରହିବାକୁ ଲୋକଙ୍କୁ ପରାମର୍ଶ ଦେଇଛନ୍ତି ସରକାର | ସାଧାରଣ ଜୀବନ ଯାତ୍ରା ଠପ | ଏପରି ସ୍ଥିତିରେ ସବୁଠୁ ବେଶୀ ହଇରାଣ ହରକତ ଅଭାବୀ ଏବଂ ଅସହାୟ ଲୋକେ |

{"id":258973,"sizeSlug":"large"}

ଖାଦ୍ୟ ଓ ପାନୀୟ ବଡ ସମସ୍ୟା ହୋଇଛି | ଏପରି ଅସାଧାରଣ ସମୟରେ ଅନେକ ସହୃଦୟ ବ୍ୟକ୍ତି ତଥା ସ୍ୱେଚ୍ଛାସେବୀ ଅଭାବୀଙ୍କୁ ସହାୟତାର ହାତ ବଢ଼ାଇଛନ୍ତି | ବିଭିନ୍ନ ପ୍ରକାର ସହାୟତା ଦେଉଛନ୍ତି | ଏହିଭଳି କିଛି ସହୃଦୟ ସ୍ବେଛାସେବୀ ରାଜଧାନୀରେ ଖାଦ୍ୟ ବଣ୍ଟନ କରିଛନ୍ତି |ଏହିଭଳି ସଙ୍କଟ ପରିସ୍ଥିତିରେ କିଛି ସହୃଦୟ ବ୍ୟକ୍ତି ଗରିବ ଲୋକଙ୍କ ସାହାଯ୍ୟ ପାଇଁ ଆଗେଇ ଆସିଛନ୍ତି | ଏମାନେ ଗରିବଙ୍କୁ ରନ୍ଧା ଖାଦ୍ୟ ବଣ୍ଟନ କରୁଛନ୍ତି | ପୃଥ୍ୱୀ ମେଡ଼ିସିନ ଷ୍ଟୋର କର୍ମକର୍ତ୍ତା ଓ କିଛି ସ୍ବେଛାସେବୀ ଦୀର୍ଘ ୨୦ ଦିନରୁ ଅଧିକ ହେବ ଲୋକଙ୍କୁ ଖାଦ୍ୟ ବଣ୍ଟନ କରୁଛି | ଏହି ମହତ କାର୍ଯ୍ୟରେ ଛାତ୍ରଛାତ୍ରୀମାନଙ୍କ ସଞ୍ଚୟ ମଧ୍ୟ ରହିଛି |

{"id":258974,"sizeSlug":"large"}

ଛାତ୍ରଛାତ୍ରୀ ନିଜ ପକେଟମନିରୁ ସଞ୍ଚୟ କରିଥିବା ଅର୍ଥ ଏହି ମହତ କାର୍ଯ୍ୟ ପାଇଁ ଦାନ କରିଛନ୍ତି | ଭୁବନେଶ୍ୱରର ମାଷ୍ଟରକ୍ୟାଣ୍ଟିନ ଅଂଚଳରେ ୫୦୦ ରୁ ଉର୍ଧ୍ଵ ଲୋକଙ୍କୁ ଆମିଷ ଖାଦ୍ୟ ବଣ୍ଟନ କରାଯାଇଛି | Friends and help zoneର ମୁଖ୍ୟ ପ୍ରଭାତ କୁମାର ବେହେରାଙ୍କ ପ୍ରୟାଶରେ ଖାଦ୍ୟ ବଣ୍ଟନ କରାଯାଉଛି | ଆଗକୁ ମଧ୍ୟ ଗରିବ ଅସହାୟଙ୍କୁ ଖାଦ୍ୟ ଯୋଗେଇ ଦିଆଯିବ ବୋଲି କୁହାଯାଇଛି |

{"id":258975,"sizeSlug":"large"}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.