‘ଫ୍ରେଣ୍ଡସ୍’ ଅଭିନେତା ଜେମ୍ସ ମାଇକେଲଙ୍କ ପରଲୋକ, ପ୍ରୋଷ୍ଟେଟ କ୍ୟାନ୍ସର୍ ରୋଗ ସହ କରୁଥିଲେ ସଂଘର୍ଷ

Published By : Prameya-News7 Bureau | October 25, 2021 IST

ନୂଆଦିଲ୍ଲୀ ୨୫/୧୦: ହଲିଉଡର ପ୍ରସିଦ୍ଧ ଟିଭି ଶୋ 'ଫ୍ରେଣ୍ଡସ୍' ଅଭିନେତା ଜେମ୍ସ ମାଇକେଲ ଟାଇଲରଙ୍କ ଦେହାନ୍ତ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୫୯ ବର୍ଷ ବୟସ ହୋଇଥିଲା। ସେ ପ୍ରୋଷ୍ଟେଟ କ୍ୟାନ୍ସର୍ ରୋଗ ସହିତ ଲଢେଇ କରୁଥିଲେ। ଲସ ଏଞ୍ଜେଲସରେ ଥିବା ତାଙ୍କ ଘରେ ଜେମ୍ସ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ଜେମ୍ସ 'ଫ୍ରେଣ୍ଡସ୍'ରେ ଗୁନ୍ଥର ଭୂମିକାରେ ଅଭିନୟ କରିଥିଲେ। ତାଙ୍କ ମୃତ୍ୟୁରେ ସାରା ବିଶ୍ୱରେ ପ୍ରଶଂସକମାନେ ଶୋକ ବ୍ୟକ୍ତ କରୁଛନ୍ତି।

ଜେମ୍ସଙ୍କ ମୁଖପାତ୍ର ଟୋନି ବେନସନ ଗଣମାଧ୍ୟମକୁ ଦେଇଥିବା ବିବୃତ୍ତିରେ କହିଛନ୍ତି, ଦୁନିଆ ତାଙ୍କୁ ହିଟ୍ ସିରିଜ୍ ଫ୍ରେଣ୍ଡସ୍ ର ଗୁନ୍ଥର୍ ଭାବରେ ଜାଣିଛି, କିନ୍ତୁ ତାଙ୍କୁ ଚାହୁଁଥିବା ସମସ୍ତ ଲୋକ ଜାଣନ୍ତି ଯେ ସେ ଜଣେ ଅଭିନେତା, ସଙ୍ଗୀତଜ୍ଞ ଓ କର୍କଟ ସଚେତନତା ଆଡଭୋକେଟ୍ ଥିଲେ।

ସେହିପରି ଅନୁଷ୍କା ଶର୍ମା ତାଙ୍କ ଇନଷ୍ଟା ଷ୍ଟୋରୀର ଜେମ୍ସଙ୍କ ଦେହାନ୍ତକୁ ସମବେଦନା ଜଣାଇ ବ୍ରୋକନ୍ ହାର୍ଟ ଇମୋଜି ଦେଇଛନ୍ତି। ଅଭିନେତ୍ରୀ ସାମନ୍ତ ଲେଖିଛନ୍ତି- Noooo

{"id":532806,"sizeSlug":"full","linkDestination":"none"}

'ଫ୍ରେଣ୍ଡସ୍'ରେ ଜେମ୍ସଙ୍କ ସହ-ଅଭିନେତା ଜେନିଫର୍ ଆନିଷ୍ଟନ୍ ଏକ ଭିଡିଓ ସେୟାର କରି ଲେଖିଛନ୍ତି- ତୁମ ବିନା ଫ୍ରେଣ୍ଡସ୍ କଦାପି ସେହିଭଳି ହୋଇପାରିବ ନାହିଁ। ଶୋ’ ମାଧ୍ୟମରେ ଆମ ସମସ୍ତଙ୍କ ଜୀବନରେ ହସ ଆଣିଥିବାରୁ, ଧନ୍ୟବାଦ। ତୁମକୁ ସବୁବେଳେ ମନେ ପକାଇବୁ।'

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.