ସାଙ୍ଗର ଖଣ୍ଡା ଚୋଟରେ ସାଙ୍ଗ ଗୁରୁତର

Published By : Prameya-News7 Bureau | July 30, 2018 IST

ସାଙ୍ଗର ଖଣ୍ଡା ଚୋଟରେ ସାଙ୍ଗ ଗୁରୁତର । ଦୁଇ କଲେଜ ଛାତ୍ରଙ୍କ ମଧ୍ୟରେ ଗଣ୍ଡଗୋଳ ଏମିତି ରୂପ ନେଇଛି । ଘଟଣା ଘଟିଛି କୋରାପୁଟ ବୈପାରୀଗୁଡାରେ । ଆହତ ଛାତ୍ର ଜୟରାଜ ଢାଲି । ତାଙ୍କୁ ସେହି କଲେଜର ବିଜୟ ଖୋସଲା ନାମକ ଛାତ୍ର ଖଣ୍ଡାରେ ଆକ୍ରମଣ କରିଛି । ଜୟଙ୍କୁ ପ୍ରଥମେ ବୈପାରୀଗୁଡ଼ା ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ସେଠାରୁ କୋରାପୁଟ ମେଡିକାଲ କଲେଜକୁ ସ୍ଥାନାନ୍ତର କରାଯାଇଛି । ଦିନ ୧୧ ଟାରେ ଦୁଇ ଛାତ୍ର ସାଙ୍ଗ ହୋଇ କଲେଜ ଯାଇଥିଲେ । କୌଣସି କାରଣରୁ ଦୁଇ ଜଣଙ୍କ ମଧ୍ୟରେ ଝଗଡ଼ା ଲାଗିଥିଲା । ଉତ୍ତ୍ୟକ୍ତ ହୋଇ ବିଜୟ ଜୟରାଜଙ୍କୁ ଖଣ୍ଡାରେ ଆକ୍ରମଣ କରିଥିଲା । ତାଙ୍କ ମୁଣ୍ଡରେ କ୍ଷତ ହୋଇଥିବା ବେଳେ ବାମ ପଟ କାନ କଟିଯାଇଛି

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.