ଧାର ଦେଇଥିବା ଟଂକା ମାଗିବାରୁ ସାଙ୍ଗକୁ ହତ୍ୟା କଲା ସାଙ୍ଗ, ସକାଳେ କେନାଲରୁ ମିଳିଲା ଶବ
9/02/2019 at 7:48 PM

ନବାଦା ୯/୨- ବିହାର ନବାଦାରେ ଜଣେ ସାଙ୍ଗକୁ ହତ୍ୟା କଲା ସାଙ୍ଗ । ଧାର ଟଂକା ମାଗିବାରୁ ଘଟିଛି ଏହି ଅଭାବନୀୟ ଘଟଣା ।
ମୃତ ମୁକେଶ ଯାଦବଙ୍କୁ ଧାର ଟଂକା ମାଗିବା ପଡ଼ିଛି ମହଙ୍ଗା । କିଛିଦିନ ତଳେ ନନ୍ଦଲାଲ ନାମକ ଜଣେ ସାଙ୍ଗ ମୁକେଶ ଠାରୁ ୧ଲକ୍ଷ ଟଂକା ନେଇଥିଲା ଧାର୍ । କିନ୍ତୁ ସେ ଫେରାଇବାର ନା ଗନ୍ଧ କିଛି ଧରୁ ନଥିଲା । ଗାଡ଼ି କିଣିବାକୁ ଆବଶ୍ୟକ ପଡ଼ିବାରୁ ମୁକେଶ ମାଗିଥିଲା ଟଂକା । ଟଂକା ମାଗିବାକୁ ନେଇ ମଧ୍ୟ ବହୁତ ଆଗରୁ ସେମାନଙ୍କ ମଧ୍ୟରେ ହୋଇଥିଲା ଝଗଡ଼ା ।
ଶୁକ୍ରବାର ରାତିରେ ନନ୍ଦଲାଲ ଫୋନ କରି ଡ଼ାକିଥିଲା ମୁକେଶକୁ । ଟଂକା ଫେରାଇବାକୁ କହି ନନ୍ଦଲାଲକୁ ଡ଼ାକି ହତ୍ୟା କରିଥିଲା ବୋଲି ପରିବାର ପକ୍ଷରୁ ଅଭିଯୋଗ ଆସିଛି ।
ସନ୍ଧ୍ୟାରେ ନନ୍ଦଲାଲ ଟଂକା ଦେବାକୁ ଡ଼ାକିଛି ବୋଲି କହି ଘରୁ ଆସିଥିଲା ମୁକେଶ । ମୁକେଶ ରାତିରେ ନ ଫେରିବା ନେଇ ଘରେ ହୋଇଥିଲା ସନ୍ଦେହ । ରାତିରେ ଖୋଜାଖୋଜି ପରେ ବି ମୁକେଶକୁ କେଉଁଠି ପାଇ ନଥିଲେ ।
ସକାଳେ ଗାଁ ପାଖ କେନାଲରେ ମୁକେଶର ଶବ ପଡ଼ିଥିବା କଥା ପ୍ରଚାରିତ ହୋଇଥିଲା । ପରିବାର ଲୋକ ଏ ସଂପର୍କରେ ଥାନାକୁ ଜଣାଇଥିଲେ ।
ପୋଲିସ ଏହି ହତ୍ୟାକାଣ୍ଡର ନନ୍ଦଲାଲକୁ ମୁଖ୍ୟ ଅଭିଯୁକ୍ତ କରି ମାମଲା ରୁଜୁ କରିଛି ।