ସାଙ୍ଗ ହେଲା ବୋଲି କଣ ମୋ ସ୍ତ୍ରୀ ସହ ରଖିବ ଶାରୀରିକ ସଂପର୍କ, ମୋ ଦେହରେ ଗଲାନି... ମାରିଦେଲି...ଅବୈଧ ସଂପର୍କ ପାଇଁ ସାଙ୍ଗକୁ ହତ୍ୟାକଲା ସାଙ୍ଗ

Published By : Prameya-News7 Bureau | February 12, 2019 IST

ଡ଼େରାଡ଼ୁନ ୧୨/୨-ଜଣେ ଯୁବକ ଅନ୍ୟଜଣେ ଯୁବକଙ୍କୁ କଲା ହତ୍ୟା । କେବଳ କାରଣ ଥିଲା ଅବୈଧ ସଂପର୍କ । ସାଙ୍ଗ ହୋଇ ସାଙ୍ଗ ସହ କଲା ପ୍ରତାରଣା.. ସାଙ୍ଗର ସ୍ତ୍ରୀ ସହ ସଂପର୍କ ରଖିବା ନେଇ ସାଙ୍ଗ କଲା ହତ୍ୟା ।

ଡ଼େରାଡ଼ୁନର କୁଷ୍ଠ ବସ୍ତିରେ ରହୁଥିବା ଶକୁନ୍ତଳାଦେବୀ ନିଜ ପୂଅର ନିଖୋଜ ନେଇ ଥାନାରେ ଆଣିଥିଲେ ଅଭିଯୋଗ । ନିଜର ୨୪ ବର୍ଷ ବୟସ୍କ ଅଂକୁର ଦୁଇଦିନ ହେଲା ଘରୁ ଯାଇଥିଲା , ହେଲେ ଫେରି ନଥିଲା ବୋଲି କାକୁତି ମିନତି ହୋଇ ଥାନାରେ ଆଣିଥିଲେ ଅଭିଯୋଗ । ଏହି ଘଟଣାରେ ପୋଲିସ ମାମଲା ଦାୟର କରି ଶକୁନ୍ତଳା ଦେବୀଙ୍କୁ ଫେରାଇଦେଇଥିଲା ।

ସୋମବାର ସକାଳେ ଗାଁ ଲୋକ ଅଂକୁରର ଶବ ବୁଦାମୂଳେ ପଡ଼ିଥିବା କଥା ପୋଲିସକୁ ଖବର ଦେଇଥିଲେ । ଶବକୁ ଜବତ କରିବା ପରେ ପୋଲିସ ଆରମ୍ଭ କରିଦେଇଥିଲା ଛାନଭିନ୍ ।

ଘଟଣାରେ ପ୍ରଥମେ ଅଂକୁରର ସାଙ୍ଗ ଅମିତକୁ ଥାନାକୁ ଆଣି କରିଥିଲା ପଚରାଉଚରା । ଏହି ଘଟଣାରେ ଅମିତ ଆଉ ମିଛ ନକହି ପୋଲିସ ଆଗରେ ମାନି ଯାଇଥିଲା ସବୁ ସତ ଘଟଣା ।

ଅଙ୍କୁର ମୋସହ ସାଙ୍ଗ ହେବ ବୋଲି କଣ ମୋ ସ୍ତ୍ରୀ ସହ ରଖିବ ଶାରୀରିକ ସଂପର୍କ । ଏହିସବୁ ଘଟଣା ମୋ ଦେହରେ ଗଲାନି ବୋଲି ଗଳାଚିପି ମାରିଦେଲି ବୋଲି ବୟାନ ରଖିଥିଲା ଅମିତ ।

ଅମିତ ଓ ଅଂକୁର ଦୁହେଁ ଘନିଷ୍ଠ ବନ୍ଧୁଥିଲେ । ଅଂକୁର ଅନେକ ସମୟରେ ଅମିତର ଘରକୁ ଯିବାଆସିବା ଭିତରେ ତା ସ୍ତ୍ରୀ ସହ ବଢ଼ିଯାଇଥିଲା ବନ୍ଧୁତା । ଏହି ବନ୍ଧୁତାରୁ ପ୍ରେମ, ତାପରେ ପରେ ଶାରୀରିକ ସଂପର୍କ । ଏହା ଲୁଚାଛପାରେ ଚାଲିଥିଲା । କିନ୍ତୁ ଦିନେ ଅମିତର ଆଖିରେ ଏହିସବୁ ଘଟଣା ପଡ଼ିବା ପରେ ଅଂକୁରକୁ ହତ୍ୟା କରିବାକୁ କରିଥିଲା ଯୋଜନା ।

ଏହି ଯୋଜନା ଅନୁସାରେ ଅଂକୁରକୁ ମାରିଦେବା କଥା କହିଥିଲା ଅମିତ । ପୋଲିସ ଅମିତକୁ ଗିରଫ କରି କୋର୍ଟ ଚାଲାଣ କରିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.