ବାହାଘର ଥିଲା ଆଉ ୧୫ ଦିନ, ସାଙ୍ଗର ପ୍ରେମିକାରୁ ଧରି ଫେରାର ହୋଇଗଲା ଯୁବକ : ଥାନାରେ ପିଟିଲା ଭାବିପତ୍ନୀ

Published By : Prameya-News7 Bureau | November 01, 2021 IST

ନୂଆଦିଲ୍ଲୀ ୦୧/୧୧:   ବାହାଘର ପୂର୍ବରୁ ସାଙ୍ଗର ପ୍ରେମିକା ସହ ଫେରାର । ବାହାଘର ଥିଲା ଆଉ ୧୫ ଦିନ । ଘରେ ଟେଣ୍ଟ୍ ବନ୍ଧା ଆରମ୍ଭ ହୋଇଯାଇଥିଲା । ଭୋଜିଭାତ ପାଇଁ ଦିଆ ସରିଥିଲା ଆଡଭାନ୍ସ୍ । କୁଣିଆ ବି ଆସିବା ଆରମ୍ଭ କରିସାରିଥିଲେ । କିନ୍ତୁ ସବୁ କିଛି ବଦଳିଗଲା । ସାଙ୍ଗର ପ୍ରେମିକାକୁ ଧରି ଫେରାର ହୋଇଗଲା ପୁଅ । ତେବେ ପୋଲିସ ତୁରନ୍ତ ପଦକ୍ଷେପ ନେଇ ଉଭୟଙ୍କୁ ଧରିବାରେ ସଫଳ ହୋଇଥିଲା । ଏପରି ଘଟଣା ସାମ୍ନାକୁ ଆସିଛି ରାଜସ୍ଥାନର ଯୋଧପୁରରେ ।  

ପୋଲିସର କହିବାନୁସାରେ, ଏହି ଯୋଧପୁରର ରାତାନାଡ ଜିଲ୍ଲାରେ ଘଟିଛି । ଏଠାରେ ରହୁଥିବା ଜଣେ ବ୍ୟକ୍ତି ନିଜ ଝିଅ ନିଖୋଜ ଥିବା ଅଭିଯୋଗ କରିଥିଲେ । ଯୁବତୀଜଣଙ୍କ ନର୍ସିଂ କରୁଥିଲେ । କିନ୍ତୁ ଗତ ଶୁକ୍ରବାରଠୁ ସେ ଘରକୁ ଆସିନଥିଲେ । ତଦନ୍ତ ପରେ ଯୁବତଜଣଙ୍କ ପାବୁପୁରାରେ ରହୁଥିବା ବାଦଲ ନାୟକ ସହ ଫେରାର ହୋଇଯାଇଥିବା ଜଣାପଡିଥିଲା । ତୁରନ୍ତ ମୋବାଇଲ ଟ୍ରାକିଂ  ବାଦଲ ଓ ଯୁବତୀଙ୍କୁ ଥାନାକୁ ଆଣିଥିଲା । ସେମାନେ ବିବାହ କରିବାକୁ ଚାହୁଁଥିଲେ କିନ୍ତୁ ଶନିବାର ଥିବାରୁ ବାହାହୋଇ ପାରିନଥିଲେ ।

{"id":536603,"sizeSlug":"full","linkDestination":"none"}

ପୋଲିସ ଆହୁରି କହିଛି ଯେ, ବାଦଲ ଯେଉଁ ଯୁବତୀଙ୍କୁ ଧରି ଫେରାର ହୋଇଯାଇଥିଲେ ସେ ତାର ସବୁଠାରୁ ଭଲ ବନ୍ଧୁର ପୂର୍ବତନ ପ୍ରେମିକା । ଉଭୟଙ୍କ ମଧ୍ୟରେ କୌଣସି କାରଣରୁ ମତାନ୍ତର ଘଟିଥିଲା । ଧିରେଧିରେ ଯୁବତୀଜଣଙ୍କ ବାଦଲକୁ ଭଲ ପାଇ ବସିଥିଲେ । ଏକଥା ସେ ବାଦଲକୁ କହିବା ପରେ ବାଦଲ ଖୁସି ହୋଇଯାଇଥିଲା । ସେମାନେ ବିବାହ କରିବାକୁ ସ୍ଥିର କରିଥିଲେ । ଗତ ୬ ବର୍ଷ ଧରି ସେମାନଙ୍କ ମଧ୍ୟରେ ସମ୍ପର୍କ ଥିଲା ।

କିନ୍ତୁ ବାଦଲର ବିବାହ ଘର ଲୋକେ ସ୍ଥିର କରିଦେଇଥିଲେ । ସେ ବିବାହରେ ଖୁସି ନଥିଲେ ବି ଘରେ କହିପାରିନଥିଲା । ତାର ବାହାଘର ନଭେମ୍ବର ୧୪ରେ ହୋଇଥାନ୍ତା । ତା ପୂର୍ବରୁ ସେମାନେ ଫେରାର ହୋଇଯାଇଥିଲେ । ବାଦଲ ଥାନାକୁ ଆସିବା ପରେ ଭାବି ଶ୍ୱଶୂର ଘର ଲୋକେ ଠକେଇ ଅଭିଯୋଗ ଆଣିଛନ୍ତି । ଭାବିପତ୍ନୀ ମଧ୍ୟ ତାକୁ ଥାନାରେ ପିଟିଥିବା ଜଣାପଡିଛି ।  ପୋଲିସ ଧୋକା ଓ ଠକେଇ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.