ଟିଭି ରିମୋଟ୍ ପାଇଁ ସାଙ୍ଗର ବେକ କାଟିଦେଲା ସାଙ୍ଗ

Published By : Prameya-News7 Bureau | January 14, 2020 IST

ଚିତ୍ରକୋଣ୍ଡା ୧୪।୧: ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ବ୍ଲକ୍ ଅନ୍ତର୍ଗତ ରାଙ୍ଗିନିଗୁଡା ଗାଁରେ ଘଟିଛି ଏକ ଅଭାବନୀୟ ଘଟଣା । ଟିଭି ରିମୋଟ୍ ପାଇଁ ଗଲା ଜୀବନ । ସାଙ୍ଗର ଆକ୍ରମଣରେ ସାଙ୍ଗଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି । ଅଭିଯୁକ୍ତକୁ ଅଟକ ରଖି ପଚରାଉଚରା କରୁଛି ପୋଲିସ ।

{"id":211046,"sizeSlug":"large"}

ସୂଚନାଯୋଗ୍ୟ ଯେ, ଗତକାଲି ଆଦିବାସୀଙ୍କ ପୁଷ୍ ପର୍ବ ଚାଲିଲା ବେଳେ ସମସ୍ତେ ଘର ବାହାରେ ନାଚ ଗୀତରେ ମସଗୁଲ୍ ହୋଇଯାଇଥିଲେ । ମହେଶ୍ବର ଓ ଜଗବନ୍ଧୁ ଏହି ଗାଁରେ ପୁଷ୍ ପର୍ବ ପାଇଁ କୁଡୁମୁଲୁ ଗୁମାରୁ ବୁଲିବାକୁ ଆସିଥିଲେ । ସମସ୍ତେ ନାଚ ଗୀତରେ ମସଗୁଲ୍ ଥିଲାବେଳେ ଏହି ଦୁଇ ସାଙ୍ଗ ଘର ଭିତରେ ଟିଭି ଦେଖୁଥିଲେ । ଜଣେ ବନ୍ଧୁ ଅନ୍ୟ ଜଣେ ସାଙ୍ଗଙ୍କୁ ରିମୋଟ୍ ମାଗିଥିଲେ । ଏହାପରେ ଦୁହିଁଙ୍କ ଭିତରେ ଝଗଡା ହୋଇଥିଲା । ମହେଶ୍ବର ପାଖରେ ଥିବା ଧାରୁଆ ଅସ୍ତ୍ରରେ ଜଗବନ୍ଧୁଙ୍କ ବେକକୁ ଚୋଟ ମାରିଥିଲେ । ସେହି ଚୋଟରେ ଜଗବନ୍ଧୁଙ୍କ ବେକ କଟି ଯାଇଥିଲା । ସେହି ସ୍ଥାନରେ ମହେଶ୍ବର ଜଗବନ୍ଧୁଙ୍କୁ ଚଟାଣରେ ଶୁଆଇ ଦେଇ ଗାଁରୁ ନିଖୋଜ ହୋଇଯାଇଥିଲେ । ଘର ଭିତରେ ରକ୍ତ ଜୁଡୁ ବୁଡୁ ଅବସ୍ଥାରେ ଜଗବନ୍ଧୁଙ୍କୁ ଦେଖିଥିଲେ ।

{"id":211047,"sizeSlug":"large"}

ପରେ ଗାଁ ଲୋକେ ମିଶି ମହେଶ୍ବରଙ୍କୁ ଧରିଆଣି ପୋଲିସକୁ ହସ୍ତାନ୍ତର କରିଥିଲେ । ପରେ ଗାଁ ଲୋକେ ମିଶି ଅଭିଯୁକ୍ତଙ୍କ ନାଁରେ ଚିତ୍ରକୋଣ୍ଡା ଥାନାରେ ଅଭିଯୋଗ କରିଛନ୍ତି । ଅଭିଯୁକ୍ତ ଜଣଙ୍କ ଗୁମ୍ମା ପଞ୍ଚାୟତ ଅନ୍ତର୍ଗତ ମୁଡୁଲିଗୁଡ଼ା ଗ୍ରାମର ମହେଶ୍ବର ହନ୍ତାଳ ବୋଲି ଜଣାପଡିଛି । ବର୍ତ୍ତମାନ ଅଭିଯୁକ୍ତଙ୍କୁ ଅଟକ ରଖି ପୋଲିସ ପକ୍ଷରୁ ପଚରାଉଚରା ଜାରି ରହିଛି । ପୋଲିସ ଶବକୁ ଜବତ କରି ବ୍ୟବଚ୍ଛେଦ ପାଇଁ ଚିତ୍ରକୋଣ୍ଡା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ପଠାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.