ସାଙ୍ଗ ସାଜିଲେ ଚୋର, ସୁଡ଼ଙ୍ଗ ଖୋଳି ଲୁଟିନେଲେ କୋଟି କୋଟି ଟଙ୍କାର ରୁପା

Published By : Prameya-News7 Bureau | March 02, 2021 IST

ଜୟପୁର, ୦୨/୦୩: ରାଜସ୍ଥାନର ରାଜଧାନୀ ଜୟପୁରର ବୈଶାଳୀ ନଗର ଥାନା ଅଞ୍ଚଳରେ କିଛିଦିନ ତଳେ ଏକ ଆଶ୍ଚର୍ଯ୍ୟ ଜନକ ଚୋରୀ ସାମ୍ନାକୁ ଆସିଥିଲା । ଚୋରମାନେ ୨୭ ଫୁଟ୍‌ ଲମ୍ୱର ସୁଡ଼ଙ୍ଗ ଖୋଳି ସହରର ପ୍ରସିଦ୍ଧ ହେୟାରପ୍ଲାଣ୍ଟ ବିଶେଷଜ୍ଞ ଡକ୍ଟର ସୁନୀତ୍‌ ସୋନୀଙ୍କ ଘରୁ ଚୋରି କରିଥିଲେ । ସୋମାନେ ତିନୋଟି ବଡ଼ ବାକ୍ସରେ ଲୁଚାଇ ରଖାଯାଇଥିବା କୋଟି କୋଟି ଟଙ୍କାର ରୁପାକୁ ଚୋରି କିରିନେଇଥିବା ଜଣାପଡ଼ିଥିଲା ।

ଏହି ଘଟଣାରେ ଏବେ ପୋଲିସ୍‌ ଖୁଲାସା କରିଛି । ପୀଡ଼ିତ ଡାକ୍ତରଙ୍କର ଜଣେ ଅଳଙ୍କାର ବିକ୍ରି କରୁଥିବା ସାଙ୍ଗ ଏହି ଘଟଣାର ମୂଳ ଅଭିଯୁକ୍ତ ହୋଇଥିବା ପୋଲିସ୍‌ କହିଛି । ହେଲେ ପୋଲିସ୍‌ ଅଭିଯୁକ୍ତକୁ ଗରିଫ କରିପାରିନଥିବା ବେଳେ ଏନେଇ ଅଧିକ ତଦନ୍ତ ଚଳାଇଥିବା ଜଣାପଡ଼ିଛି ।

ଜୁଏଲର୍‌ ଶିଖର୍‌ ଅଗ୍ରୱାଲ୍‌ ଏହି ଡାକ୍ତର ସାଙ୍ଗକୁ କହି ତାଙ୍କ ଜରିଆରେ ପ୍ରଥମେ ରୁପାରେ ନିବେଶ କରାଇଲେ । ପରେ ସୁରକ୍ଷିତ ରଖିବା ପାଇଁ ଘର ତଳେ ଗାଡ଼ ଖୋଳି ଏହାର ଭିତରେ ରଖିଲେ । ଏହାପରେ ସେ ତାଙ୍କ ଭଣଜା ଜତିନ୍‌ଙ୍କ ସହିତ ମିଶି ଏପରି ଚୋରି କରିବାରେ ସଫଳ ହୋଇଥିଲେ ।

ଘଟଣା ଅନୁସାରେ, ଚୋରମାନେ ପ୍ରଥମେ ଏହି ଡାକ୍ତରଙ୍କ ଘର ପଛପଟେ ଏକ ଘର କିଣିଥିଲେ । ସେ ପୁଣି ୯୦ ଲକ୍ଷ ଟଙ୍କା ଦେଇ । ସେହି ଘରର କାନ୍ଥକୁ ଖୋଳି ରୁପା ରଖାଯାଇଥିବା ସ୍ଥାନ ପାଖକୁ ଏକ ସୁଡ଼ଙ୍ଗ ଖୋଳିଥିଲେ । ଏହାପରେ ସେମାନେ ଡାକ୍ତରଙ୍କ ଘରର ବେସ୍‌ମେଟ୍‌ ପର୍ଯ୍ୟନ୍ତ ପହଞ୍ଚି ଯାଇଥିଲେ ଏବଂ ରୁପା ବାକ୍ସ ଚୋରି କରିନେଇଥିଲେ । ତେବେ ଚୋରୀ ହେବାର ଦୁଇଦିନ ପରେ ଡାକ୍ତର ଏହା ଜାଣିପାରିଥିଲେ । ଏନେଇ ସେ ଶୁକ୍ରବାର ଥାନାରେ ଏଫ୍‌ଆଇଆର୍‌ ଦାଏର୍‌ କରିଥିଲେ ।

ତେବେ ପୋଲିସ୍‌ ଏନେଇ କହିଛି ଯେ, ଡାକ୍ତର ସୋନୀ ତିନିମାସ ପୂର୍ବରୁ ତିନୋଟି ବାକ୍ସରେ ରୁପା ଭର୍ତ୍ତି କରି ତାଙ୍କ ଘରର ବେସ୍‌ମେଟ୍‌ରେ ମାଟି ଖୋଳି ପୋତି ଦେଇଥିଲେ । ଏହା ଉପରେ ଏକ କଂକ୍ରିଟ୍‌ର ଢଳେଇ କରିଦେଇଥିଲେ । ଯାହାର ଖବର ଚୋରଙ୍କୁ ମିଳିଯାଇଥିଲା । ସେଥିପାଇଁ ସେମାନେ ଯୋଜନା କରି ଡାକ୍ତରଙ୍କ ଘର ପଛରେ ଏକ ଘର କିଣି ତାର କାନ୍ଥରୁ ଏକ ସୁଡ଼ଙ୍ଗ ଖୋଳିଥିଲେ ଏବଂ ୪୦୦ କେଜିର ରୁପା ଚୋରି କରି ନେଇଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.