Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଗତ ୨୪ ଘଣ୍ଟାରେ କରୋନାରୁ ଆରୋଗ୍ୟ ହେଲେ ୨୦୧୦ ସଂକ୍ରମିତ
  • ||
  • ମୋଦୀ ସରକାରଙ୍କ ବଡ ନିଷ୍ପତ୍ତି: ଜାମ୍ମୁ-କାଶ୍ମୀରରେ ଯେ କେହି ବି ଜାଗା କିଣି ପାରିବେ, ବିଜ୍ଞପ୍ତି ଜାରି କଲା ଗୃହ ମନ୍ତ୍ରଣାଳୟ
  • ||
  • ରାଜ୍ୟରେ ଆଉ ୧୩ କରୋନା ସଂକ୍ରମିତଙ୍କ ମୃତ୍ୟୁ, ୧୨୭୨ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଚିହ୍ନଟ ହେଲେ ୧୨୪୭ କରୋନା ସଂକ୍ରମିତ, ୨୮୩୯୪୨ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଢେଙ୍କାନାଳ : କେନାଲରୁ ମୃତଦେହ ଉଦ୍ଧାର, ଶୌଚ ହେବାକୁ ଯାଇ ବୁଡିଯାଇଥିବା ସନ୍ଦେହ
  • ||
  • ଢେଙ୍କାନାଳ : ସ୍ତ୍ରୀର ଚରିତ୍ରକୁ ସନ୍ଦେହ କରି ଠେଙ୍ଗାରେ ପିଟି ପିଟି ମାରିଦେଲା, ଅଭିଯୁକ୍ତ ସ୍ବାମୀ ଫେରାର
  • ||
  • ଅନୁଗୋଳ : ଶ୍ରମିକଙ୍କ ସନ୍ଦେହଜନକ ମୃତ୍ୟୁ, ବିଷାକ୍ତ ମଦ ପିଇ ମୃତ୍ୟୁ ଅଭିଯୋଗ
  • ||
  • କଳାହାଣ୍ଡି : ଯୁବକଙ୍କ କ୍ଷତ ବିକ୍ଷତ ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକ
  • ||
  • ଜଲାପୁଟ ଜଳ ଭଣ୍ଡାରରେ ମାଛଧରା ଡଙ୍ଗା ବୁଡି ୩ ନିଖୋଜ, ଉଦ୍ଧାର କାର୍ଯ୍ୟ ଜାରି
  • ||
  • ପାକିସ୍ତାନ : ପେଶାଓ୍ୱାରରେ ବୋମା ବିସ୍ଫୋରଣରେ ୭ ମୃତ, ୫୫ ଆହତ
  • ||

ଯୁବତୀଙ୍କ ସହ ଫେସ୍‌ବୁକ୍‌ରେ ବନ୍ଧୁତା – ଜନ୍ମ ଦିନରେ ହତ୍ୟା, ଜାଣନ୍ତୁ କାହିଁକି ଓ କିପରି

13/11/2019 at 6:48 PM

ନୂଆଦିଲ୍ଲୀ୧୩/୧୧: ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଏକ ଜନ୍ମଦିନ ଉତ୍ସବ ଅବସରରେ ଜଣେ ବ୍ୟକ୍ତି ତାଙ୍କ  ଯୁବତୀ ବନ୍ଧୁଙ୍କୁ ହତ୍ୟା କରିଛି। ହୋଟେଲରୁ  ଯୁବତୀଙ୍କ ଶବକୁ ପୋଲିସ ଉଦ୍ଧାର କରିଛି। ମୃତ  ଯୁବତୀଙ୍କ ନାକ ଓ ପାଟିରୁ ରକ୍ତ ବାହାରୁଥିବା ଅବସ୍ଥାରେ ପୋଲିସ ଶବକୁ ଉଦ୍ଧାର କରିଛି। ଏଥିସହ ଅଭିଯୁକ୍ତକୁ ମଧ୍ୟ ଚିହ୍ନଟ ହୋଇଛି।

ପୋଲିସ ଅଧିକାରୀଙ୍କ କହିବା ଅନୁସାରେ ଅଭିଯୁକ୍ତର ନାଁ ବିକି। ଜନ୍ମଦିନ ପାଇଁ ବିକି ଏକ ହୋଟେଲ ବୁକିଂ କରିଥିଲା। ଏକ ବର୍ଷ ତଳେ ଫେସବୁକ୍‌ରେ ମୃତ  ଯୁବତୀଙ୍କ ସହ ବିକି ବନ୍ଧୁତା ସ୍ଥାପନ କରିଥିଲା। ବିକିର ଜନ୍ମ ଦିନରେ ହୋଟେଲକୁ ତାର  ଯୁବତୀ ସାଙ୍ଗକୁ ନିମନ୍ତ୍ରଣ କରିଥିଲା। ବିକି ଓ ତାର  ଯୁବତୀ ବନ୍ଧୁ ମିଶି ହୋଟେଲରେ ମଦ ପିଉଥିବା ସମୟରେ ଏଭଳି ଅଘଟଣ ଘଟିଛି। ଅଭିଯୁକ୍ତ ବିକି କହିବା ଅନୁସାରେ ଉଭୟ ମିଶି ମଦ ପିଉଥିବା ସମୟରେ ବିନା କାରଣରେ  ଯୁବତୀ ତାଙ୍କୁ ଗୋଟିଏ ଚାପୁଡ଼ା ମାରିଥିଲେ। ଏଥିରେ ବିକି ରାଗି ଯାଇ  ଯୁବତୀଙ୍କୁ ହତ୍ୟା କରିଥିଲା।

ଡିସିପି ଗୌରବ ଶର୍ମାଙ୍କ କହିବା ଅନୁସାରେ  ଯୁବତୀଙ୍କ ନାଁରେ ହୋଟେଲ ବୁକିଂ ହୋଇଥିଲା। ସୋମବାରରେ ଅଭିଯୁକ୍ତ ବିକି ତାଙ୍କ  ଯୁବତୀ ବନ୍ଧୁ ମିଶି ହୋଟେଲରେ ପାର୍ଟି କରୁଥିଲେ। ହୋଟେଲ ରିସେପ୍ସନରୁ ଉଭୟଙ୍କ ପରିଚୟପତ୍ର ଜବତ ହୋଇଛି। ଅଲିକପୁର ନିକଟରେ ଥିବା ଖେରା କଲାନରେ ରହୁଥିବା ମୃତ  ଯୁବତୀଙ୍କ ସଂପର୍କୀୟ ରହୁଥିବା କଥା ପୋଲିସ ସୂଚନା ଦେଇଛି। ଅଭିଯୁକ୍ତକୁ ଚାପୁଡ଼ା ମାରିବାରୁ ତାଙ୍କୁ ହତ୍ୟା କରାଯାଇଛି କି ନା ଅନ୍ୟ କିଛି କାରଣ ରହିଛି ଏ ନେଇ ପୋଲିସ ଛାନଭିନ ଆରମ୍ଭ କରିଛି। ହେଲେ  ଯୁବତୀ ଜଣଙ୍କ ଚାପୁଡା ମାରିବାରୁ ଅଭିଯୁକ୍ତ ନିଶାଗ୍ରସ୍ତ ଅବସ୍ଥାରେ ତାଙ୍କୁ ମାରି ଦେଇଥିବା କଥା କହିଛି ।

   Related Posts