Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କରୋନାରେ ଅଧିକ ପ୍ରଭାବିତ ୧୦୦ ଜିଲ୍ଲାର କଲେକ୍ଟରଙ୍କ ସହ କଥା ହେବେ ପ୍ରଧାନମନ୍ତ୍ରୀ
  • ||
  • ଶ୍ରୀମନ୍ଦିର ବନ୍ଦ, ସେବାୟତ ପରିବାରଙ୍କୁ ୧୦ ହଜାର ଟଙ୍କା ଲେଖାଏଁ ସହାୟତା ପ୍ରଦାନ କଲା ଶ୍ରୀ ମନ୍ଦିର ପ୍ରଶାସନ
  • ||
  • କୋଭିସିଲ୍ଡର ଦୁଇ ଡୋଜ୍ ମଧ୍ୟରେ ବ୍ୟବଧାନ ରହିବ ୧୨ ରୁ ୧୬ ସପ୍ତାହ, ପ୍ରସ୍ତାବକୁ ସ୍ଵୀକାର କଲେ କେନ୍ଦ୍ର ସରକାର
  • ||
  • କରୋନା ଲଢେଇରେ ମିଳିଲା ତୃତୀୟ ଅସ୍ତ୍ର ! ଆଗାମୀ ସପ୍ତାହରେ ବଜାରରେ ମିଳିବ ସ୍ପୁଟନିକ୍-ଭି, ଜୁଲାଇରେ ଦେଶରେ ଆରମ୍ଭ ହେବ ଉତ୍ପାଦନ
  • ||
  • ପାଟନା : ମେ’ ୨୫ ଯାଏଁ ରାଜ୍ୟରେ ବଢିଲା ଲକ୍‌ଡାଉନ୍, ବିହାର ମୁଖ୍ୟମନ୍ତ୍ରୀ କଲେ ଘୋଷଣା
  • ||
  • ମୁମ୍ବାଇ : ଟିଭି ଅଭିନେତା ରାଜୀବ ପାଲ୍ କରୋନା ସଂକ୍ରମିତ, ହସ୍ପିଟାଲରେ ଭର୍ତ୍ତି
  • ||
  • ନୂଆଦିଲ୍ଲୀ : ବାଜା, ବାଣ, ବରଯାତ୍ରୀ ବିନା ବାହାଘର, ବାଇକ୍‌ରେ କନ୍ୟାକୁ ସାଙ୍ଗରେ ନେଇ ଘରକୁ ଫେରିଲେ ବର
  • ||
  • ଭଦ୍ରକ : ଷଣ୍ଢ ବୋଝେଇ ପିକଅପ୍ ଭ୍ୟାନ୍ ଅଟକ ରଖିଲେ ଗ୍ରାମବାସୀ, ଗୋଟିଏ ଷଣ୍ଢ ମୃତ, ୨ଟି ଉଦ୍ଧାର
  • ||
  • ୧୦ ହଜାର ଉପରେ କରୋନା ସଂକ୍ରମଣ, ରାଜ୍ୟରେ ଗତ ୨୪ଘଣ୍ଟାରେ ବାହାରିଲେ ୧୦୬୪୯ ପଜିଟିଭ୍
  • ||
  • ମାଡି ଆସୁଛି ବାତ୍ୟା ‘ତଉକ୍ତେ’, ଓଡିଶା ଉପରେ କଣ ରହିବ ପ୍ରଭାବ
  • ||

ଭାଲେଣ୍ଟାଇନ ସପ୍ତାହରେ ସାଙ୍ଗ ଦେଲା ସାଙ୍ଗକୁ ଏପରି ଉପହାର, ଫେସବୁକ ଆକାଉଣ୍ଟ ହ୍ୟାକ କରି ଛଡ଼େଇ ନେଲା ସାଙ୍ଗ ଠାରୁ ଗାର୍ଲଫ୍ରେଣ୍ଡ

12/02/2019 at 7:05 PM

ନୋଏଡ଼ା ୧୨/୨- ସାଙ୍ଗ ଦେଲା ସାଙ୍ଗକୁ ଭାଲେଣ୍ଟାଇନ ଉପହାର । ଫେସବୁକ ଆକାଉଣ୍ଟ ହ୍ୟାକ କରି ସାଙ୍ଗର ପ୍ରେମିକାକୁ ଫସାଇଲା ପ୍ରେମ ଜାଲରେ । ସାଙ୍ଗ ଭାଲେଣ୍ଟାଇନ ପାଳିବା ବଦଳରେ ହୋଇଗଲା ଶିଶୁପାଳ ।

ଏଭଳି ଘଟଣା ଘଟିଛି ନୋଏଡ଼ାର ସେକ୍ଟର -୬୬ ଅଂଚଳରେ । ଜଣେ ବିବିଏ ଛାତ୍ରର ଏହି କାରନାମାରେ ଘଟଣା ଆସିଛି ଥାନା ଯାଏଁ । ଏକା ସାଙ୍ଗରେ ପଢ଼ୁଥିବା ଦୁଇଜଣ ସାଙ୍ଗଙ୍କ ଏ ହେଉଛି ତ୍ରିକୋଣୀୟ ପ୍ରେମ କାହାଣୀ । ବିବିଏ ଛାତ୍ର ତା ସାଙ୍କର ଫେସବୁକ ଆଇଡ଼ି ହ୍ୟାକ କରି କରିଛି ଏମିତି କାମ ।

ଏହି ଘଟଣା ଘଟାଇଥିବା ଯୁବକ ତାଙ୍କ ସାଙ୍କ ଭଲ ପାଉଥିବା ଝିଅକୁ ଏକତରଫା ଭାବେ ଭଲ ପାଉଥିଲା । କିନ୍ତୁ ସାଙ୍ଗ ଭଲ ପାଉଥିବାରୁ ସେ ସୁବିଧା ସୁଯୋଗ ପାଉ ନଥିଲା  ଏବାବଦରେ କିଛି କହିବାକୁ । ସେ ଏମିତି ଏକ ଉପାୟ ଚିନ୍ତା କଲା ଏକତରଫା ପ୍ରେମ ସତରେ ପରିଣତ ହେଲା ।

ଦିନେ ସେ ତା ସାଙ୍ଗର ଫେସବୁକ ହ୍ୟାକ କରି ତା ଗାର୍ଲଫ୍ରେଣ୍ଡକୁ ବିଭିନ୍ନ ଖରାପ ମେସେଜ ଦେବା ସହିତ ଗାଳିଗୁଲଜ କରିଥିଲା । ଏହା ଦ୍ଵାରା ଗାର୍ଲଫ୍ରେଣ୍ଡ ମାନସିକ ଭାବେ ଭାଙ୍ଗି ପଡ଼ିଥିଲା ।

ସୋମବାରଦିନ ପ୍ରେମିକ ତା ଗାର୍ଲଫ୍ରେଣ୍ଡକୁ ଫୋନ କରିବା ପରେ ସିଧା ସିଧା ମନା କରିଦେଇଥିଲା । ସେ ତାଙ୍କ ପ୍ରେମର ବ୍ରେକ୍ ଅଫ୍ କରିବାକୁ ଚାହୁଁଛି ବୋଲି କହିଥିଲା ।

ଏହା ମଧ୍ୟରେ ଭାଲେଣ୍ଟାଇନ ସପ୍ତାହ ଥିବାରୁ ଯୁବକ ତା ସାଙ୍ଗର ପ୍ରେମିକାକୁ ପ୍ରପୋଜ କରିଥିଲା । ସାଙ୍ଗର ପ୍ରେମିକା ପ୍ରତିଶୋଧ ନେବା ରାଗରେ ତାଙ୍କୁ ହିଁ ଭଲ ପାଇଥିଲା ।

ଏହି ଘଟଣା ଜାଣିବା ପରେ ସାଙ୍ଗ ଥାନାରେ ଫେରାଦ ହୋଇଛି । ଏହି ତ୍ରିକୋଣୀୟ ପ୍ରେମ କାହାଣୀର କିଛି ସମାଧାନ କରିପାରିନି ପୋଲିସ ।

   Related Posts