Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ୧୩ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ୧୬୧୭ କରୋନା ସଂକ୍ରମିତ ଚିହ୍ନଟ
  • ||
  • ରାଉରକେଲା : ଡ୍ରାଇଭରଙ୍କ ନାଁରେ ୨୮ କୋଟି ଟଙ୍କାର GST ଠକେଇ ଅଭିଯୋଗ
  • ||
  • ଗଞ୍ଜାମ : ବୋମା ଭିଡୁଥିବା ବେଳେ ବିସ୍ଫୋରଣ, ଜଣେ ମୃତ, ଦୁଇ ଗୁରୁତର
  • ||
  • ବୋମା ଭିଡୁଥିବା ବେଳେ ବିସ୍ଫୋରଣ : ଜଣେ ମୃତ, ଦୁଇ ଗୁରୁତର
  • ||
  • ଦେଶର ପ୍ରତ୍ୟେକ ନାଗରିକଙ୍କୁ ମିଳିବ କରୋନା ଟିକା : ପ୍ରଧାନମନ୍ତ୍ରୀ
  • ||
  • ଡକାୟତି ଯୋଜନା ପଣ୍ଡ, ୪ ଡକାୟତଙ୍କୁ ବାନ୍ଧିଲା ପୋଲିସ
  • ||
  • ଅବସରପ୍ରାପ୍ତ ଡିଜିପି ମିଲନ ମହାନ୍ତିଙ୍କ ପରଲୋକ
  • ||
  • ରାଜ୍ୟରେ ବଢୁଛି ଶୀତର ପ୍ରକୋପ, କନ୍ଧମାଳରେ ୧୫ଡିଗ୍ରୀ ତଳକୁ ଖସିଲା ପାରଦ
  • ||
  • ଅନୁଗୋଳରେ ବିଷାକ୍ତ ମଦ ପିଇ ୪ ଜଣଙ୍କ ମୃତ୍ୟୁ ଘଟଣାରେ ୪ ଅଭିଯୁକ୍ତଙ୍କୁ ଗିରଫ କଲା ପୋଲିସ
  • ||

ଫ୍ରାଏଡ୍‌ ରାଇସ୍ ଖାଇଲେ ହୋଇପାରେ ଏହି ୪ଟି ରୋଗ

27/09/2019 at 5:43 PM

ଆଜିକାଲି ଏମିତି ଅନେକ ଲୋକ ଅଛନ୍ତି ଯେଉଁମାନେ ଫ୍ରାଏଡ୍‌ ରାଇସ୍‌ ଖାଇବା ପସନ୍ଦ କରନ୍ତି। ଘରେ ମଧ୍ୟ ଭାତ ରହିଗଲେ ମହିଳାମାନେ ଅଧିକ ସ୍ବାଦିଷ୍ଟ ଖାଦ୍ୟ କରିବା ପାଇଁ ବଳକା ଭାତକୁ ଫ୍ରାଏ କରିଦିଅନ୍ତି।

ତାହା ଖାଇବାକୁ ଭଲ ଲାଗିପାରେ ସତ ହେଲେ ସ୍ବାସ୍ଥ୍ୟ ପାଇଁ ଏହା କ୍ଷତିକାରକ ହୋଇଥାଏ। ମେଡିକାଲ ସାଇନ୍ସ ଅନୁସାରେ ଫ୍ରାଏଡ୍‌ରାଇସ୍‌ ସ୍ବାସ୍ଥ୍ୟ ପାଇଁ କ୍ଷତିକାରକ ହୋଇଥାଏ। ଏହା ଖାଇଲେ ଶରୀରରେ ଅନେକ ସମସ୍ୟା ସୃଷ୍ଟି ହୁଏ। ମଣିଷ ନିଜକୁ ଅସୁସ୍ଥ ଅନୁଭବ କରେ। ତେବେ ଜାଣନ୍ତୁ ଏହି ରୋଗ ବିଷୟରେ ଯାହା ଫ୍ରାଏଡ୍‌ ରାଇସ ଖାଇବା ଦ୍ବାରା ହୋଇଥାଏ।

ଏସିଡିଟି –

ଫ୍ରାଏଡ୍‌ ରାଇସ ଖାଇଲେ ଶରୀରରେ ଏସିଡ୍‌ ମାତ୍ରା ବଢିଥାଏ। କାରଣ ଫ୍ରାଏଡ୍‌ ରାଇସ୍‌ ଖାଇଲେ ସବୁଠୁ ଅଧିକ ପ୍ରଭାବ ପାଚନ ପ୍ରକ୍ରୟାରେ ପଡେ। ଏଥିପାଇଁ ପ୍ରତିଦିନ ଫ୍ରାଏଡ୍‌ ଭାତ ଖାଇଲେ ଏହା ଶରୀର ପାଇଁ କ୍ଷତିକାରକ।

ରକ୍ତଚାପ-

ଫ୍ରାଏଡ୍‌ ରାଇସ ଖାଇଲେ ଶରୀରର ରକ୍ତ ସଂଚାଳଣ ନିୟମିତ ଭାବେ ହୁଏନାହିଁ। ଏହା ଦ୍ବାରା ତରକ୍ତଚାପର ସମସ୍ୟା ହୋଇପାରେ। ଲଗାତାର ଭାବେ ଫ୍ରାଏଡ୍‌ ରାଇସ ଖାଇଲେ ରକ୍ତ ଚାପ ରୋଗର ଶିକାର ହୋଇପାରନ୍ତି।

ପାଚନ ପ୍ରକ୍ରିୟା-

ପ୍ରତିଦିନ ଫ୍ରାଏଡ୍‌ ରାଇସ ଖାଇଲେ ଏହାର ପ୍ରଭାବ ପାଚନ ପ୍ରକ୍ରିୟା ଉପରେ ପଡିପାରେ। ଫଳରେ ମଣିଷ ଦୁର୍ବଳ ଓ ଅସୁସ୍ଥ ହୋଇଥାଏ।

ଓଜନ ବଢିବା- ଲଗାତାର ଭାବେ ଫ୍ରାଏଡ୍‌ ରାଇସ ଖାଇଲେ ଓଜନ ବଢିବ। ଏହା ଦ୍ବାରା ମଣିଷ ଅଧିକ କାମ କରିପାରେ ନାହିଁ ଓ ଶରୀର ମୋଟାପଣର ଶିକାର ହେବ।  

 

   Related Posts