ଶୁକ୍ରବାର, ୨୪ ତାରିଖ ରାଶିଫଳ: ମିଥୁନ ରାଶି ବ୍ୟକ୍ତିଙ୍କର ଆଶା ପୂରଣ ହେବ

Published By : Prameya-News7 Bureau | September 23, 2021 IST

ମେଷ – ମକର ରାଶିରେ ଶନି ନିଜ ଗୃହରେ ରହି କର୍ମକ୍ଷେତ୍ରରେ ଅସଜଡା ପରିସ୍ଥିତିକୁ ସୁଧାରି ନେବେ । ଚନ୍ଦ୍ରଙ୍କ ପ୍ରଭାବରେ ବନ୍ଧୁଙ୍କ ପରାମର୍ଶ ଏବଂ ପ୍ରତିଯୋଗିତାରେ ସଫଳତା ଯୋଗୁ ମନ ଖୁସି ରହିବ । ଶୁଭ ରଙ୍ଗ ଲାଲ୍‌ । ଶୁଭ ଅଙ୍କ ୨ ।

ବୃଷ – ସ୍ୱଗୃହରୁ ତୃତୀୟାଧିପ ଦେଖୁଥିବାରୁ ସକାଳୁ ସକାଳୁ କୌଣସି ଶୁଭଖବର ମନକୁ ଆନ୍ଦୋଳିତ କରିବ । ଅତୀତ କଥା ଚିନ୍ତା ନ କରି, ସମୟର ପରିସ୍ଥିତିକୁ ସାମ୍‌ନା କରିବାକୁ ଚେଷ୍ଟା କଲେ ଉପକୃତ ହେବେ । ଶୁଭ ରଙ୍ଗ ୟେଲୋ । ଶୁଭ ଅଙ୍କ ୫ ।

ମିଥୁନ - ରାଶ୍ୟାଧିପ ଭାଗ୍ୟସ୍ଥାନ ଯୋଗୁ ଆପଣଙ୍କ ଆଶା ନିଶ୍ଚିତ ପୂରଣ ହୋଇପାରିବ । କର୍ମକ୍ଷେତ୍ରରେ ପ୍ରତିକୂଳ ପରିସ୍ଥିତି ରହିଥିଲେ ମଧ୍ୟ ନିକଟ ସମ୍ପର୍କୀୟଙ୍କ ସାହାର୍ଯ୍ୟରୁ ଉପକୃତ ହେବେ । ଶୁଭ ରଙ୍ଗ ପିଙ୍କ୍‌ । ଶୁଭ ଅଙ୍କ ୯ ।

କର୍କଟ – ଚନ୍ଦ୍ରଙ୍କ ଶୁଭ ଦୃଷ୍ଟିରୁ ସ୍ୱାସ୍ଥ୍ୟ ଭଲ ରହିବ, କିନ୍ତୁ ସମାନ୍ୟ ଥଣ୍ଡାଜନିତ ପିଡାନୁଭବ କରିପାରନ୍ତି । ଆଲୋଚନା ପରିସରରେ ବିଜ୍ଞବ୍ୟକ୍ତିମାନଙ୍କ ଠାରୁ ପ୍ରେରଣା ପାଇ କାର୍ଯ୍ୟ କରିବେ । ଗଠନମୂଳକ କାର୍ଯ୍ୟରେ ଗତି ମନ୍ଥର ହେବ । ଶୁଭ ରଙ୍ଗ ବ୍ରାଉନ୍‌ । ଶୁଭ ଅଙ୍କ ୬ ।

ସିଂହ – ଅଷ୍ଟମଭାବସ୍ଥ ରବିଙ୍କ ଯୋଗୁ ସ୍ୱାସ୍ଥ୍ୟ ସମସ୍ୟା ଦୁଶ୍ଚିନ୍ତାର କାରଣ ହୋଇପାରେ । ଉପରିସ୍ଥ କର୍ମଚାରୀଙ୍କ କିମ୍ବା ବିଶିଷ୍ଟବ୍ୟକ୍ତିଙ୍କ ସହ ମତାନ୍ତରଜନିତ ପରିସ୍ଥିତି ବିଗିଡିପାରେ । ଶୁଭ ରଙ୍ଗ ଗ୍ରୀନ୍‌ । ଶୁଭ ଅଙ୍କ ୨ ।

କନ୍ୟା – ଧନାଧିପ ଶୁକ୍ର ଧନ ଭାବକୁ ଦୃଷ୍ଟି ଦେଉଥିବାରୁ ଆର୍ଥିକ ସ୍ଥିତି ଉନ୍ନତ ରହିବା ସହ ଆଶା କରୁଥିବା ଜିନିଷ ପାଇ ଖୁସି ହେବେ । ସ୍ୱତନ୍ତ୍ରଭାବରେ ନିମନ୍ତ୍ରିତ ହୋଇ ସମାଜିକ ସ୍ତରରେ ଉଚ୍ଚବର୍ଗଙ୍କ ସାହାର୍ଯ୍ୟ ଓ ବନ୍ଧୁମିଳନରୁ ଉତ୍ସାହିତ ହୋଇପାରନ୍ତି । ଶୁଭ ରଙ୍ଗ ମେରୁନ । ଶୁଭ ଅଙ୍କ ୭ ।

ତୁଳା – ଆଜିର ଶନି ଓ ଚନ୍ଦ୍ରଙ୍କ ଯୋଗ ଆପଣଙ୍କ କାର୍ଯ୍ୟସିଦ୍ଧି କରାଇବା ସହ ଲୋକସମ୍ପର୍କ ବୃଦ୍ଧିରେ ସହାୟତା ହେବ । ଉପରିସ୍ଥଙ୍କ ଦ୍ୱାରା ପ୍ରେରିତ ହୋଇ ନିଜର ଇଚ୍ଛା ବିରୁଦ୍ଧରେ କୌଣସି କାମ କରି ଅନୁତାପ କରିବାକୁ ପଡିପାରେ । ଶୁଭ ରଙ୍ଗ କ୍ରୀମ୍‌ । ଶୁଭ ଅଙ୍କ ୩ ।

ବିଛା – ପାପଯୁକ୍ତ ବୃହସ୍ପତି ପ୍ରଭାବରୁ ପ୍ରତ୍ୟେକ କାର୍ଯ୍ୟ ଦରଖଣ୍ଡିଆ ରହିଯାଉଥିବାରୁ କ୍ଷୋଭ ପ୍ରକାଶ କରିପାରନ୍ତି । ଅନ୍ୟାୟ ବିରୋଧରେ ସ୍ୱର ଉଠାଇଲେ ମଧ୍ୟ ସମସ୍ତେ ଶୁଣି ମଧ୍ୟ ନ ଶୁଣୁଥିବାର ଅଭିନୟ କରିବେ । ଶୁଭ ରଙ୍ଗ ନୀଳ । ଶୁଭ ଅଙ୍କ ୯ ।

ଧନୁ – କର୍ମାଧିପ ନିଜ ଭାବରୁ ଷଷ୍ଠସ୍ଥାନ ଯୋଗୁ ସହକର୍ମୀଙ୍କ ସହ ସୁସମ୍ପର୍କ ରହି ନ ପାରେ । ପାରିବାରିକ ସମସ୍ୟାର ଆପୋସ ସମାଧାନ ହୋଇଯିବ । ଅଧିକାଂଶ ସମୟରେ ଆପଣଙ୍କ ନୀରବତା ପ୍ରତ୍ୟେକ କ୍ଷେତ୍ରରେ ଅନ୍ୟମାନଙ୍କର ସନ୍ଦେହକୁ ଦୃଢୀଭୂତ କରିପାରେ । ଶୁଭ ରଙ୍ଗ ଲାଲ୍‌ । ଶୁଭ ଅଙ୍କ ୪ ।

ମକର – ବଳବାନ୍‌ ରାଶ୍ୟାଧିପତି ଓ କର୍ମାଧିପତିଙ୍କ ପ୍ରଭାବରେ ପାରିବାରିକ ଓ କର୍ମକ୍ଷେତ୍ର ବହୁତ ଭଲ ରହିବ । କିନ୍ତୁ ବୃହସ୍ପତିଙ୍କ ଯୋଗୁ ବନ୍ଧୁଙ୍କ ଅନାଦର ଭାବ ଯୋଗୁ ସାମୟିକ ମନ ଦୁଃଖ ହୋଇପାରେ । ଶୁଭ ରଙ୍ଗ ୟେଲୋ । ଶୁଭ ଅଙ୍କ ୨ ।

କୁମ୍ଭ - ପାପ ଗ୍ରହଯୁକ୍ତ ମଙ୍ଗଳ ଯୋଗୁ କର୍ମକ୍ଷେତ୍ରରେ ବନ୍ଧୁମାନେ ଅସହଯୋଗ ମନୋଭାବ ପୋଷଣକରି ସମସ୍ୟା ସୃଷ୍ଟି କରିପାରନ୍ତି । ଧନଭାବସ୍ଥ ରବିଙ୍କ ପ୍ରଭାବରେ ପରିବାରରେ ପୈତୃକ ସମ୍ପତ୍ତିକୁ କେନ୍ଦ୍ରକରି କଳହ ସୃଷ୍ଟି ହେବା ଆଶଙ୍କା ରହିଛି । ଶୁଭ ରଙ୍ଗ ଲାଇଟ୍‌ ଗ୍ରୀନ୍‌ । ଶୁଭ ଅଙ୍କ ୮ ।

ମୀନ - କର୍ମକ୍ଷେତ୍ରରେ ତିନୋଟି ଗ୍ରହର କୁପ୍ରଭାବରେ ପରିବାରରୁ ପୂର୍ଣ୍ଣ ସମର୍ଥନ ନ ପାଇବା କାରଣରୁ କାମଟି ସହଜସାଧ୍ୟ ନ ହୋଇପାରେ । ଯାତ୍ରା ସମୟରେ ଯାନବାହନ ଚଳାଚଳରେ ସତର୍କତା ଅବଲମ୍ବନ କରନ୍ତୁ । ଶୁଭ ରଙ୍ଗ ଧଳା । ଶୁଭ ଅଙ୍କ ୩ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.