ଶୁକ୍ରବାରରେ ଏହି ରାଶିର ବ୍ୟକ୍ତିଙ୍କୁ ମିଳିବ ସଫଳତା- ଜାଣନ୍ତୁ ଆପଣଙ୍କ ରାଶିର ଶୁଭ ରଙ୍ଗ

Published By : Prameya-News7 Bureau | December 05, 2019 IST

ଜ୍ୟୋତିର୍ବିଦ - ତ୍ରିନନ୍ଦନ ମିଶ୍ର

ମେଷ–କାର୍ଯ୍ୟରେ ସଫଳତା ମିଳିବ। ବିଭିନ୍ନ ସ୍ତରରେ ସମ୍ମାନିତ ହୋଇପାରନ୍ତି । ସାଧନା ଫଳପ୍ରଦ ହେବ । ସରକାରୀ ସ୍ତରରୁ ଅର୍ଥ ପ୍ରାପ୍ତ ହୋଇପାରେ । ଶୁଭରଙ୍ଗ ୟେଲୋ  ।ଶୁଭଅଙ୍କ ୮। ବୃଷ– ନୂତନ  ଗୃହକ୍ରୟ କରିବାର ସୁଯୋଗ ମିଳିବ । ମନରେ ଭକ୍ତିଭାବ ଉଦୟ ହୋଇପାରେ। ସମ୍ମାନିତ ହେବେ। ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି। ଆନନ୍ଦ-ଉଲ୍ଲାସରେ ସମୟ ଅତିବାହିତ ହେବ।ଶୁଭ ରଙ୍ଗ କ୍ରୀମ୍।ଶୁଭ ଅଙ୍କ ୩। ମିଥୁନ - ବର୍ତ୍ତମାନର ପରିସ୍ଥିତି ଆପଣଙ୍କ ପାଇଁ ଲାଭପ୍ରଦ ହେବ, ମାତ୍ର ସୁଖ ମିଳିବ ନାହିଁ । ଅଷ୍ଟମଚନ୍ଦ୍ର ସହିତ ଘାତଚନ୍ଦ୍ର ଏକତ୍ର ଭୋଗ ହେଉଥିବାରୁ ସତର୍କତାର ସହ ଚଳିବାକୁ ପଡିବ।ଶୁଭରଙ୍ଗ ଧଳା।ଶୁଭ ଅଙ୍କ ୯। କର୍କଟ–ଭ୍ରାତୃ ବିବାଦର ସୁ-ସମାଧାନ ହୋଇପାରେ । ସୁଖ- ସନ୍ତୋଷ ଲାଭ କରିବେ।ବିଭିନ୍ନ ସୂତ୍ରରୁ ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି। ଅନ୍ୟର ମଙ୍ଗଳ କାମନା କରି ନିଜେ ବିଶେଷ ଉପକୃତ ହୋଇପାରନ୍ତି। ଶୁଭ ରଙ୍ଗ ଧୂସର।ଶୁଭ ଅଙ୍କ ୪। ସିଂହ –କର୍ମକ୍ଷେତ୍ରରେ ତରବର ନ ହୋଇ ଅପେକ୍ଷାରତ ହେଲେ ସୁଫଳ ମିଳିବ।ଘାତ ଚନ୍ଦ୍ର ଭୋଗ ହେତୁ ସତର୍କରେ ଚଳିବାକୁ ପଡିବ।ଶତ୍ରୁ ଉତ୍ପାତର ଅବସାନ ଘଟାଇ ମାନସିକ ଶାନ୍ତି ଫେରି ପାଇବେ। ଶୁଭ ରଙ୍ଗ ଗ୍ରୀନ୍।ଶୁଭ ଅଙ୍କ ୧। କନ୍ୟା – ଦାୟିତ୍ୱରେ ପରିବର୍ତ୍ତନ ଘଟିପାରେ । ସୁସମ୍ବାଦ ପାଇଖୁସି ହୋଇପାରନ୍ତି।ମାନ-ସମ୍ମାନର ଅଧିକାରୀ ହେବେ।ବିଭିନ୍ନ ସୂତ୍ରରୁ ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି। ଚଞ୍ଚଳ ଚେଷ୍ଟିତ ହେବେ।ଶୁଭ ରଙ୍ଗ ଲାଲ୍।ଶୁଭ ଅଙ୍କ ୮। ତୁଳା–ବାଧା-ବିଘ୍ନ ଏଡାଇ ଆଗକୁ ବଢି ପାରନ୍ତି। ଅର୍ଥ ପ୍ରାପ୍ତିର ସୁଯୋଗ ସୃଷ୍ଟି ହୋଇଛି । ମୂଲ୍ୟବାନ ଦ୍ରବ୍ୟଲାଭ ହୋଇପାରେ । କୃଷି ଉପରେ ଧ୍ୟାନ ଦେଇ ପାରନ୍ତି। ଶୁଭରଙ୍ଗ ଧୂସର।ଶୁଭ ଅଙ୍କ ୩। ବିଛା– ଧାର୍ମିକଭାବନା ଆପଣଙ୍କୁ ମହାନ୍‌ କରିପାରେ। ଉଚ୍ଚ ସମ୍ମାନ ଲାଭ କରିପାରନ୍ତି। ଦୀର୍ଘ ଦିନର ଆଶା ପୂରଣ ହେବ।ରାଜଯୋଗ ରହିଛି। ପଦ-ପଦବୀରେ ଅଳଙ୍କୃତ ହୋଇପାରନ୍ତି ।ଶୁଭରଙ୍ଗ ପିଙ୍କ୍।ଶୁଭ ଅଙ୍କ ୭। ଧନୁ – ଅଳ୍ପକେ ଦୁର୍ଘଟଣାରୁ ବର୍ତ୍ତି ଯିବେ ।ବିଭିନ୍ନ ଦିଗରୁ ଧନାଗମର ସୂଚନା ମିଳୁଛି । ଉନ୍ନତି ମାର୍ଗରେ ଆଗକୁ ବଢିବେ। ନଗଦ ଅର୍ଥ ପ୍ରାପ୍ତ ହେବ। ତ୍ୟାଗଶୀଳ ଓ ନୀତିଜ୍ଞ ହୋଇପାରନ୍ତି । ଶୁଭରଙ୍ଗ ନାରଙ୍ଗୀ।ଶୁଭ ଅଙ୍କ ୫। ମକର– ଆୟ ଆଶାନୁରୂପ ହୋଇପାରେ। ସୁଖ-ସମ୍ମାନ ଲାଭକରିବେ। ଧନବାନ୍‌  ହୋଇପାରନ୍ତି । ଗୁଣବାନ୍‌  ହେବେ।ଉପାର୍ଜନ ଉଣାହେବ ନାହିଁ । ଚିନ୍ତାଧାରା ଉନ୍ନତ ମାନର ହେବ।ଶୁଭରଙ୍ଗ ଧଳା । ଶୁଭ ଅଙ୍କ ୩। କୁମ୍ଭ  -ସହପାଠୀଙ୍କସହିତମତାନ୍ତରଘଟିପାରେ।ବ୍ୟୟବୃଦ୍ଧିରସୂଚନାମିଳୁଛି।କର୍ମକ୍ଷେତ୍ରଚିନ୍ତାଜନକହେବ।ସହଯୋଗୀଙ୍କସମର୍ଥନ ଓ ସହାୟତାମିଳିବ।କ୍ଷମାଶୀଳହୋଇପାରନ୍ତି।ଶୁଭରଙ୍ଗଲାଲ୍।ଶୁଭ ଅଙ୍କ ୯। ମୀନ - ଯୋଗାଯୋଗରେ ପ୍ରଗତିଘଟିବ। ସୁଖ-ସମ୍ମାନ ଲାଭକରିପାରନ୍ତି।ଉତ୍ତମଭୋଜନରେ ଆପ୍ୟାୟିତହେବେ। ଅର୍ଥ ପ୍ରାପ୍ତିରସୂଚନାମିଳୁଛି। ଯାନବାହନ ସୁଖମିଳିବ।ଶୁଭରଙ୍ଗଗ୍ରୀନ୍।ଶୁଭ ଅଙ୍କ ୭।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.